ବିଜେପି ନାଁରେ ଥାନାରେ ଅଭିଯୋଗ କଲା ବିଜେଡି ‘ଜଗତେ କେବଳ ଜନ ହସିବେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଉଷ୍ମତା ମଧ୍ୟରେ ଶାସକ ବିଜେଡିର ଆଚରଣ ଏବେ ‘ଜଗତେ କେବଳ ଜନ ହସିବେ’ ଭଳି ହୋଇଛି। ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ରାଜ୍ୟବାସୀଙ୍କୁ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ପ୍ରଦାନର ପ୍ରତିଶ୍ରୁତି ଦେଇଥିବା ବେଳେ ୨୦୧୯ ନିର୍ବାଚନୀ ଇସ୍ତାହାରରେ କାହିଁକି ଉକ୍ତ ପ୍ରସଙ୍ଗକୁ ବାଦ୍ ଦେଇଛି ତା’ର ପ୍ରତିବାଦରେ ବିଜେଡି ଆଜି ଥାନାରେ ଅଭିଯୋଗ କରିଛି। ବିଜେଡି ନିଜେ ୨୦୧୪ ମସିହା ସାଧାରଣ ନିର୍ବାଚନରେ ଦେଇଥିବା ଅନେକ ପ୍ରତିଶ୍ରୁତିକୁ ଏପର୍ଯ୍ୟନ୍ତ ପାଳନ କରିନଥିବାବେଳେ ବିରୋଧୀ […]

bjd-spokespersons-go-to-police-complaining-against-bjp-for-duping-odisha

Manoranjan Sial
  • Published: Monday, 08 April 2019
  • Updated: 08 April 2019, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଉଷ୍ମତା ମଧ୍ୟରେ ଶାସକ ବିଜେଡିର ଆଚରଣ ଏବେ ‘ଜଗତେ କେବଳ ଜନ ହସିବେ’ ଭଳି ହୋଇଛି। ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ରାଜ୍ୟବାସୀଙ୍କୁ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ପ୍ରଦାନର ପ୍ରତିଶ୍ରୁତି ଦେଇଥିବା ବେଳେ ୨୦୧୯ ନିର୍ବାଚନୀ ଇସ୍ତାହାରରେ କାହିଁକି ଉକ୍ତ ପ୍ରସଙ୍ଗକୁ ବାଦ୍ ଦେଇଛି ତା’ର ପ୍ରତିବାଦରେ ବିଜେଡି ଆଜି ଥାନାରେ ଅଭିଯୋଗ କରିଛି। ବିଜେଡି ନିଜେ ୨୦୧୪ ମସିହା ସାଧାରଣ ନିର୍ବାଚନରେ ଦେଇଥିବା ଅନେକ ପ୍ରତିଶ୍ରୁତିକୁ ଏପର୍ଯ୍ୟନ୍ତ ପାଳନ କରିନଥିବାବେଳେ ବିରୋଧୀ ଦଳର ଇସ୍ତାହାରକୁ ଆଧାର କରି ଥାନାରେ ଅଭିଯୋଗ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଜେଡିର ୩ଜଣ ମୁଖପାତ୍ର ଲେନିନ୍ ମହାନ୍ତି, ସୁଲତା ଦେଓ ଓ ସସ୍ମିତ ପାତ୍ର ଆଜି ଭୁବନେଶ୍ୱରର ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ଯେ, ବିଜେପି ୨୦୧୪ ସାଧାରଣ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ପ୍ରତିଶ୍ରୁତି ଦେଇଥିଲା। ଦଳର ଇସ୍ତାହାରରେ ପ୍ରଥମ ପୃଷ୍ଠାର ଏହା ପ୍ରଥମ ପ୍ରତିଶ୍ରୁତି ଥିଲା। କିନ୍ତୁ ବିଜେପି ୫ବର୍ଷ କ୍ଷମତାରେ ରହିବା ସତ୍ତେ୍ୱ ଏହି ପ୍ରତିଶ୍ରୁତି ପୂରଣ ନ କରି ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କୁ ଠକିଛନ୍ତି। ଏହା ସଙ୍ଗିନ ଅପରାଧ ଓ ଓଡ଼ିଶାବାସୀଙ୍କ ସହ ଧୋକା କରାଯାଇଛି। ଏବେ ୨୦୧୯ ନିର୍ବାଚନୀ ଇସ୍ତାହାରରେ ବିଜେପି ଉକ୍ତ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ବାଦ୍ ଦେଇଛି। ତେଣୁ ୨୦୧୪ ନିର୍ବାଚନରେ ବିଜେପି ଦେଇଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତିଶ୍ରୁତି ପାଳନ କରିନଥିବା ଓ ଲୋକଙ୍କୁ ଠକିଥିବା ଯୋଗୁ ବିଜେପି ବିରୋଧରେ ବିଜେଡି ମାମଲା ରୁଜୁ କରିବା ପାଇଁ ଅନୁରୋଧ କରୁଛି ବୋଲି ଦଳର ୩ଜଣ ମୁଖପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ବିଜେଡି ୨୦୧୪ ସାଧାରଣ ନିର୍ବାଚନରେ ନିଜର ଇସ୍ତାହାରରେ ଓଡ଼ିଶାବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲା। ଯଦିଓ କ୍ଷମତାକୁ ଆସିବାର ପ୍ରଥମ ଦିନ ହିଁ ଏହି ଇସ୍ତାହାରକୁ ପୂରଣ କରିବା ପାଇଁ ବିଜେଡି ସରକାର ତା’ଉପରେ ସରକାରୀ ମୋହର ଲଗାଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ବି ଅନେକ ପ୍ରତିଶ୍ରୁତି ପୂରଣ ହୋଇପାରିନି। ପିପିପି ମୋଡରେ ସବୁ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ, କେବିକେରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ସମସ୍ତ ଗ୍ରାମପଞ୍ଚାୟତରେ ଗୋଦାମଘର, ସ୍ୱତନ୍ତ୍ର ପଣ୍ୟାଗାର ଆଇନ ପ୍ରଣୟନ, ଜିଲ୍ଲାସ୍ତରରେ ନିୟମିତ ବ୍ୟବଧାନରେ ନିଯୁକ୍ତି ମେଳା ଆୟୋଜନ, ୫ବର୍ଷ ମଧ୍ୟରେ ବୁଲାବିକାଳୀ, କ୍ଷୁଦ୍ର ବ୍ୟବସାୟୀଙ୍କୁ ସ୍ୱାସ୍ଥ୍ୟବୀମା, ପ୍ରତି ହଜାରେ ଜନସଂଖ୍ୟା ବିଶିଷ୍ଟ ଗାଁକୁ ପଞ୍ଚାୟତର ମାନ୍ୟତା, ସବୁ ଅଞ୍ଚଳରେ ସର୍ବନିମ୍ନ ଉନ୍ନତି ଆଦି ଅନେକ ପ୍ରତିଶ୍ରୁତି ବିଜେଡି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଦେଇଥିଲା ଯାହା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇନାହିଁ।

ବିଜେପି ୨୦୧୯ ନିର୍ବାଚନୀ ଇସ୍ତାହାରରେ ଯେଉଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’ ପ୍ରସଙ୍ଗକୁ ବାଦ୍ ଦେଇଛି ସେଥିପାଇଁ ପଞ୍ଚଦଶ ଅର୍ଥ କମିଶନଙ୍କ ସ୍ୱତନ୍ତ୍ର ଗାଇଡଲାଇନ୍ ନିର୍ଦ୍ଧାରଣ କରିସାରିଛନ୍ତି। ଯେହେତୁ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଏବେ ଆଇନତଃ ସମ୍ଭବପର ନୁହେଁ, ତେଣୁ ବିଜେପି ଏହି ପ୍ରସଙ୍ଗକୁ ବାଦ୍ ଦେବା ସ୍ୱାଭାବିକ। କିନ୍ତୁ ବିଜେଡି ଏହା ବୁଝିବାରେ କିଭଳି ସକ୍ଷମ ହୋଇପାରୁନି ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story