ମଙ୍ଗଳବାରରୁ ମାସେ ଚାଲିବ ବିଜେଡି ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଚଳିତବର୍ଷ ଏକମାସ ଧରି ‘ଜନସମ୍ପର୍କ ପଦଯାତ୍ରା’ କରିବ। ଅକ୍ଟୋବର ୨ରୁ ଆରମ୍ଭ ହୋଇ ଏହା ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୨ ତାରିଖରେ ରାଜ୍ୟସ୍ତରୀୟ ପଦଯାତ୍ରାକୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଶୁଭାରମ୍ଭ କରିବେ। bjdଜନ ସଂପର୍କ ପଦଯାତ୍ରା ସମୟରେ ଦଳର ବରିଷ୍ଠ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି / ୱାର୍ଡ କମିଟିର ସଦସ୍ୟମାନେ ପଦଯାତ୍ରାରେ […]

Padyatra

Sampad Mahapatra
  • Published: Saturday, 29 September 2018
  • , Updated: 29 September 2018, 11:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଚଳିତବର୍ଷ ଏକମାସ ଧରି 'ଜନସମ୍ପର୍କ ପଦଯାତ୍ରା' କରିବ। ଅକ୍ଟୋବର ୨ରୁ ଆରମ୍ଭ ହୋଇ ଏହା ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୨ ତାରିଖରେ ରାଜ୍ୟସ୍ତରୀୟ ପଦଯାତ୍ରାକୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଶୁଭାରମ୍ଭ କରିବେ।

bjdଜନ ସଂପର୍କ ପଦଯାତ୍ରା ସମୟରେ ଦଳର ବରିଷ୍ଠ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି / ୱାର୍ଡ କମିଟିର ସଦସ୍ୟମାନେ ପଦଯାତ୍ରାରେ ଯାଇ ପ୍ରତ୍ୟେକ ଘରେ ବିଜେଡି ସରକାରଙ୍କ ସଫଳତାର ବାର୍ତ୍ତା ପ୍ରଚାର ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏ ନେଇ ଆଜି ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତ ଦଳୀୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସଂଯୋଜକ, ବିଧାୟକ, ବିଧାୟିକା, ସାଂସଦ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି,ଛାମୁଆ ସଂଗଠନର ରାଜ୍ୟ ସଭାପତି, ବ୍ଲକ ଓ ନଗର ସଭାପତି ଓ ପର୍ଯ୍ୟବେକ୍ଷକଙ୍କୁ ପତ୍ର ଲେଖିଛନ୍ତି ବୋଲି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ ରିଲିଜରେ କହିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ଓ କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି ଅବହେଳା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବାକୁ ଶ୍ରୀ ପଟ୍ଟନାୟକ ଦଳୀୟ ନେତା ମାନଙ୍କୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।

Related story