୫ବର୍ଷ ପରେ ମନେପଡ଼ିଲା ‘ଦିଲ୍ଲୀ ଚଲୋ’; ସେଥର ସ୍ୱତନ୍ତ୍ର ପାହ୍ୟା, ଏଥର ଏମଏସପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ଟି ରାଜ୍ୟର ନିର୍ବାଚନରେ ‘ଚାଷୀ ସମସ୍ୟା’ ମୁଖ୍ୟ ପ୍ରସଙ୍ଗ ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବାପରେ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଆଶଙ୍କିତ ବିଜେଡି ଏବେ ଆତ୍ମରକ୍ଷା କୌଶଳ ଆପଣାଇଛି। ପ୍ରାଇସ,ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନରତ ରାଜ୍ୟର ଚାଷୀଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ କ୍ଷମତାସୀନ ବିଜେଡି ଏବେ ଦିଲ୍ଲୀ ଦରବାରରେ ଆନ୍ଦୋଳନ କରିବାକୁ ସଜବାଜ ହୋଇଛି।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଦାବିକୁ କେନ୍ଦ୍ର ସରକାର ଗ୍ରହଣ […]

BJD_PRESSER final

BJD_PRESSER final

Sampad Mahapatra
  • Published: Monday, 17 December 2018
  • Updated: 17 December 2018, 06:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୫ଟି ରାଜ୍ୟର ନିର୍ବାଚନରେ ‘ଚାଷୀ ସମସ୍ୟା’ ମୁଖ୍ୟ ପ୍ରସଙ୍ଗ ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବାପରେ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଆଶଙ୍କିତ ବିଜେଡି ଏବେ ଆତ୍ମରକ୍ଷା କୌଶଳ ଆପଣାଇଛି। ପ୍ରାଇସ,ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନରତ ରାଜ୍ୟର ଚାଷୀଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ କ୍ଷମତାସୀନ ବିଜେଡି ଏବେ ଦିଲ୍ଲୀ ଦରବାରରେ ଆନ୍ଦୋଳନ କରିବାକୁ ସଜବାଜ ହୋଇଛି।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିନଥିବା ପ୍ରତିବାଦରେ ବିଜେଡି ଆସନ୍ତା ଜାନୁଆରୀ ୮ ତାରିଖରେ ସଂସଦ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ।

ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି କୃଷକ ସେଲ୍ ସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଆବାହକ ପ୍ରତାପ ଜେନା, ସାଂସଦ ବଳଭଦ୍ର ମାଝୀ, ବିଧାୟକ ଦେବୀ ମିଶ୍ର,ସଞ୍ଜୟ ଦାସବର୍ମା ପ୍ରମୁଖ ଚାଷୀ ସମସ୍ୟା ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦି ଏମଏସପି ୨୯୩୦ଟଙ୍କା ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହାସହିତ ଦଳର ପ୍ରାୟ ୧୫ରୁ ୨୦ହଜାର କର୍ମୀ ସ୍ୱତନ୍ତ୍ର ଟ୍ରେନରେ ଯାଇ ଦିଲ୍ଲୀରେ ଜାନୁୟାରୀ ୮ରେ ସଂସଦ ଭବନ ଘେରାଉ କରିବେ ବୋଲି ସୂଚନା ଦେଇଛନ୍ତି।

ତେବେ ଚାଷୀଙ୍କ ସମସ୍ୟାକୁ ନେଇ ଦୀର୍ଘ ୧୯ବର୍ଷ ଧରି ନିରବ ରହିଥିବା ବିଜେଡି ସରକାର ନିର୍ବାଚନ ପୂର୍ବରୁ ଅଚାନକ ଦିଲ୍ଲୀ ଯାଇ ସଂସଦ ଭବନ ଘେରାଉ କରିବାର ରଣନୀତି କାହିଁକି ପ୍ରସ୍ତୁତ କଲା ତାକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ ନିର୍ବାଚନ ଆସିଲେ ବିଜେଡି ଏଭଳି ରଣନୀତି ଆପଣାଇଥାଏ। ଛତିଶଗଡ଼ ଓ ମଧ୍ୟପ୍ରଦେଶର ଦୀର୍ଘଦିନର ବିଜେପି ସରକାର ସ୍ଥାନୀୟ ଚାଷୀ ସମସ୍ୟାକୁ ଅଣଦେଖା କରିବାର ପରିଣାମ ବିଧାନସଭା ନିର୍ବାଚନରେ ଭୋଗିଛି। ବିକାଶ ଓ ନିର୍ମଳ ଭାବମୂର୍ତ୍ତି ସତ୍ତ୍ୱେ ଏହି ଦୁଇ ରାଜ୍ୟରେ ବିଜେପି କ୍ଷମତାଚ୍ୟୁତ ହେବାପରେ ବିଜେଡି ଭୟଭୀତ ହୋଇପଡ଼ିଛି ।ରାଜ୍ୟର ଚାଷୀ ସମସ୍ୟାକୁ ସମାଧାନ କରିବା ପାଇଁ ଏବେ ବ୍ୟାକଡୋରରେ ପ୍ରୟାସ ଚାଲିଥିଲେ ମଧ୍ୟ ୨୨ରୁ ୨୫ହଜାର କୋଟି ଟଙ୍କାର ପ୍ୟାକେଜ ଅପ୍ରତ୍ୟାଶିତ ଭାବେ ଘୋଷଣା କରିବା ନବୀନ ସରକାରଙ୍କ ପକ୍ଷରେ ସମ୍ଭବପର ହେଉନାହିଁ। ଯେଉଁଥିପାଇଁ ରାଜ୍ୟରେ ପ୍ରାଇସ,ପେନସନ ଓ ପ୍ରେଷ୍ଟିଜ୍ ଦାବି କରୁଥିବା ଚାଷୀଙ୍କ ତୁଷ୍ଟୀକରଣ ନିମନ୍ତେ ବିକଳ୍ପ ଚିନ୍ତା ଚାଲିଛି। ଆଉ ରାଜ୍ୟ ସରକାର ନିଜର ଦୁର୍ବଳତାକୁ ଲୁଚାଇ ଚାଷୀ ସମସ୍ୟା ପ୍ରତି ବିଜେଡି ସମ୍ବେଦନଶୀଳ ଅଛି ବୋଲି ସନ୍ଦେଶ ଦେବାକୁ ଏବେ ‘ଦିଲ୍ଲୀ ଚଲୋ’ର ରଣକୌଶଳ ପ୍ରସ୍ତୁତ କରିଛି। ତେଣୁ ଗୋଟିଏ ଗୁଳିରେ ଦୁଇଟି ଶିକାର ନ୍ୟାୟରେ ଚାଷୀ ବର୍ଗଙ୍କୁ ସନ୍ତୁଷ୍ଟ କରିବା ଓ କେନ୍ଦ୍ରର ବିଜେପି ସରକାର ଉପରେ ଦୋଷ ଲଦି ବିଜେଡି ଏବେ ସଂସଦ ଭବନ ଘେରିବାକୁ ନିଷ୍ପତ୍ତି ନେଇଛି।

ଅବଶ୍ୟ ଏମଏସପି ପ୍ରସଙ୍ଗରେ ବିଜେଡିର ଏହି ପ୍ରସ୍ତାବିତ ‘ଦିଲ୍ଲୀ ଚଲୋ’ ର ଭାଗ୍ୟ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ୨୦୧୩ ଜୁନ୍ ୧୨ରେ ଦିଲ୍ଲୀରେ ସ୍ୱାଭିମାନ ର‌୍ୟାଲି ଭଳି ହେବାର ଆଶଙ୍କା ରହିଛି। କାରଣ ରାଜ୍ୟ ସ୍ୱାର୍ଥ ହାସଲ ଆଳରେ ବିଜେଡି ଏବେ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୀତିକ ଫାଇଦା ନେବାକୁ ଚାହୁଁଥିବା ଜଳଜଳ ଦିଶୁଛି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାକୁ ନେଇ ବେଶ୍ ହଟଚମଟ କରିଥିବା ବିଜେଡି ଏହାକୁ ଶୀତଳଭଣ୍ଡାରରେ ରଖିଥିଲା।ଏବେ ସେହି ସମାନ ପ୍ରସଙ୍ଗରେ ଲୋକଙ୍କ ପାଖକୁ ଗଲେ ସଫଳତା ମିଳିବାର ସମ୍ଭାବନା କ୍ଷୀଣ ଥିବା ଆଶଙ୍କା କରି ‘ଚାଷୀ ସମସ୍ୟା’କୁ ଦଳ ପ୍ରସଙ୍ଗ କରିଛି। ତେବେ ବିଜେଡିର ଏହି ପ୍ରସଙ୍ଗ ଏବେ ‘ଗୋଦରୀ ଲୋ ନିଜ ଗୋଡ଼କୁ ଅନା’ ଭଳି ହେବାକୁ ଯାଉଛି।

