Advertisment

କେରଳ ବନ୍ୟା : ବିଜେଡି ବିଧାୟକ ଓ ସାଂସଦ ଦେବେ ମାସକର ଦରମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେରଳରେ ପ୍ରଳୟଙ୍କରୀ ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ନିମନ୍ତେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ନିଜର ଏକ ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏଥିପାଇଁ ଦଳୀୟ ନେତାମାନଙ୍କୁ ଅନୁରୋଧ କରିଛନ୍ତି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ଗୋଟିଏ ମାସର ଦରମା ଦେବାକୁ ସମ୍ମତି ଦେଇଥିବାବେଳେ ଦଳର ସମସ୍ତ […]

କେରଳ ବନ୍ୟା : ବିଜେଡି ବିଧାୟକ ଓ ସାଂସଦ ଦେବେ ମାସକର ଦରମା

k

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେରଳରେ ପ୍ରଳୟଙ୍କରୀ ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ନିମନ୍ତେ ବିଜେଡି ବିଧାୟକ ଓ ସାଂସଦମାନଙ୍କୁ ନିଜର ଏକ ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏଥିପାଇଁ ଦଳୀୟ ନେତାମାନଙ୍କୁ ଅନୁରୋଧ କରିଛନ୍ତି।

Advertisment

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ଗୋଟିଏ ମାସର ଦରମା ଦେବାକୁ ସମ୍ମତି ଦେଇଥିବାବେଳେ ଦଳର ସମସ୍ତ ସାଂସଦ ଓ ବିଧାୟକଙ୍କୁ ଅନୁରୂପ ଭାବେ ମାସକ ଦରମା ଦେବା ନିମନ୍ତେ ପରାମର୍ଶ ଦେଇଛନ୍ତି।

[caption id="attachment_268554" align="aligncenter" width="750"]k1 image credit: Business Today[/caption]

Advertisment

ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖଙ୍କ ମାଧ୍ୟମରେ ଏହି ଅନୁରୋଧ ଦଳର ସାଂସଦ ଓ ବିଧାୟକମାନଙ୍କୁ କରାଯାଇଛି।

ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜରେ ଏହି ସୂଚନା ଦେବା ସହ କେରଳବାସୀଙ୍କ ଏଭଳି ଦୁର୍ଦ୍ଦିନରେ ବିଜେଡିର ସାଂସଦ ଓ ବିଧାୟକମାନେ ଗଭୀର ମର୍ମାହତ ଓ ସେମାନଙ୍କର ଦୁଃଖରେ ସହଭାଗୀ ବୋଲି କହିଛନ୍ତି।

ତେବେ ଏଭଳି ନିଷ୍ପତ୍ତି ନିଆଯିବାରେ ବିଳମ୍ବକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଦୁଇ ଜଣ 'ଶେଷ୍ଠ ବିଧାୟକ' ପୁରସ୍କାରପ୍ରାପ୍ତ ବିଜେଡି ନେତା ତାଙ୍କ ପୁରସ୍କାର ରାଶିକୁ ରିଲିଫ ପାଣ୍ଠିକୁ ଦାନ କରିଦେଇ ଜନତାଙ୍କ ସମ୍ମାନର ପାତ୍ର ହୋଇଥିଲା ବେଳେ ଅନ୍ୟ ପୁରସ୍କାରପ୍ରାପ୍ତ 'ଶ୍ରେଷ୍ଠ ବିଧାୟକ'ମାନେ ଏପରି ନ କରି ସମାଲୋଚନାର ଶିକାର ହୋଇଥିଲେ.

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe