Advertisment

ନବୀନଙ୍କୁ ସ୍ୱାଗତ କରିବାକୁ ଜମିବ ଭିଡ଼, ୩ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ ଯାତ୍ରୀଙ୍କୁ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଜୀବନବ୍ୟାପୀ ସାଧନା ସମ୍ମାନ ପାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତାକାଲି ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବ। କାଲି ପୂର୍ବାହ୍ନ ୧୧.୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ବିଜେଡିର ଏହି ସ୍ୱାଗତ ଉତ୍ସବ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ଜମିବାକୁ ଥିବାରୁ କମିଶନରେଟ ପୁଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି। ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପାଇଁ ୫୦ ହଜାର ଲୋକଙ୍କ ସମାଗମ ସାମ୍ଭାବନା ରହିଛି। ବ୍ୟାପକ ଭିଡ଼ […]

author-image
Niranjan Mishra
ଅଦ୍ୟତନ ହୋଇଛି
ନବୀନଙ୍କୁ ସ୍ୱାଗତ କରିବାକୁ ଜମିବ ଭିଡ଼, ୩ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ ଯାତ୍ରୀଙ୍କୁ ପରାମର୍ଶ

cm

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଜୀବନବ୍ୟାପୀ ସାଧନା ସମ୍ମାନ ପାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତାକାଲି ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବ। କାଲି ପୂର୍ବାହ୍ନ ୧୧.୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

Advertisment

ବିଜେଡିର ଏହି ସ୍ୱାଗତ ଉତ୍ସବ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ଜମିବାକୁ ଥିବାରୁ କମିଶନରେଟ ପୁଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି।

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପାଇଁ ୫୦ ହଜାର ଲୋକଙ୍କ ସମାଗମ ସାମ୍ଭାବନା ରହିଛି। ବ୍ୟାପକ ଭିଡ଼ ନିୟନ୍ତ୍ରୟଣ ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ପାଳନ ହେବ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୁତୟନ ରହିବେ ୩୦ ପ୍ଲାଟୁନ ଫୋର୍ସ। ବିଭିନ୍ନ ସ୍ଥାନରେ ୩ଟି ଅତିରିକ୍ତ ଟ୍ରାଫିକ୍ ପାର୍କିଂ ବ୍ୟବସ୍ଥା କରାଯିବ। ଆବଶ୍ୟକସ୍ଥଳେ ଟ୍ରାଫିକ୍ ଡାଇଭର୍ସନ ଓ ବ୍ୟାରିକେଡ୍ ବ୍ୟବସ୍ଥା ହେବ ବୋଲି କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।

Advertisment

ବିଜେଡିର ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ପୁଲିସ ସ୍ୱତନ୍ତ୍ର ପରାମର୍ଶ ଜାରି କରିଛି। ଧାର୍ଯ୍ୟ ବିମାନ ସମୟର ୩ ଘଣ୍ଟା ପୂର୍ବରୁ ଯାତ୍ରୀମାନେ ବିମାନବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଥିବା କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।