Advertisment

‘ନିର୍ବାଚନୀ ହିଂସାକାଣ୍ଡରେ ଶାସକ ଦଳ ସଂପୃକ୍ତ, ବୁଥ ଯିବାକୁ ଡରୁଛନ୍ତି ଲୋକ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ଘଟିଲାଣି ରକ୍ତାକ୍ତ ସଂଘର୍ଷ। କେଉଁଠି ଭୋଟ ବାକ୍ସ ହଡ଼ପ କରି ଲୋକେ ନେଇଗଲେ ତ କେଉଁଠି ଗୋଷ୍ଠୀ ସଂଘର୍ଷ ଘଟି ଗୁରୁତର ହେଲେଣି ଲୋକେ। ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଭୟାନକ ଚିତ୍ର ଦେଖିବାକୁ ମିଳିଥିବା ବେଳେ ଏଥିପାଇଁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି। ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ […]

ଅଦ୍ୟତନ ହୋଇଛି
କ୍ଷମତା ପାଇଁ ବିଜେଡି ଅନ୍ଧ, ମୁଖ୍ୟମନ୍ତ୍ରୀ କଥାରେ ଅହିଂସା, କାମରେ ହିଂସା: ବିଜେପି

samir-mohanty

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ଘଟିଲାଣି ରକ୍ତାକ୍ତ ସଂଘର୍ଷ। କେଉଁଠି ଭୋଟ ବାକ୍ସ ହଡ଼ପ କରି ଲୋକେ ନେଇଗଲେ ତ କେଉଁଠି ଗୋଷ୍ଠୀ ସଂଘର୍ଷ ଘଟି ଗୁରୁତର ହେଲେଣି ଲୋକେ। ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଭୟାନକ ଚିତ୍ର ଦେଖିବାକୁ ମିଳିଥିବା ବେଳେ ଏଥିପାଇଁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି।

Advertisment

ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଗତକାଲି ସରିଛି। ଗତକାଲି ହୋଇଥିବା ନିର୍ବାଚନ ସମୟରେ ତଥା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଥିବା ବେଳେ ଯେଉଁ ଚିତ୍ର ସାମନାକୁ ଆସୁଛି ତାହା ଖୁବ୍‌ ହୃଦୟ ବିଦାୟକ।

ହିଂସାକାଣ୍ଡରେ ଶାସକ ଦଳ କର୍ମୀଙ୍କ ସିଧା ସଂପୃକ୍ତି ଅଛି। ସ୍ଥିତି ଏପରି ଭୟାନକ ହୋଇ ପଡ଼ୁଛି ଯେ, ଭୋଟରମାନେ ଭୋଟ୍ ଦେବାକୁ ବୁଥ୍‌କୁ ଯିବାକୁ ମଧ୍ୟ ଡରୁଛନ୍ତି। ଯେଉଁଠି ଗଣମାଧ୍ୟମ ପ୍ରତିନିଧି ବିଜେଡି କର୍ମୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି, ସେଠାରେ ସାଧାରଣ ଲୋକ କିପରି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ ପଚାରିଛନ୍ତି ସମୀର ମହାନ୍ତି। ଗଣମାଧ୍ୟମ ପ୍ରତିନିଧି ଆକ୍ରୋଶର ଶିକାର ହେବା ଉଦବେଗଜନକ।

Advertisment

ଏଥିସହ ସେ କହିଛନ୍ତି, ରାଜ୍ୟରେ ଅରାଜକତା, ହିଂସା ଶୀର୍ଷରେ ପହଞ୍ଚିଛି। ଗତ ଥର ନିର୍ବାଚନ ସମୟରେ ବିଜେଡିର ରାଜନୈତିକ ହିଂସା ଯୋଗୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସଂ, ସଞ୍ଜୟ ଦାସବର୍ମାଙ୍କ ପରି ଦାଗୀ ମନ୍ତ୍ରୀ ନବୀନ ବାବୁଙ୍କ ମନ୍ତ୍ରୀମଣ୍ଡଳର ଶୋଭା ବଢ଼ାଉଛନ୍ତି। ରାଜ୍ୟର ମୁଖିଆ ସାଢେ ୪ କୋଟିଙ୍କୁ ନୈତିକତାର ପାଠ ପଢ଼ାଇ ନିଜକୁ ଲଜ୍ଜିତ କରୁଛନ୍ତି। ସତସାହସ ଥିଲେ ମୁକ୍ତ, ଅବାଧ, ନିରପେକ୍ଷ କରିବା ନେଇ ରାଜନୈତିକ ଜବାବ ଦିଅନ୍ତୁ।

ଏହାବାଦ ନିର୍ବାଚନରେ ଜିତିବା ନିମନ୍ତେ କଳବଳ କୌଶଳ ଲଗାଇଥିବା ଶାସକ ଦଳ ସ୍ପଷ୍ଟ ଦିବାଲୋକରେ ଟଙ୍କା ବାଣ୍ଟୁଛନ୍ତି। ପାଟଣାଗଡ଼ରେ ବିଧାୟକଙ୍କ ଭାଇ ପୁଲିସ୍‌ ଗାଡ଼ିରେ ବସି ଟଙ୍କା ବାଣ୍ଟିଥିବା ଭିଡିଓ ଭାଇରାଲ ହୋଇଥିବା ବେଳେ ଲଖନପୁରରେ ମନ୍ତ୍ରୀଙ୍କ ଝିଅ ଟଙ୍କା ବାଣ୍ଟିଛନ୍ତି। ଭୋଟ ଜବରଦଖଲର ଭିଡିଓ ବି ଭାଇରାଲ ହେଉଛି।

ଏଥିସହ ସେ କହିଛନ୍ତି, ଡିଜିପି ଶାସକ ଦଳ ଇଙ୍ଗିତରେ କାମ ନ କରି ବୁଥରେ ଲୋକଙ୍କୁ ସୁରକ୍ଷା ଦିଅନ୍ତୁ। ଏଥିସହ ରାଜ୍ୟରେ ନାଗରିକଙ୍କ ମୌଳିକ ଅଧିକାର କିପରି କ୍ଷୁଣ୍ଣ ନ ହେବ ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି କହିଛନ୍ତି ସମୀର ମହାନ୍ତି।

ଏହାବାଦ ରାଜ୍ୟରେ ରାଜନୈତିକ ହିଂସା ପ୍ରସଙ୍ଗରେ ବିଜେଡି ଉତ୍ତର ରଖିବା ହାସ୍ୟାସ୍ପଦ ବୋଲି କହିଛନ୍ତି ସମୀର ମହାନ୍ତି। ଗୃହ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ଏହାର ଉତ୍ତର ଦେବା ଉଚିତ। ହେଲେ ବିଜେଡି ଉପରେ ପଡ଼ି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଚେଷ୍ଟା କରୁଛି।

Panchayat Election Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe