ଡବ୍ଲ୍ୟୁଓଡିସିରୁ ବିଦା ହେବେ ଅସିତ୍ , ଖୁବଶୀଘ୍ର ବିଜେଡିର ଥଇଥାନ ପର୍ବ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରୁଥିବା ବିଜେଡି ଖୁବଶୀଘ୍ର ନିଜର ନେତାମାନଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିବାକୁ ଯାଉଛି । ଚଳିତ ପିତୃପକ୍ଷ ବା ମହାଳୟା ପରେ ଯେକୌଣସି ମୁହୂର୍ତ୍ତରେ  ବିଜେଡି ସରକାରଙ୍କ ପକ୍ଷରୁ ନେତାମାନଙ୍କ ସରକାରୀ ଥଇଥାନ ସଂକ୍ରାନ୍ତ ଘୋଷଣା ହୋଇପାରେ । ଏପଟେ ପଶ୍ଚିମଓଡ଼ିଶାରେ ନିଜର ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ପାଇଁ ପଶ୍ଚିମଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ପଦରୁ ଅବସରପ୍ରାପ୍ତ ଆଇଏଏସ୍ ଅସିତ୍ କୁମାର […]

bjd

bjd

Ordigital Desk
  • Published: Tuesday, 20 September 2022
  • Updated: 21 September 2022, 06:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରୁଥିବା ବିଜେଡି ଖୁବଶୀଘ୍ର ନିଜର ନେତାମାନଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିବାକୁ ଯାଉଛି । ଚଳିତ ପିତୃପକ୍ଷ ବା ମହାଳୟା ପରେ ଯେକୌଣସି ମୁହୂର୍ତ୍ତରେ  ବିଜେଡି ସରକାରଙ୍କ ପକ୍ଷରୁ ନେତାମାନଙ୍କ ସରକାରୀ ଥଇଥାନ ସଂକ୍ରାନ୍ତ ଘୋଷଣା ହୋଇପାରେ । ଏପଟେ ପଶ୍ଚିମଓଡ଼ିଶାରେ ନିଜର ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ପାଇଁ ପଶ୍ଚିମଓଡ଼ିଶା ବିକାଶ ପରିଷଦ(ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ପଦରୁ ଅବସରପ୍ରାପ୍ତ ଆଇଏଏସ୍ ଅସିତ୍ କୁମାର ତ୍ରିପାଠୀଙ୍କୁ ବିଦା କରି ଦଳ ଜଣେ ରାଜନୀତିକ ବ୍ୟକ୍ତିଙ୍କୁ ଥଇଥାନ କରିବ ବୋଲି ସୂଚନା ମିଳିଛି ।

ସୂତ୍ର ଅନୁସାରେ, ମୁଖ୍ୟ ସଚିବ ପଦରୁ ଅବସର ନେବାପରେ ଆଇଏଏସ୍ ଅସିତ୍ ତ୍ରିପାଠୀଙ୍କୁ ରାଜ୍ୟ ସରକାର ୨୦୨୦ ଡିସେମ୍ବର ମାସରେ ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ଥଇଥାନ କରିଥିଲେ । ଏହା ସହିତ ତାଙ୍କୁ ଶିଳ୍ପ, ପର୍ଯ୍ୟଟନ, ଆଂଚଳିକ ବିକାଶ ଓ କୃଷିବ୍ୟବସାୟ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭଳି ଏକ ରାଜନୀତିକ ପଦବୀରେ ଶ୍ରୀ ତ୍ରିପାଠୀଙ୍କ ନିଯୁକ୍ତି ବିଜେଡି ପାଇଁ ରାଜନୀତିକ ଦୃଷ୍ଟିରୁ କୌଣସି ଫାଇଦା ଦେଉନଥିବାରୁ ତାଙ୍କୁ ସେଠାରୁ ହଟାଇବାକୁ ନିଷ୍ପତ୍ତି ହୋଇଛି । ଶ୍ରୀ ତ୍ରିପାଠୀ ଏବେ ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବ ସଭାପତି ଭାବେ କାର୍ଯ୍ୟ କରୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ମଧ୍ୟ ଅଛନ୍ତି । ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ପଦବୀ ଭାବେ ତାଙ୍କୁ କ୍ୟାବିନେଟ୍ ପାହ୍ୟାର ସୁବିଧାସୁଯୋଗ ମିଳିଥିଲେ ମଧ୍ୟ ପଶ୍ଚିମଓଡ଼ିଶାରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ଜୋରଦାର ହେବା ଓ ନିକଟ ଅତୀତରେ ୧୧ଟି ଜିଲ୍ଲାରେ ବନ୍ଦ ପାଳିତ, ସରକାରଙ୍କ ପ୍ରତି ଆଦିବାସୀମାନଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇବା, ପଶ୍ଚିମଓଡ଼ିଶାର ବିଜେଡି ନେତାମାନଙ୍କ ସହ ଉତ୍ତମ ଯୋଗସୂତ୍ର ନରଖିବା ଆଦି କାରଣ ପାଇଁ ଶ୍ରୀ ତ୍ରିପାଠୀ ଗତ କିଛିମାସ ଧରି ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତାଙ୍କ ରୋଷର ଶିକାର ହୋଇଛନ୍ତି ।

କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଶ୍ରୀ ତ୍ରିପାଠୀ ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରତିନିଧିଙ୍କୁ ସାକ୍ଷାତ ଓ ଶିଳ୍ପାଂଚଳ ଗସ୍ତ କରି ରାଜ୍ୟରେ ଶିଳ୍ପାୟନର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଥିବାବେଳେ ତାଙ୍କୁ ସେଥିରେ ଅଚାନକ ପୂର୍ଣ୍ଣଚ୍ଛେଦ ପକାଇବାକୁ ପଡ଼ିଥିଲା । ୨୦୨୦ ଡିସେମ୍ବର ମାସରୁ ସେ ଉପରୋକ୍ତ କ୍ଷେତ୍ରଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ   ତୃତୀୟ ମହଲା ସହ ସମନ୍ୱୟ ଅଭାବରୁ ତାଙ୍କୁ କୋଣଠେସା ହେବାକୁ ପଡ଼ିଥିବା ସୂଚନା ମିଳିଛି । ଯେଉଁଥିପାଇଁ ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ନିବେଶକ ସମ୍ମିଳନୀ, ଦିଲ୍ଲୀ ଓ ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ନିମନ୍ତେ ନିବେଶକ ସମ୍ମିଳନୀ ଭଳି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ କାର୍ଯ୍ୟକ୍ରମରୁ ଶ୍ରୀ ତ୍ରିପାଠୀଙ୍କୁ ଦୂରେଇ ରଖାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା,  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁମ୍ବାଇରେ ନିବେଶକଙ୍କୁ ଭେଟି ଓଡ଼ିଶାକୁ ଆମନ୍ତ୍ରଣ କରିବା ଦିନ ହିଁ ଶ୍ରୀ ତ୍ରିପାଠୀ ଭୁବନେଶ୍ୱର କ୍ଲବରେ ‘ନୂଆଖାଇ’ ଭେଟଘାଟ କରି ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଉଥିଲେ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତଥା ଏହି ସମସ୍ତ କାରଣ ପାଇଁ ବିଜେଡି ନେତୃତ୍ୱ ଏବେ ଶ୍ରୀ ତ୍ରିପାଠୀଙ୍କ ଉପରେ ଆଉ ଭରସା କରିବା ମୁଡରେ ନଥିବାରୁ ତାଙ୍କୁ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ପଦରୁ ହଟାଇବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

ସେହିପରି ଗତ ଜୁନ୍ ପ୍ରଥମ ସପ୍ତାହରେ ଅପ୍ରତ୍ୟାଶିତ ଭାବେ ସମସ୍ତ ନିଗମ ଓ ବୋର୍ଡ ଅଧ୍ୟକ୍ଷ, ଉପଦେଷ୍ଟା ଆଦି ପଦରୁ ରାଜନୀତିକ ବ୍ୟକ୍ତିମାନଙ୍କୁ ହଟାଇ ଦେଇଥିବା ବିଜେଡି ସରକାର ଏବେ ଶାସକ ଦଳର ସବୁ ୱିଙ୍ଗର ଆଗଧାଡ଼ିର ନେତାମାନଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିବାକୁ ଯାଉଛି । ଏ ସଂକ୍ରାନ୍ତ ତାଲିକା ଚୂଡ଼ାନ୍ତ ହୋଇସାରିଥିବାବେଳେ କେବଳ ଘୋଷଣା ବାକି ରହିଥିବା ଜଣାପଡ଼ିଛି । ପିତୃପକ୍ଷ ଶେଷ ହେବାପରେ ଏହି ଥଇଥାନ ପ୍ରକ୍ରିୟା ହେବ ।  ଦଶହରା ଅବା ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କ ଜନ୍ମଦିନ ପୂର୍ବରୁ ଏହି ଘୋଷଣା ହେବ ବୋଲି ସୂଚନା ମିଳିଛି । । ଏହାସହିତ ଦଳର ଚାଷୀ, ଶ୍ରମିକ, ଅନୁସୂଚିତ ଜାତି, ଜନଜାତି ଆଦି କମିଟି ଗଠନ ପ୍ରକ୍ରିୟା ମଧ୍ୟ ଦଶହରା ପୂର୍ବରୁ ସାରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story