Advertisment

୫୫୨ଟି ଆସନରେ ଜିତି ସାରିଲାଣି ବିଜେଡି, ୨୦୦ରୁ ଅଧିକରେ ଆଗୁଆ ଅଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ଦିନର ଭୋଟ୍ ଗଣତି ଜାରି ରହିଛି। ତେବେ ପ୍ରଥମ ଓ ଦ୍ୱିତୀୟ ଦିନର ଫଳାଫଳ ଆସିଯାଇଛି। ଖବର ଲେଖାଯିବା ସୁଦ୍ଧା ୮୫୧ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୬୨୦ଟିର ଫଳାଫଳ ଘୋଷଣା କରାଯାଇଥିବା ବେଳେ ସେଥିରୁ କେବଳ ବିଜେଡି ୫୫୨ଟିରେ ବିଜୟୀ ହୋଇଛି। ବିଜେପି ଓ କଂଗ୍ରେସକୁ ଯଥାକ୍ରମେ ୩୧ ଓ ୩୦ଟି ଆସନ ମିଳିଛି। ସେହିପରି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ପ୍ରାର୍ଥୀ ୭ଟି ଆସନ […]

author-image
Jitendra Garnayak
ଅଦ୍ୟତନ ହୋଇଛି
୫୫୨ଟି ଆସନରେ ଜିତି ସାରିଲାଣି ବିଜେଡି, ୨୦୦ରୁ ଅଧିକରେ ଆଗୁଆ ଅଛି

vote

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ଦିନର ଭୋଟ୍ ଗଣତି ଜାରି ରହିଛି। ତେବେ ପ୍ରଥମ ଓ ଦ୍ୱିତୀୟ ଦିନର ଫଳାଫଳ ଆସିଯାଇଛି। ଖବର ଲେଖାଯିବା ସୁଦ୍ଧା ୮୫୧ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୬୨୦ଟିର ଫଳାଫଳ ଘୋଷଣା କରାଯାଇଥିବା ବେଳେ ସେଥିରୁ କେବଳ ବିଜେଡି ୫୫୨ଟିରେ ବିଜୟୀ ହୋଇଛି। ବିଜେପି ଓ କଂଗ୍ରେସକୁ ଯଥାକ୍ରମେ ୩୧ ଓ ୩୦ଟି ଆସନ ମିଳିଛି। ସେହିପରି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ପ୍ରାର୍ଥୀ ୭ଟି ଆସନ ହାତେଇଛନ୍ତି।

Advertisment

ଆଜି ତୃତୀୟ ଦିନରେ ୨୩୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ଗଣତି ଚାଲିଛି। ସେଥିରୁ ୨୧୦ଟିରେ ବିଜେଡି ଆଗୁଆ ରହିଛି। ସେହିପରି ବିଜେପି ୧୫ ଓ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛନ୍ତି।

ରବିବାର ଦ୍ୱିତୀୟ ଦିନରେ ୩୦୫ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣତି ଆରମ୍ଭ ହୋଇଥିଲା, ଯାହା ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଏହି ୩୦୫ଟି ଆସନରୁ ବିଜେଡି ୨୬୦ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ୧୬ଟି ଲେଖାଏଁ ଆସନ ଜିତିଛନ୍ତି। ସେହିପରି ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ ହାତକୁ ଯାଇଛି ୨ଟି ଆସନ।

Advertisment

ଅନ୍ୟପକ୍ଷରେ ଶନିବାର ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣତି କରାଯାଇଥିବା ବେଳେ ବିଜେଡି ୨୮୨ଟିରେ ବିଜୟୀ ହୋଇଥିଲା। ବିଜେପି ଓ କଂଗ୍ରେସକୁ ଏହି ପର୍ଯ୍ୟାୟରେ ଯଥାକ୍ରମେ ୧୫ ଓ ୧୪ଟି ଆସନ ମିଳିଥିଲା। ସେହିପରି ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ ୪ଟି ଆସନ ମିଳିଥିଲା।

Odisha Panchayat Election 2022