ତୈଳଦର ବୃଦ୍ଧିକୁ ବିରୋଧ: ୧ରେ ରାଜଭବନ ଘେରିବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ଆସନ୍ତା ୧ ତାରିଖରେ ରାଜଭବନ ଆଗରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଯଦି କେନ୍ଦ୍ର ସରକାର ତୈଳ ଦର ହ୍ରାସ ଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜି ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ କହିଛନ୍ତି […]

BJD PRESSER story

BJD PRESSER story

Sampad Mahapatra
  • Published: Friday, 28 September 2018
  • Updated: 28 September 2018, 05:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ଆସନ୍ତା ୧ ତାରିଖରେ ରାଜଭବନ ଆଗରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଯଦି କେନ୍ଦ୍ର ସରକାର ତୈଳ ଦର ହ୍ରାସ ଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ କହିଛନ୍ତି ଯେ ୨୦୧୪ ମସିହାରେ ‘ଅଚ୍ଛେଦିନ’ର ସ୍ଲୋଗାନ ଦେଇ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କ୍ଷମତାସୀନ ହୋଇଥିଲେ। ଦରଦାମ ନିୟନ୍ତ୍ରଣ କରିବାର ପ୍ରତିଶ୍ରୁତି ଦେଇ ଶାସନ ଗାଦିକୁ ଆସିଥିଲେ। କିନ୍ତୁ ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ସବୁର ଦରକୁ ବଢ଼ାଇ ଚାଲିଛନ୍ତି।

ତେବେ ଏଥିରେ ବିଜେଡିର ମୁଖ୍ୟ ଟାର୍ଗେଟ କେନ୍ଦ୍ର ସରକାର ନୁହେଁ, ବରଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ସ୍ପଷ୍ଟ ହୋଇଛି। କାରଣ କେବଳ ତାଙ୍କ ମନ୍ତ୍ରାଳୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିଜେଡି ଫୋକସ କରି ବର୍ଷିଛି।

ଦୁଇ ନେତା କହିଛନ୍ତି, ୨୦୧୩-୧୪ ମସିହାରେ କେବଳ ପେଟ୍ରୋଲିୟମ ସାମଗ୍ରୀରୁ ୮୮,୬୦୦କୋଟି ଟଙ୍କାର ଜାତୀୟ ରାଜସ୍ୱ ପାଉଥିବା କେନ୍ଦ୍ର ସରକାର ୨୦୧୬-୧୭ ମସିହାରେ ପେଟ୍ରୋଲିୟମ ସାମଗ୍ରୀ ଉପରେ ୨୮୫% ଅଧିକ ଜାତୀୟ ରାଜସ୍ୱ ପାଉଛନ୍ତି। ଯାହାର ପରିମାଣ ୨ଲକ୍ଷ ୫୩ହଜାର ୨୫୪କୋଟି ଟଙ୍କା। ବିଶ୍ୱବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଲେ ମଧ୍ୟ ଖାଉଟିଙ୍କୁ ଏହାର ଫାଇଦା ମିଳୁନି। ପେଟ୍ରୋଲିୟମ ସାମଗ୍ରୀକୁ ସରକାରୀ ନିୟନ୍ତ୍ରଣମୁକ୍ତ କରିବାବେଳେ ଏହାର ଫାଇଦା ସାଧାରଣ ଖାଉଟିଙ୍କୁ ମିଳିବ ବୋଲି ମୋଦି ସରକାର କହିଥିଲେ। କିନ୍ତୁ ବାସ୍ତବପକ୍ଷେ ତାହା ହେଉନି। ପେଟ୍ରୋଲ ଲିଟର ପିଛା ଏକ୍ସାଇଜ୍ ଡ୍ୟୁଟିକୁ ୯ଟଙ୍କା ୨୦ ପଇସାରୁ ୧୯ଟଙ୍କା ୪୮ ପଇସା ଏବଂ ଡିଜେଲ ଲିଟର ଉପରେ ୩ ଟଙ୍କା ୪୬ ପଇସାରୁ ୧୫ଟଙ୍କା ୩୩ ପଇସାକୁ ବୃଦ୍ଧି କରିଛନ୍ତି।

ସେହିପରି ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରି ହାଣ୍ଡିଶାଳ ଉପରେ ମାଡ଼ ଦେଇଛନ୍ତି। ଉଜ୍ଜଳା ଯୋଜନାରେ ଏଲପିଜି ଯୋଗାଣ ନାଁରେ ଏକ ବଡ଼ଧରଣର ଦୁର୍ନୀତି ହୋଇଛି। ପେଟ୍ରୋଲିୟମ ସାମଗ୍ରୀ ଦରବୃଦ୍ଧି ଯୋଗୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଉଛି।ଯାହା ଗରିବ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଛି। ତେଣୁ ବିଜେଡି ଚୁପ୍ ବସିବ ନାହିଁ।

କେନ୍ଦ୍ର ସରକାର ପେଟ୍ରୋଲିୟମ ସାମଗ୍ରୀ ଦର ହ୍ରାସ ନକରିବା ପର୍ଯ୍ୟନ୍ତ ବିଜେଡି ନିଜର ଆନ୍ଦୋଳନ ଜାରି ରଖିବ ବୋଲି କହିଛି । ଗତ କିଛିଦିନ ପୂର୍ବରୁ ବିଜେଡି ୩ଦିନ ଧରି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲା। ଏବେ ୧ ତାରିଖରେ ରାଜଭବନ ଆଗରେ ଧାରଣା ଓ ବିକ୍ଷୋଭ କରାଯିବ।ଏଥିରେ ଦଳର ଯୁବ,ଛାତ୍ର, ମହିଳା ଓ ସମସ୍ତ ବର୍ଗର ନେତାମାନେ ସାମିଲ ହେବେ । ଆଗାମୀ ଦିନରେ ତୈଳଦର ବୃଦ୍ଧିକୁ ନେଇ ଆନ୍ଦୋଳନକୁ ବ୍ୟାପକ କରିବାକୁ ଦଳ ଚେତାବନୀ ଦେଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story