Advertisment

ନବୀନଙ୍କ ଜନ୍ମଦିନ ପାଳିବାକୁ ବିଜେଡିର ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତମାସ ୧୬ ତାରିଖରେ ୭୪ବର୍ଷ ବୟସରେ ପଦାର୍ପଣ କରିବେ। ନବୀନଙ୍କ ଜନ୍ମଦିନ ପାଳନକୁ ରାଜ୍ୟବ୍ୟାପୀ ଜୋରଦାର ଢଙ୍ଗରେ ପାଳନ କରିବା ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ତେବେ ‘ଫନି’ ବାତ୍ୟାରେ ଏବେବି ପୁରୀ ଜିଲ୍ଲାର ୩୦ ପ୍ରତିଶତ ଲୋକ ନାହିଁନଥିବା ଅସୁବିଧା ଓ ମୌଳିକ ସମସ୍ୟାରୁ ବଞ୍ଚିତ ଥିବାବେଳେ ନବୀନଙ୍କ ଜନ୍ମଦିନ ପାଳିବାକୁ ବିଜେଡି ପକ୍ଷରୁ ପ୍ରସ୍ତୁତିକୁ ନେଇ ସାଧାରଣରେ ପ୍ରଶ୍ନ […]

ନବୀନଙ୍କ ଜନ୍ମଦିନ ପାଳିବାକୁ ବିଜେଡିର ପ୍ରସ୍ତୁତି

bjd-prepare-for-birthday-celebration-of-naveen-patnaik

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତମାସ ୧୬ ତାରିଖରେ ୭୪ବର୍ଷ ବୟସରେ ପଦାର୍ପଣ କରିବେ। ନବୀନଙ୍କ ଜନ୍ମଦିନ ପାଳନକୁ ରାଜ୍ୟବ୍ୟାପୀ ଜୋରଦାର ଢଙ୍ଗରେ ପାଳନ କରିବା ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ତେବେ ‘ଫନି’ ବାତ୍ୟାରେ ଏବେବି ପୁରୀ ଜିଲ୍ଲାର ୩୦ ପ୍ରତିଶତ ଲୋକ ନାହିଁନଥିବା ଅସୁବିଧା ଓ ମୌଳିକ ସମସ୍ୟାରୁ ବଞ୍ଚିତ ଥିବାବେଳେ ନବୀନଙ୍କ ଜନ୍ମଦିନ ପାଳିବାକୁ ବିଜେଡି ପକ୍ଷରୁ ପ୍ରସ୍ତୁତିକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଚଳିତମାସ ୧୬ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୭୩ ବର୍ଷ ଅତିକ୍ରମ କରି ୭୪ ବର୍ଷ ବୟସରେ ପଦାର୍ପଣ କରିବେ। ତାଙ୍କର ଜନ୍ମଦିନକୁ ରାଜ୍ୟବ୍ୟାପୀ ପାଳିବା ପାଇଁ ବିଜେଡି ପକ୍ଷରୁ ଗତ ଦୁଇଦିନ ତଳେ ନବୀନ ନିବାସରେ ଏକ ପ୍ରସ୍ତୁତି ବୈଠକ ହୋଇଥିବା ଜଣାପଡ଼ିଛି। ନବୀନଙ୍କ ଜନ୍ମଦିନରେ ରେକର୍ଡ ପରିମାଣର ରକ୍ତ ସଂଗ୍ରହ କରିବାକୁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି। ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନିମନ୍ତେ ନିଷ୍ପତ୍ତି ହୋଇଛି। ଗତ ୩ଦିନ ତଳେ ବିଜେଡିର ସମାଜସେବା ୱିଙ୍ଗ୍ ଖୋଲିବା ପାଇଁ ନବୀନ ଘୋଷଣା କରିଥିବାବେଳେ ତାଙ୍କ ଜନ୍ମଦିନରେ ଏହି ୱିଙ୍ଗକୁ କାର୍ଯ୍ୟକ୍ଷମ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ବିଜେପୁର ଉପନିର୍ବାଚନ ପ୍ରଚାର କାର୍ଯ୍ୟ ୧୯ତାରିଖ ସନ୍ଧ୍ୟାରେ ଶେଷ ହେଉଥିବାରୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ନିମନ୍ତେ ନବୀନ ୧୭ ଓ ୧୮ତାରିଖ ଦୁଇଦିନ ଧରି ବିଜେପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ନବୀନଙ୍କ ଜନ୍ମିଦିନରେ ରେକର୍ଡ ପରିମାଣର ରକ୍ତଦାନ ଶିବିର ଆୟୋଜନ ଓ ଗଣମାଧ୍ୟମରେ ବ୍ୟାପକ ପ୍ରଚାର କରିବାକୁ ବି ରଣନୀତି ପ୍ରସ୍ତୁତ କରିଛି।

ଉଲ୍ଲେଖଯୋଗ୍ୟ, ୨୦୧୫ ମାର୍ଚ୍ଚ ୫ତାରିଖରୁ ଆରମ୍ଭ ହୋଇଥିବା ବିଜେଡିର ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ଓ ଏଥିରେ ମୋଟ ୧୦ଲକ୍ଷ ଲୋକ ସାମିଲ ହୋଇଛନ୍ତି ବୋଲି ଦଳ ଦାବି କରିଛି। ଅକ୍ଟୋବର ୨ରେ ଦଳର ପଦଯାତ୍ରା କାର୍ଯ୍ୟକ୍ରମକୁ ଆରମ୍ଭ କରି ନବୀନ କହିଥିଲେ ଯେ ଏବେସୁଦ୍ଧା ୩ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ମାତ୍ର ଦଳର ସୋଶାଲ ମିଡିଆ ପେଜରେ ଏପର୍ଯ୍ୟନ୍ତ ୫ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା କୁହାଯାଇଛି। ତେବେ ବାସ୍ତବରେ ବିଜେଡି କେତେ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କରିଛି ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

Advertisment

ସୂଚନାଯୋଗ୍ୟ , ଗତ ମେ’ ମାସ ପ୍ରଥମ ସପ୍ତାହରେ ଆସିଥିବା ପ୍ରଳୟଙ୍କରୀ ବାତ୍ୟାରେ ଏବେବି ପୁରୀ ଜିଲ୍ଲାର ସତ୍ୟବାଦୀ, ବ୍ରହ୍ମଗିରି, ପୁରୀ ନିର୍ବାଚନମଣ୍ଡଳୀର ଅନେକ ଅଞ୍ଚଳରେ ଲୋକମାନେ ମୌଳିକ ସୁବିଧାସୁଯୋଗରୁ ବଞ୍ôଚତ ରହିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିବା ପାଇଁ ବିଜେଡିର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠିଛି। ଅବଶ୍ୟ ‘ତିତଲି’ ବାତ୍ୟା ଯୋଗୁ ଗତବର୍ଷ ନିଜର ଜନ୍ମଦିନକୁ ନବୀନ ପାଳନ କରିନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe