Advertisment

ଛାତ୍ରବୃତ୍ତି ପାଇଁ ଗଣସଂଗ୍ରାମ କରିବ ବିଜେଡି, ଏସସି ଓ ଏସଟି ସେଲ୍ ମୁଖିଆ ହେଲେ ଅଲୋଡ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିରେ କେନ୍ଦ୍ର ସରକାରଙ୍କ ଅଂଶଧନ ହ୍ରାସ ପ୍ରତିବାଦରେ ବିଜେଡି ଗଣସଂଗ୍ରାମ କରିବ। ଆସନ୍ତା ୨୪ତାରିଖରେ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ୪ଘଣ୍ଟିଆ ରିଲେ ଅନଶନ କରାଯିବ। ତେବେ ଦଳିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପ୍ରସଙ୍ଗ ଉଠାଇ ଗଣସଂଗ୍ରାମ ପାଇଁ ଯୋଜନା କରିଥିବା ବିଜେଡି କିନ୍ତୁ ଏହି କାର୍ଯ୍ୟକ୍ରମରୁ ଦଳର ଏସସି ସେଲ୍ ମୁଖ୍ୟ ବିଷ୍ଣୁ ଦାସ ଓ ଏସଟି ସେଲ୍ ମୁଖ୍ୟ ସୁଦାମ ମାର୍ଣ୍ଡିଙ୍କୁ ଦୂରେଇ ରଖିଛି। ଯାହା […]

ଛାତ୍ରବୃତ୍ତି ପାଇଁ ଗଣସଂଗ୍ରାମ କରିବ ବିଜେଡି, ଏସସି ଓ ଏସଟି ସେଲ୍ ମୁଖିଆ ହେଲେ ଅଲୋଡ଼ା

BJD FINAL

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିରେ କେନ୍ଦ୍ର ସରକାରଙ୍କ ଅଂଶଧନ ହ୍ରାସ ପ୍ରତିବାଦରେ ବିଜେଡି ଗଣସଂଗ୍ରାମ କରିବ। ଆସନ୍ତା ୨୪ତାରିଖରେ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ୪ଘଣ୍ଟିଆ ରିଲେ ଅନଶନ କରାଯିବ। ତେବେ ଦଳିତ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପ୍ରସଙ୍ଗ ଉଠାଇ ଗଣସଂଗ୍ରାମ ପାଇଁ ଯୋଜନା କରିଥିବା ବିଜେଡି କିନ୍ତୁ ଏହି କାର୍ଯ୍ୟକ୍ରମରୁ ଦଳର ଏସସି ସେଲ୍ ମୁଖ୍ୟ ବିଷ୍ଣୁ ଦାସ ଓ ଏସଟି ସେଲ୍ ମୁଖ୍ୟ ସୁଦାମ ମାର୍ଣ୍ଡିଙ୍କୁ ଦୂରେଇ ରଖିଛି। ଯାହା ଦଳୀୟ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି।

Advertisment

ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବିଜେଡିର ଜଣେ ମନ୍ତ୍ରୀ ଓ ୪ ଜଣ ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟକୁ ପ୍ରଦାନ କରାଯାଉଥିବା ଛାତ୍ରବୃତ୍ତିର ପରିମାଣ ହ୍ରାସ କରାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରାଯାଇଥିଲା।

