Advertisment

ମହିଳା ୱିଙ୍ଗ୍ ପୁନର୍ଗଠନ କଲା ବିଜେଡି: ମିନତି ବେହେରା ସଭାପତି, ଯୁବ ନେତୃତ୍ୱଙ୍କ ଉପରେ ଭରସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନର ମାତ୍ର ୪ମାସ ପୂର୍ବରୁ ବିଜେଡି ନିଜର ମହିଳା ୱିଙ୍ଗର ପୁର୍ନଗଠନ କରିଛି। ଯୁବ ମହିଳା ନେତୃତ୍ୱଙ୍କ ଉପରେ ଦଳ ଭରସା କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି। ଦୀର୍ଘ ଏକ ଦଶନ୍ଧି ଧରି ବିଜେଡି ମହିଳା ୱିଙ୍ଗ ସଭାନେତ୍ରୀ ଥିବା ପ୍ରମିଳା ମଲ୍ଲିକଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ରାଜ୍ୟ କମିଟି ନିଯୁକ୍ତି ଦେଇଛି। କଟକ ଜିଲ୍ଲାର ନେତ୍ରୀ ମିନତି ବେହେରାଙ୍କୁ ବିଜେଡି ମହିଳା ୱିଙ୍ଗ୍ ସଭାପତି ଭାବେ […]

ମହିଳା ୱିଙ୍ଗ୍ ପୁନର୍ଗଠନ କଲା ବିଜେଡି: ମିନତି ବେହେରା ସଭାପତି, ଯୁବ ନେତୃତ୍ୱଙ୍କ ଉପରେ ଭରସା

Minati-Behera FINAL

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନର ମାତ୍ର ୪ମାସ ପୂର୍ବରୁ ବିଜେଡି ନିଜର ମହିଳା ୱିଙ୍ଗର ପୁର୍ନଗଠନ କରିଛି। ଯୁବ ମହିଳା ନେତୃତ୍ୱଙ୍କ ଉପରେ ଦଳ ଭରସା କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି। ଦୀର୍ଘ ଏକ ଦଶନ୍ଧି ଧରି ବିଜେଡି ମହିଳା ୱିଙ୍ଗ ସଭାନେତ୍ରୀ ଥିବା ପ୍ରମିଳା ମଲ୍ଲିକଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ରାଜ୍ୟ କମିଟି ନିଯୁକ୍ତି ଦେଇଛି।

Advertisment

କଟକ ଜିଲ୍ଲାର ନେତ୍ରୀ ମିନତି ବେହେରାଙ୍କୁ ବିଜେଡି ମହିଳା ୱିଙ୍ଗ୍ ସଭାପତି ଭାବେ ନିଯୁକ୍ତି ମିଳିଥିବାବେଳେ ୪ଜଣ ନେତ୍ରୀ -ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ ଓ ଗୀତାରାଣୀ ବସ୍ତିଆଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ସୁଲତା ଦେଓଙ୍କୁ ଦଳର ମହିଳା ୱିଙ୍ଗ୍ ସାଧାରଣ ସମ୍ପାଦକ ଓ ଏଲିନା ଦାଶଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।

ପ୍ରମିଳାଙ୍କୁ ଦଳର ଉପସଭାପତି ଭାବେ ପଦୋନ୍ନତି ମିଳିବା ସହ ବିଜୁ ମହିଳା ୱିଙ୍ଗ୍ ଉପଦେଷ୍ଟା ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷ ଜ୍ୟୋତି ପାଣିଗ୍ରାହୀ ଓ ପୂର୍ବତନ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ କସ୍ତୁରୀ ମହାପାତ୍ରଙ୍କୁ ମଧ୍ୟ ବିଜେଡି ମହିଳା ୱିଙ୍ଗ୍ ଉପଦେଷ୍ଟା ଭାବେ ଅବସ୍ଥାପିତ କରାଯାଇଛି। ବିଜେଡି ମହିଳା ୱିଙ୍ଗର ଅନ୍ୟ ରାଜ୍ୟ ପଦାଧିକାରୀ ଓ ଜିଲ୍ଲା କମିଟି ପୂର୍ବଭଳି ଅପରିବର୍ତିତ ରଖାଯାଇଛି।

Advertisment

ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ମହିଳା ୱିଙ୍ଗରେ ଏଭଳି ପରିବର୍ତନ ହୋଇଛି ବୋଲି ଦଳର ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe