ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମବର୍ଦ୍ଧିଷ୍ଣୁ ତୈଳଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରିଛି ବିଜେଡି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ଧମକ ଦେଇଛି। ଆସନ୍ତା ୭, ୮ ଓ ୯ ତାରିଖରେ ଦଳ ପର୍ଯ୍ୟାୟ କ୍ରମେ ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି କହିଛି।
ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ କରାଯିବ ବୋଲି ବିଜେଡି ମହିଳା, ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି, “ସାମ୍ପ୍ରତିକ ସମୟରେ ତେଲର ସର୍ବକାଳୀନ ମୂଲ୍ୟ ବୃଦ୍ଧି ଘଟିଛି। ପୁଞ୍ଜିପତି ଓ ଶିଳ୍ପପତିଙ୍କୁ ଲାଭାନ୍ୱିତ କରାଇବାକୁ କେନ୍ଦ୍ର ଏପରି କରିଛି। ଏହା ସବୁଠାରୁ ବଡ଼ ଦୁର୍ନୀତି ପ୍ରମାଣିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ଦାୟୀ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଜିଲ୍ଲାରୁ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ : ସବୁ ଜିଲ୍ଲାକୁ ଆଲର୍ଟ, ମହାମାରୀ ନୁହେଁ କହିଲେ ସରକାର
୫ ଜିଲ୍ଲା ନୁହେଁ ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ମହାମାରୀ ନୁହେଁ ବୋଲି କେନ୍ଦ୍ରୀୟ ଟିମ୍ କହୁଛନ୍ତି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ସହ ସରକାରଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ଟିମ୍ ଏବେ ଗ୍ରାଉଣ୍ଡରେ ଅଛନ୍ତି ।

Crime
ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା: ୪ ନାବାଳକଙ୍କ ସମେତ ୧୦ ଗିରଫ
ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ। ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ।

Weather
୩ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା: ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି, ଜାଣନ୍ତୁ କେଉଁଠି ବର୍ଷିବ
ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ବାକି ଅଞ୍ଚଳକୁ ଛୁଇଁ ଥିବା ନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସ୍ପେଶାଲ ବୁଲେଟିନ୍ରେ କୁହାଯାଇଛି। ସେହିପରି ବଙ୍ଗୋପସାଗର ଆଜି ଏକ ଲଘୁଚାପ ସୃଷ୍ଟି ହୋଇଛି।

Politics
କଂଗ୍ରେସ ଭବନ ପାଖରେ ସବୁ ଜିଲ୍ଲା ପାଇଁ ହେବ ‘ଅତିଥି ଭବନ’: ଜିଏ ଦେଲା ଜମି, ନିର୍ମାଣ କରିବ ପୂର୍ତ୍ତ ବିଭାଗ
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୋମବାର ସମସ୍ତ ୩୦ଟି ଜିଲ୍ଲା ନିମନ୍ତେ ଅତିଥି ଭବନ ନିର୍ମାଣ ପାଇଁ ଜମି ଆଂବଟିତ ହୋଇଛି। ଭୁବନେଶ୍ୱରର ୟୁନିଟ-୨ ସ୍ଥିତ ଅଶୋକ ନଗର ଅଂଚଳରେ ଏହି ଅତିଥିଭବନ ଗୁଡ଼ିକ ନିର୍ମାଣ ହେବ। ସାଧାରଣ ପ୍ରଶାସନର ଖାତା ନମ୍ବର-୨୩୫ରେ ଥିବା ଜମି ମଧ୍ୟରୁ ମୋଟ ୩ ଏକର ଜମି ପରିମିତ ୨୬ଟି ପ୍ଲଟରେ ଏହି ଅତିଥି ଭବନଗୁଡ଼ିକ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।

Accident
କାରକୁ ପିଟିଲା କାର: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ
ଭୁବନେଶ୍ୱର ଆସୁଥିବା ବେଳେ ଘଟିଲା ଦୁର୍ଘଟଣା।