ବିଜେଡିକୁ ‘ତୁଣ୍ଡ’ ଚିନ୍ତା: ଅମର ବାଦ୍, ସ୍ଥାନ ପାଇଲେନି ସଞ୍ଜୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ବର୍ଷକ ପରେ କ୍ଷମତାସୀନ ବିଜେଡିର ମୁଖପାତ୍ର ଟିମକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ପୂର୍ବରୁ ଥିବା ୧୧ଜଣିଆ ମୁଖପାତ୍ର ଟିମର ସଦସ୍ୟ ସଂଖ୍ୟା ୧୪କୁ ବୃଦ୍ଧି କରାଯାଇଥିବାବେଳେ ଗଣମାଧ୍ୟମ ନିକଟରେ ସବୁ ସମୟରେ ଉପଲବ୍ଧ ହୋଇପାରୁଥିବା ସରକାରୀ ମୁଖ୍ୟ ସଚେତକ ତଥା ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କୁ ମୁଖପାତ୍ର ତାଲିକାରୁ ବାଦ ଦିଆଯାଇଛି। ତେବେ ନୂତନ ମୁଖପାତ୍ର ଭାବେ ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର […]

BJD-OFFICE

Sampad Mahapatra
  • Published: Friday, 12 October 2018
  • , Updated: 12 October 2018, 03:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ବର୍ଷକ ପରେ କ୍ଷମତାସୀନ ବିଜେଡିର ମୁଖପାତ୍ର ଟିମକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ପୂର୍ବରୁ ଥିବା ୧୧ଜଣିଆ ମୁଖପାତ୍ର ଟିମର ସଦସ୍ୟ ସଂଖ୍ୟା ୧୪କୁ ବୃଦ୍ଧି କରାଯାଇଥିବାବେଳେ ଗଣମାଧ୍ୟମ ନିକଟରେ ସବୁ ସମୟରେ ଉପଲବ୍ଧ ହୋଇପାରୁଥିବା ସରକାରୀ ମୁଖ୍ୟ ସଚେତକ ତଥା ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କୁ ମୁଖପାତ୍ର ତାଲିକାରୁ ବାଦ ଦିଆଯାଇଛି।

ତେବେ ନୂତନ ମୁଖପାତ୍ର ଭାବେ ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ଅମର ପଟ୍ଟନାୟକ ଓ ଦେବାଶିଷ ମାର୍ଣ୍ଡିଙ୍କୁ ସ୍ଥାନ ମିଳିଥିବାବେଳେ ଦଳର ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସଞ୍ଜୟ ଦାସବର୍ମାଙ୍କୁ ତାଳିକାରେ ସ୍ଥାନ ମିଳିନି। ପୂର୍ବର ସମସ୍ତ ନିର୍ଦ୍ଦେଶକୁ ରଦ୍ଦ କରାଯାଇ ମୁଖପାତ୍ରଙ୍କ ଏହି ନୂଆ ଟିମକୁ ବିଜେଡି ସୁପ୍ରିମୋ ଅନୁମୋଦନ କରିଛନ୍ତି ବୋଲି ଦଳ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ ଆଜି ସୂଚନା ଦିଆଯାଇଛି।

ଆଜି ବିଜେଡି ପକ୍ଷରୁ ଜାରି ମୁଖପାତ୍ର ତାଲିକାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ କେଶରୀ ଦେବ ଓ ପ୍ରଶାନ୍ତ ନନ୍ଦଙ୍କ ସମେତ ଦେବୀପ୍ରସାଦ ମିଶ୍ର, ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ, ରବି ନାରାୟଣ ନନ୍ଦ, ସମୀର ରଞ୍ଜନ ଦାଶ, ସସ୍ମିତ ପାତ୍ର ଓ ସୁଲୋଚନା ଦାସ ନିଜର ସ୍ଥାନ ବଜାୟ ରଖିଛନ୍ତି। ବିଜେଡି ସରକାରକୁ ଦୀର୍ଘବର୍ଷ ଧରି ଅଡ଼ୁଆରେ ପକାଇଥିବା ତଥା ସରକାରକୁ ସମାଲୋଚନା କରି ଶେଷରେ ଦଳରେ ସାମିଲ ହୋଇଥିବା ପୂର୍ବତନ ଏଜି ଅମର ପଟ୍ଟନାୟକ ମୁଖପାତ୍ର ଭାବେ କାର୍ଯ୍ୟ କରିବେ। ସେହିପରି ଗତବର୍ଷ ଦଳରେ ସାମିଲ ହୋଇଥିବା ଡାକ୍ତର ଦେବାଶୀଷ ମାର୍ଣ୍ଡିଙ୍କୁ ମଧ୍ୟ ଦଳର ପ୍ୟାନେଲିଷ୍ଟ ତାଲିକାରୁ ହଟାଇ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି। ତା’ଛଡ଼ା ଦଳର ଦୁଇ ସାଧାରଣ ସମ୍ପାଦକ ଅତନୁ ସବ୍ୟସାଚୀ ନାୟକ ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମଧ୍ୟ ମୁଖପାତ୍ର ଟିମରେ ସ୍ଥାନ ମିଳିଛି।

ତେବେ ପ୍ରଶ୍ନ ଉଠୁଛି, ଦଳର ମୁଖପାତ୍ର ତାଲିକାରେ ଅରୁଣ ଓ ଅତନୁଙ୍କୁ ସ୍ଥାନ ମିଳିଥିବାବେଳେ ସଞ୍ଜୟଙ୍କୁ ଏଥିରୁ ଦୂରେଇ ରଖାଯାଇଛି। ସେହିପରି ବିଭିନ୍ନ ଗଣମାଧ୍ୟମକୁ ବିଭିନ୍ନ ଜଟିଳ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଉଥିବା ବରିଷ୍ଠ ନେତା ଅମର ଶତପଥୀଙ୍କୁ ବାଦ୍ ଦିଆଯାଇଛି। ସେହିପରି ଡାକ୍ତର ଦାମୋଦର ରାଉତଙ୍କ ଭଳି ବରିଷ୍ଠ ନେତାଙ୍କ ବହିଷ୍କାରଠୁ ଆରମ୍ଭ କରି ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚିତ କରୁଥିବା ବିଜେଡି ସମ୍ପାଦକ ବିଜୟ ନାୟକଙ୍କୁ ମଧ୍ୟ ତାଲିକାରେ ସ୍ଥାନ ମିଳିନି। ତା’ଛଡ଼ା ଗତ ଏପ୍ରିଲ ମାସରେ ଦଳର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଥିବା ଗିରିଧର ମହାନ୍ତିଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଦଳ ସପକ୍ଷରେ ମତ ରଖିବା ପାଇଁ ଅନୁମତି ମିଳିନଥିବା ଜଣାପଡ଼ିଛି।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖପାତ୍ର ଓ ପ୍ୟାନେଲିଷ୍ଟଙ୍କ ବିଶାଳ ତାଲିକା ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ବିଭିନ୍ନ ରାଜନୀତିକ ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ଗଣମାଧ୍ୟମ ଆଗରେ ରଖିବା ପାଇଁ କେବଳ ୨-୩ଜଣ ବଛାବଛା ନେତାଙ୍କୁ ଦାୟିତ୍ୱ ମିଳିଥାଏ। ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଅଫିସ୍ ସହ ଯୋଗସୂତ୍ର ରକ୍ଷା କରିପାରୁଥିବା ନେତା ହିଁ ଗଣମାଧ୍ୟମ ସମ୍ମୁଖରେ ଦଳର ଆଭିମୁଖ୍ୟ ରଖିବାରେ ସକ୍ଷମ ହୋଇଥାଏ। ଅନ୍ୟମାନେ କେବଳ ନାଁ କୁ ମାତ୍ର ଦଳର ମୁଖପାତ୍ର ହୋଇ ରହିଥାନ୍ତି। କ୍ଷମତାକେନ୍ଦ୍ରଙ୍କ ଅଫିସ୍ ସହ ଯୋଗାଯୋଗ ନକରି ଗଣମାଧ୍ୟମରେ ମତ ରଖିବା କାରଣରୁ ଅମର ଶତପଥୀଙ୍କୁ ମୁଖପାତ୍ର ଟିମରୁ ବିଦା ହେବାକୁ ପଡ଼ିଲା ବୋଲି ଚର୍ଚ୍ଚା।

Related story