ଚାଷୀ ପ୍ରସଙ୍ଗରେ ବିଜେଡି ସରକାର ବି ଅଡ଼ୁଆରେ

୧- ଘୋଷଣାର ୩ବର୍ଷ ପରେ ବି ଚାଷୀଙ୍କୁ ମିଳିଲାନି ବୋନସ
୨-ଭାଗ ଚାଷକୁ ଆଇନସମ୍ମତ କରିବା ପାଇଁ ଶୀତଳ ଭଣ୍ଡାରରେ ସଂଶୋଧନ ପ୍ରସ୍ତାବ
୩- ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନାହାନ୍ତି ଚାଷୀ
୪- ଚାଷୀଙ୍କ ଦାବି ଏଡ଼ାଇବାକୁ ଏବେ କେନ୍ଦ୍ରକୁ ଟାର୍ଚେଟ୍
୫- ୨ବର୍ଷ ପୁରୁଣା ଉତ୍ପାଦନ ରେଟ ଚାର୍ଟ ଧରି ବିକ୍ଷୋଭ ପାଇଁ ସଜବାଜ
୬- ବିଧାନସଭାରେ ସର୍ବସମ୍ମତ ସଂକଳ୍ପ,ସର୍ବଦଳୀୟ ଗୃହ କମିଟିକୁ ଅଣଦେଖା କରି ବିଜେଡି ଏକାକୀ ଲଢ଼ିବାକୁ ନିଷ୍ପତ୍ତି

ରାଜନୀତିକ ତଥ୍ୟାଭିଜ୍ଞଙ୍କ ମତରେ ପ୍ରାଇସ-ପେନସନ-ପ୍ରେଷ୍ଟିଜ୍ ଦାବି କରୁଥିବା ଚାଷୀଙ୍କୁ ପୁଲିସ ଲଗାଇ ରାଜଧାନୀ ଭିତରେ ପ୍ରବେଶ କରାଇ ଦେଉନଥିବା କ୍ଷମତାସୀନ ବିଜେଡି ଏବେ ଦିଲ୍ଲୀରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିରେ ସଂସଦ ଘେରାଉ ପାଇଁ ଘୋଷଣା କରିବା ହାସ୍ୟାସ୍ପଦ କଥା। ରାଜ୍ୟରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ନବନିର୍ମାଣ କୃଷକ ସଂଗଠନ ସହ ମଧ୍ୟ କଥା ହେବାକୁ ବି ରାଜ୍ୟ ସରକାର ଉଚିତ୍ ମଣିନାହାନ୍ତି। ଯଦିଓ କୃଷି ଓ ଚାଷୀ ପ୍ରସଙ୍ଗ ହେଉଛି ରାଜ୍ୟର ବ୍ୟାପାର। ଅବଶ୍ୟ ପ୍ରାଇସ୍ ନିର୍ଦ୍ଧାରଣ କେନ୍ଦ୍ର ସରକାର କରେ। ତଥାପି ରାଜ୍ୟ ସରକାର ନିଜ ବଜେଟରୁ ଚାଷୀଙ୍କୁ ବୋନସ ଦେଇପାରିବେ। ଛତିଶଗଡ଼,ଝାଡ଼ଖଣ୍ଡ,ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ସରକାର ନିଜର ଚାଷୀଙ୍କୁ ଏମଏସପି ଉପରେ ଅଧିକ ବୋନସ ଦେଉଛନ୍ତି। କିନ୍ତୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ ନଭେମ୍ବର ୧୯ରେ ବରଗଡ଼ର ସୋହେଲାରେ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୧୦୦ଟଙ୍କା ବୋନସ ଘୋଷଣା କରି ମଧ୍ୟ ଏପର୍ଯ୍ୟନ୍ତ ଦେଇନାହାନ୍ତି।

