Advertisment

ଏବେ ବିଜେଡି ଫୋକସରେ ମହିଳା ଭୋଟର୍

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ବିଜେଡି ଆସନ୍ତା ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ୧୪୭ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରିବ। ଅକ୍ଟୋବର ମାସରେ ଦଳର ଜନସମ୍ପର୍କ ପଦଯାତ୍ରାରେ ମଧ୍ୟ ଗୋଟିଏ ଦିନ କେବଳ ମହିଳାମାନଙ୍କୁ ନେଇ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ‘ଲୋକାଭିମୁଖୀ ଯୋଜନା’ର ବାର୍ତ୍ତା ଘରେ ଘରେ ପହଞ୍ଚାଇ ଭୋଟ ବ୍ୟାଙ୍କ ବଢ଼ାଇବା ନିମନ୍ତେ […]

ଅଦ୍ୟତନ ହୋଇଛି
ନେତା ନୁହେଁ, ଅଫିସର ପ୍ରସ୍ତୁତ କରୁଛନ୍ତି ବିଜେଡି ଇସ୍ତାହାର!

bjd-office

Advertisment

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ବିଜେଡି ଆସନ୍ତା ସେପ୍ଟେମ୍ବର ୨୪ରୁ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ୧୪୭ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରିବ।

Advertisment

ଅକ୍ଟୋବର ମାସରେ ଦଳର ଜନସମ୍ପର୍କ ପଦଯାତ୍ରାରେ ମଧ୍ୟ ଗୋଟିଏ ଦିନ କେବଳ ମହିଳାମାନଙ୍କୁ ନେଇ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ‘ଲୋକାଭିମୁଖୀ ଯୋଜନା’ର ବାର୍ତ୍ତା ଘରେ ଘରେ ପହଞ୍ଚାଇ ଭୋଟ ବ୍ୟାଙ୍କ ବଢ଼ାଇବା ନିମନ୍ତେ ବିଜେଡି ରଣନୀତି ପ୍ରସ୍ତୁତ କରିଛି।

ଆଜି ବିଜେଡି ମହିଳା ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ଓ କର୍ମଶାଳା ଦଳୀୟ ମୁଖ୍ୟାଳୟରେ ଆୟୋଜିତ ହୋଇଛି। ଏଥିରେ ମହାନଦୀକୁ ନେଇ କେନ୍ଦ୍ର ସରକାରଙ୍କ ବିଫଳତା, ଉଜ୍ଜ୍ଵଲା ଯୋଜନାର ବିଫଳତା ଆଦି ସମ୍ପର୍କରେ ରାଜନୀତିକ ପ୍ରସ୍ତାବ ଗୃହୀତ ହେବା ସହ ଅଧିକ ସଂଖ୍ୟକ ମହିଳାଙ୍କୁ ଦଳ ସହ ଯୋଡ଼ିବା ପାଇଁ ନିଷ୍ପତ୍ତି ହୋଇଛି।

Advertisment

ଏହି କାର୍ଯ୍ୟକାରିଣୀର ଉଦଯାପନୀ ସମାରୋହରେ ଯୋଗ ଦେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ନେତ୍ରୀ ଓ ମହିଳା କର୍ମୀମାନେ ନିଜ ନିଜ ସ୍ତରରେ କାମ ଜାରି ରଖିବା ଉଚିତ୍। ସବୁକ୍ଷେତ୍ରରେ ମହିଳାଙ୍କ କଲ୍ୟାଣ ଓ ବିକାଶକୁ ବିଜେଡି ଗୁରୁତ୍ଵ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି କର୍ମଶାଳାରେ ବିଜେଡି ମହିଳା ୱିଙ୍ଗ୍ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ବ୍ଲକ୍ କମିଟି କର୍ମକର୍ତ୍ତାମାନଙ୍କ ସମେତ ବିଧାୟକ, ସାଂସଦ ପ୍ରମୁଖ ଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe