Advertisment

ବାଙ୍କୀ ବିଧାୟକ ପ୍ରଭାତଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ବିଜେଡି ଉଠିଇଲା ନିଲମ୍ବନ ଆଦେଶ। ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଲିଙ୍କ ଅଭିଯୋଗରେ ୨୦୧୪ ଅକ୍ଟୋବରରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ପ୍ରଭାତଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। କିଛି ମାସ ଜେଲ୍‌ରେ ରହିବା ପରେ ସେ ଜାମିନରେ ଆସିଥିଲେ। ତେବେ ହାଇକୋର୍ଟ ତାଙ୍କୁ ଦେଇଥିବା ଜାମିନ ଉପରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ସିବିଆଇ। ନିକଟରେ ହାଇକୋର୍ଟଙ୍କ ଜାମିନ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ। ଆଜି ତାଙ୍କ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବାଙ୍କୀ ବିଧାୟକ ପ୍ରଭାତଙ୍କ ଉପରୁ ଉଠିଲା ନିଲମ୍ୱନ

pravat-tripathy

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ବିଜେଡି ଉଠିଇଲା ନିଲମ୍ବନ ଆଦେଶ। ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଲିଙ୍କ ଅଭିଯୋଗରେ ୨୦୧୪ ଅକ୍ଟୋବରରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ପ୍ରଭାତଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। କିଛି ମାସ ଜେଲ୍‌ରେ ରହିବା ପରେ ସେ ଜାମିନରେ ଆସିଥିଲେ। ତେବେ ହାଇକୋର୍ଟ ତାଙ୍କୁ ଦେଇଥିବା ଜାମିନ ଉପରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ସିବିଆଇ। ନିକଟରେ ହାଇକୋର୍ଟଙ୍କ ଜାମିନ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ।

Advertisment

ଆଜି ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛି ବିଜେଡି। ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ ବାଙ୍କୀ ମହୋତ୍ସବ ପାଇଁ ଟଙ୍କା କାରବାର ନେଇ ଏକ ଅଡିଓ ଟେପ୍ ସାମ୍ନାକୁ ଆସିବା ପରେ ସିବିଆଇ ପ୍ରଭାତ ତ୍ରିପାଠୀଙ୍କୁ ଗିରଫ କରିଥିଲା।