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ରାଜସ୍ଥାନ,ପଞ୍ଜାବ ଓ କର୍ଣ୍ଣାଟକ ଭଳି ରାଜ୍ୟ ଚାଷୀଙ୍କ ଋଣଛାଡ଼ କରିଛନ୍ତି। କିନ୍ତୁ ଦୁଇବର୍ଷ ତଳେ ଏ ଦିଗରେ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଥିବା ନବୀନ ପଟ୍ଟନାୟକ ସରକାର ଏବେ ଋଣଛାଡ଼ କଥା ଭୁଲି ଯାଇଛନ୍ତି।

୨୭ଲକ୍ଷରୁ ଅଧିକ ଭାଗଚାଷୀ ପରିବାରକୁ ଆଇନଗତ ମାନ୍ୟତା ଦେବା ପାଇଁ ଆଇନରେ ସଂଶୋଧନ ପ୍ରସ୍ତାବକୁ ଝୁଲାଇ ରଖିଥିବା ଓଡ଼ିଶା ସରକାର ମଧ୍ୟ ରାଜ୍ୟର ୮୦ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥରକ୍ଷା କରିବାରେ ବିଫଳ ହୋଇଛନ୍ତି।

ସେହିପରି ଏମଏସପି ପ୍ରସଙ୍ଗରେ ୨୦୧୭ ମାର୍ଚ୍ଚ ୨୫ରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ଗୃହୀତ ହେବା, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ, ପୁନର୍ବାର ୨୦୧୭ ନଭେମ୍ବର ୩୦ରେ ସଂକଳ୍ପ ଗୃହୀତ କରି ରାଷ୍ଟ୍ରପତିଙ୍କୁ ଭେଟିବା ଭଳି ପଦକ୍ଷେପ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କ୍ଷମତାସୀନ ବିଜେଡି ଏବେ ଏହି ପ୍ରସଙ୍ଗକୁ ନିଜର ରାଜନୀତିକ ଫାଇଦା ପାଇଁ ଉପଯୋଗ କରିବାକୁ ଯାଉଛି। ବିଧାନସଭାରେ ଯେଉଁ ସବୁ ଦଳ ଏସବୁ ସଂକଳ୍ପକୁ ସମର୍ଥନ ଦେଇଥିଲେ ସେମାନଙ୍କୁ ଅଣଦେଖା କରି ଏକା ଦିଲ୍ଲୀରେ ସଂସଦ ଭବନ ଘେରାଉ ପାଇଁ ନିଷ୍ପତ୍ତି ନେଇଛି। ତା’ଛଡ଼ା ଯେଉଁ ୨୯୩୦ଟଙ୍କାର ରେଟଚାର୍ଟ କଥା ବିଜେଡି ଏବେ କହୁଛି ତାହା ୨୦୧୬ ଖରିଫ ଋତୁର ଉତ୍ପାଦନ ଖର୍ଚ୍ଚ ଉପରେ ପର୍ଯ୍ୟବସିତ।

ତେଣୁ ନିଜର ଦୁର୍ବଳତାକୁ ଲୁଚାଇବା ପାଇଁ ବିଜେଡି ଆଗାମୀ ନିର୍ବାଚନ ପୂର୍ବରୁ କେନ୍ଦ୍ର ଉପରେ ଚାଷୀ ସମସ୍ୟାର ଦୋଷ ଲଦିବା ନିମନ୍ତେ କରିଥିବା ରଣନୀତି ତା’ପାଇଁ ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

https://youtu.be/zu65qffpp0Q

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story