ପୂର୍ବରୁ ଏହି ପ୍ରସଙ୍ଗରେ ବିଧାନସଭା ସମ୍ମୁଖରେ ବିଜେଡି ବିଧାୟକମାନେ ଧାରଣା ଦେଇଥିବାବେଳେ ଆଜି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ବିଧାୟକ ପ୍ରମିଳା ମଲ୍ଲିକ, ପଦ୍ମନାଭ ବେହେରା, ଲାଲବିହାରୀ ହିମିରିକା ଓ ପୂର୍ଣ୍ଣଚନ୍ଦ୍ର ସେଠୀ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେନ୍ଦ୍ରରେ କ୍ଷମତାସୀନ ଏନ୍‍ଡିଏ ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଅବର୍ଣ୍ଣନୀୟ। ଧାର୍ଯ୍ୟ ସମୟରେ ନିର୍ଦ୍ଧାରିତ ପରିମାଣର ଛାତ୍ରବୃତ୍ତି ନଦେଇ କେନ୍ଦ୍ର ସରକାର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଇଛନ୍ତି। ରାଜ୍ୟରେ ପ୍ରାୟ ୨ଲକ୍ଷ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାଟ୍ରିକ ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ କେନ୍ଦ୍ର ସରକାର ସେମାନଙ୍କୁ ଛାତ୍ରବୃତ୍ତି ବାବଦରେ ୯୦% ଓ ରାଜ୍ୟ ସରକାର ୧୦ପ୍ରତିଶତ ଅର୍ଥ ଦେଇଥାନ୍ତି।

Advertisment

୨୦୧୬-୧୭ ଆର୍ଥିକ ବର୍ଷରେ ଏହିକ୍ରମରେ ୨୧୫.୮୦ କୋଟି କେନ୍ଦ୍ରର ଅଂଶଧନ ହୋଇଥିଲା ବେଳେ ରାଜ୍ୟର ଅଂଶ ୨୨.୪୮ କୋଟି ଟଙ୍କା ଥିଲା। କିନ୍ତୁ ଅଚାନକ ରାଜ୍ୟ ସରକାର ଏହି ଛାତ୍ରବୃତ୍ତି ଅନୁଦାନ ହାରରେ ପରିବର୍ତ୍ତନ କରି ରାଜ୍ୟ ୮୦% ଓ କେନ୍ଦ୍ର ୨୦% ଅର୍ଥ ଦେବ ବୋଲି ଗାଇଡଲାଇନ ପଠାଇଛନ୍ତି। ଯାହାକି ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଅନୁରୋଧ କରିସାରିଛନ୍ତି। ଯଦି କେନ୍ଦ୍ର ସରକାର ତୁରନ୍ତ ଏହି ପରିବର୍ତ୍ତନ ନକରିବେ ତା’ହେଲେ ଆଗାମୀ ଦିନରେ ବିଜେଡି ରାଜ୍ୟବ୍ୟାପୀ ଗଣସଂଗ୍ରାମ କରିବ ଓ ଆନ୍ଦୋଳନ ତୀବ୍ର ରୂପ ନେବ। କେନ୍ଦ୍ରର ଏଭଳି ନିଷ୍ପତ୍ତି ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ରାଜଭବନ ସମ୍ମୁଖରେ ସକାଳ ୮ଟାରୁ ୧୨ ଘଣ୍ଟିଆ ପ୍ରତୀକାତ୍ମକ ରିଲେ ଅନଶନ ଅନୁଷ୍ଠିତ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।

ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର ବିରୋଧରେ ଦଳ ଏଭଳି ଏକ ବଡ଼ଧରଣର କାର୍ଯ୍ୟକ୍ରମ ପାଇଁ ହୁଙ୍କାର ଛାଡ଼ିଥିବାବେଳେ ନିଜର ଏସି ସେଲ୍ ଓ ଏସଟି ସେଲର ମୁଖିଆ ଏବଂ ବିଭାଗୀୟ ମନ୍ତ୍ରୀ କାହିଁକି ଏଥିରୁ ଦୂରେଇ ରଖିଲା। ଦଳର ଏସି ସେଲ୍ ମୁଖ୍ୟ ବିଷ୍ଣୁ ଦାସ, ଏସଟି ସେଲ୍ ମୁଖ୍ୟ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀଙ୍କ ଭଳି ନିଜର ଦଳିତ ଚେହେରାଙ୍କୁ କ’ଣ ଉଦ୍ଦେଶ୍ୟମୂଳକ ଭାବେ ଦୂରେଇ ରଖାଯାଇଛି କି ବୋଲି ଏବେ ବିଜେଡି ମହଲରେ ପ୍ରଶ୍ନ ଉଠିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe