ସର୍ଭେ ରିପୋର୍ଟ ଦେଖି ବିଜେଡି ଛାନିଆ, ସଂଗଠନ ସଜାଡ଼ିବାକୁ ମାନସମନ୍ଥନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସି-ଭୋଟର ଓ ଏବିପି ସର୍ଭେ ରିପୋର୍ଟ’ ଏବଂ ‘ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ’ରେ ବିଜେପି ଓ ନରେନ୍ଦ୍ର ମୋଦି ସରକାର ପ୍ରତି ଓଡ଼ିଶାରେ ବୃଦ୍ଧି ପାଉଥିବା ଜନସମର୍ଥନ, ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି। ଆଜି ଦିନ ତମାମ ଏନେଇ ତୃତୀୟ ମହଲାରେ ପଲିଟିକାଲ କସରତ୍ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ‘ସି-ଭୋଟର ସର୍ଭେ ରିପୋର୍ଟ’ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଆଜି ଏ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ […]

7

7

Amaresh Biswal
  • Published: Friday, 05 October 2018
  • Updated: 05 October 2018, 09:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସି-ଭୋଟର ଓ ଏବିପି ସର୍ଭେ ରିପୋର୍ଟ’ ଏବଂ ‘ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟ’ରେ ବିଜେପି ଓ ନରେନ୍ଦ୍ର ମୋଦି ସରକାର ପ୍ରତି ଓଡ଼ିଶାରେ ବୃଦ୍ଧି ପାଉଥିବା ଜନସମର୍ଥନ, ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି। ଆଜି ଦିନ ତମାମ ଏନେଇ ତୃତୀୟ ମହଲାରେ ପଲିଟିକାଲ କସରତ୍ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ‘ସି-ଭୋଟର ସର୍ଭେ ରିପୋର୍ଟ’ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଆଜି ଏ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କିଛି ବରିଷ୍ଠ ନେତାଙ୍କ ସହ ସାଂଗଠନିକ ସ୍ଥିତି ପ୍ରସଙ୍ଗରେ ଆଲୋଚନା ପାଇଁ ‘ଦ୍ୱିତୀୟ କ୍ଷମତା କେନ୍ଦ୍ର’ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଏହି କ୍ରମରେ ସେ ଦଳର କିଛି ବରିଷ୍ଠ ଓ ଯୁବ ନେତାଙ୍କ ସହ ସେ ଆଲୋଚନା କରିଛନ୍ତି।

ଯୁବନେତା ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଓ ସୁଶାନ୍ତ ସିଂ ପ୍ରମୁଖ ତୃତୀୟ ମହଲାରେ ଦଳୀୟ ରଣନୀତି ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ବିଶେଷକରି ୧୦ରୁ ୧୨ଟି ଜିଲ୍ଲାରେ ଦଳର ପର୍ଯ୍ୟବେକ୍ଷକ ପରିବର୍ତ୍ତନ ଓ କିଛି ପୁରୁଖା ନେତାଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯିବା ପ୍ରସଙ୍ଗରେ ଆଲୋଚନା ହୋଇଛି।

କୋରାପୁଟ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ ଜିଲ୍ଲା ସଂଗଠନ ପାଇଁ ପର୍ଯ୍ୟବେକ୍ଷକ ପରିବର୍ତ୍ତନ କରାଯିବା ଉପରେ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି। ଏଭଳି ସର୍ଭେ ରିପୋର୍ଟକୁ ଗୁରୁତ୍ବ ନଦେବାପାଇଁ ପ୍ରଥମେ କିଛି ନେତା ପ୍ରସ୍ତାବ ଦେଇଥିଲେ। ଏହାସହିତ
ବିଜେଡି ସୁପ୍ରିମୋ ଖୁବଶୀଘ୍ର ଦଳର ଛାମୁଆ ନେତାମାନଙ୍କ ଏକ ବୈଠକ ଡାକି ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିବାର ସମ୍ଭାବନା ରହିଛି। ସମ୍ଭବତଃ ଦଶହରା ପୂଜା ଛୁଟି ପୂର୍ବରୁ ଏହି ବୈଠକ ବସିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos