bjd.....
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମବର୍ଦ୍ଧିଷ୍ଣୁ ତୈଳଦର ବୃଦ୍ଧି ପାଇଁ କେନ୍ଦ୍ରକୁ ଦାୟୀ କରିଛି ବିଜେଡି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବାକୁ ମଧ୍ୟ ଧମକ ଦେଇଛି। ଆସନ୍ତା ୭, ୮ ଓ ୯ ତାରିଖରେ ଦଳ ପର୍ଯ୍ୟାୟ କ୍ରମେ ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି କହିଛି।
ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ କରାଯିବ ବୋଲି ବିଜେଡି ମହିଳା, ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି, “ସାମ୍ପ୍ରତିକ ସମୟରେ ତେଲର ସର୍ବକାଳୀନ ମୂଲ୍ୟ ବୃଦ୍ଧି ଘଟିଛି। ପୁଞ୍ଜିପତି ଓ ଶିଳ୍ପପତିଙ୍କୁ ଲାଭାନ୍ୱିତ କରାଇବାକୁ କେନ୍ଦ୍ର ଏପରି କରିଛି। ଏହା ସବୁଠାରୁ ବଡ଼ ଦୁର୍ନୀତି ପ୍ରମାଣିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ଦାୟୀ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/09/bjd......jpg)