Advertisment

ନୂଆଁଖାଇରେ ବିଜେଡିର ଭେଟଘାଟ୍ ରାଜନୀତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉତ୍ସବରୁ ରାଜନୀତିକ ଫାଇଦା ଉଠାଇବା ପାଇଁ ବିଜେଡି ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ପାଇଁ ବିଜେଡି ଏବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଂଚଳରେ ନୂଆଖାଇ ଭେଟଘାଟ କରି ନିଜର ସଂଗଠନକୁ ଚଳଚଞ୍ଚଳ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ବିଜେଡି ଏବେ ନୂଆଁଖାଇ ଗଣପର୍ବ ମାଧ୍ୟମରେ ଲୋକଙ୍କ ନିକଟତର […]

ନୂଆଁଖାଇରେ ବିଜେଡିର ଭେଟଘାଟ୍ ରାଜନୀତି

Bjd

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉତ୍ସବରୁ ରାଜନୀତିକ ଫାଇଦା ଉଠାଇବା ପାଇଁ ବିଜେଡି ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ପାଇଁ ବିଜେଡି ଏବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଂଚଳରେ ନୂଆଖାଇ ଭେଟଘାଟ କରି ନିଜର ସଂଗଠନକୁ ଚଳଚଞ୍ଚଳ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

Advertisment

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ବିଜେଡି ଏବେ ନୂଆଁଖାଇ ଗଣପର୍ବ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ରଣନୀତି ପ୍ରସ୍ତୁତ କରିଛି । ସାଂଗଠନିକ କାର୍ଯ୍ୟକୁ କ୍ରିୟାଶୀଳ କରିବା ନିମନ୍ତେ ଦଳ ପକ୍ଷରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଗାଁ, ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ନୂଆଁଖାଇ ଭେଟଘାଟ ଆୟୋଜନ କରାଯିବ।

ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ଏସବୁ ଜିଲ୍ଲାରେ ଦଳର ପ୍ରଦର୍ଶନ ଅପେକ୍ଷାକୃତ ଖରାପ ହୋଇଥିବାରୁ ଏବେ ଗାଁ ଗହଳିର କର୍ମୀମାନଙ୍କୁ ଏକଜୁଟ କରି ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ‘ନୂଆଁଖାଇ ଭେଟଘାଟ’କୁ ବିଜେଡି ଉପଯୁକ୍ତ ପ୍ଲାଟଫର୍ମ ଭାବେ ବାଛିଛି। ବିଧାନସଭା ଚାଲିଥିଲେ ମଧ୍ୟ ଦଳର ବିଧାୟକ,ସାଂସଦ ଓ ବ୍ଲକସ୍ତରର ନେତାମାନଙ୍କୁ ଗାଁ ଗହଳିରେ ହେଉଥିବା ନୂଆଁଖାଇ ଭେଟଘାଟରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ନୂଆଁଖାଇ ଭେଟଘାଟ ପାଇଁ  ବିଜେଡି ମଧ୍ୟ ଆବଶ୍ୟକ ପାଣ୍ଠି ଯୋଗାଇବ। ଭେଟଘାଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭୋଜିଭାତ ଆୟୋଜନ କରି ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ବିଜେଡି ଲକ୍ଷ୍ୟ ରଖିଛି। ଆଗକୁ ନିର୍ବାଚନ ଥିବାରୁ ବିଜେଡି ପ୍ରଥମଥର ପାଇଁ ଦଳୀୟ ବ୍ୟାନରରେ ଏଭଳି ନୂଆଁଖାଇ ଭେଟଘାଟ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୪ରେ ନୂଆଖାଇ ପାଳନ ପାଇଁ ଆଜି ଲଗ୍ନ ଧାର୍ଯ୍ୟ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe