Advertisment

ଲୋକାର୍ପିତ ହେଲା ବିଜେଡିର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’

ତେବେ ଦୀର୍ଘ ୨୩ ବର୍ଷ ଧରି ଗୋଟିଏ ଛୋଟିଆ ଘରେ ଅଫିସ୍‌ ଚାଲିଥିବା ବେଳେ ହଠାତ୍‌ କାହିଁକି ଏଭଳି ଭବ୍ୟ ସୌଧର ଆବଶ୍ୟକତା ପଡ଼ିଲା? ଏଭଳି ଆଲିସାନ କାର୍ଯ୍ୟାଳୟ ପଛର କାରଣ କଣ?

BJD

BJD

Advertisment

ଆଜି ହେଉଛି ଅକ୍ଷୟ ତୃତୀୟା। ଆଜିର ଦିନରେ ବିଜେଡିର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଲୋକାର୍ପିତ ହୋଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ପାର୍ଟି ଅଫିସ୍‌କୁ ଲୋକାର୍ପଣ କରିଛନ୍ତି। ବିଜେଡିର ଏହି ନୂଆ ଅଫିସ୍‌ କୌଣସି ଫାଇଭ୍‌ ଷ୍ଟାର ହୋଟେଲ୍‌ଠାରୁ କମ୍‌ ନୁହେଁ। ତିନି ମହଲା ବିଶିଷ୍ଟ ଏହି କୋଠାର ବେସ୍‌ମେଣ୍ଟରେ ୪୦ରୁ ଅଧିକ କାର୍‌ ରହିପାରିବା ଭଳି ବଡ଼ ପାର୍କିଂ ଏରିଆ ରହିଛି। ପ୍ରଥମ ମହଲାରେ ଏକ ବଡ଼ ଶଙ୍ଖ ଚିହ୍ନ ରହିଛି। ଯାହାକି ନିକଟ ରାସ୍ତା ଉପରୁ ଦୃଶ୍ୟମାନ ହେଉଛି। ସେହି ପ୍ରଥମ ମହଲାରେ ରହିଛି ଓପନ୍‌ କନଫରେନ୍ସ ହଲ୍। ଆଉ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନର ଗାଥା।

Advertisment

ସେହିଭଳି ଦ୍ୱିତୀୟ ମହଲାରେ ୨୫୦ ସିଟ୍‌ ବିଶିଷ୍ଟ ଏକ ଅତ୍ୟାଧୁନିକ ଅଡିଟୋରିୟମ୍‌ ରହିଛି। ଯାହା ଦେଖିବିକୁ ପୂରା ସିନେମା ହଲ୍‌ ଭଳି। ଏହା ସହ ଏହି ଫ୍ଳୋରରେ ଦଳର ଆଇଟି ସେଲ୍, ରିସର୍ଚ୍ଚ ୱିଙ୍ଗ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି। କୋଠାର ଥାର୍ଡ ଫ୍ଲୋରରେ ଦଳର ସଭାପତିଙ୍କ ପାଇଁ ସ୍ପେଶାଲ ରୁମ୍‌ ସହିତ ଅନେକ ଛୋଟବଡ଼ କନଫରେନ୍ସ ହଲ୍ ରହିଛି।

ତେବେ ଦୀର୍ଘ ୨୩ ବର୍ଷ ଧରି ଗୋଟିଏ ଛୋଟିଆ ଘରେ ଅଫିସ୍‌ ଚାଲିଥିବା ବେଳେ ହଠାତ୍‌ କାହିଁକି ଏଭଳି ଭବ୍ୟ ସୌଧର ଆବଶ୍ୟକତା ପଡ଼ିଲା? ଦଳ ଭବିଷ୍ୟତ କଥା ଚିନ୍ତା କରୁଛି ନା ବିଜେଡିରେ ବି ହେଉଛି ରୂପାନ୍ତରୀକରଣ? ନୂଆ ବିଜେଡିର ଭିତ୍ତି ପଡୁଛି କି? ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବିଜେଡି ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ କହିଛନ୍ତି, ନବୀନ ବାବୁ ଯାହାକୁ ଆଶୀର୍ବାଦ କରିବେ ସେ ହିଁ ଭବିଷ୍ୟତ ନେତା ହେବେ। ଅନ୍ୟପକ୍ଷରେ ନୂଆ ଅଫିସ୍‌ ତିଆରି ପାଇଁ କେତେ ଖର୍ଚ୍ଚ ହୋଇଛି? ତାହା ସ୍ପଷ୍ଟ ହୋଇନଥିବା ବେଳେ ବିଜେଡି କହିଛି ଅଡିଟ୍‌ ପରେ ତାହା ଜଣାପଡ଼ିବ।

Advertisment

ସେପଟେ ବିଜେଡିର ଏଭଳି ଆଲିଶାନ ବିଲ୍‌ଡିଂକୁ ନେଇ ବିରୋଧୀ କଡା ସାମଲୋଚନା କରିଛନ୍ତି। କର୍ପୋରେଟ୍ ଟଙ୍କାରେ ବିଜେଡିର ଅଫିସ୍ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିବା ବେଳେ ସରଳ ନେତାଙ୍କ ଏହା ସରଳ ପାର୍ଟି ଅଫିସ କି ବୋଲି ପ୍ରଶ୍ନ କରିଛି ବିଜେପି।

BjD Naveen Patnaik Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe