Advertisment

ପୌର ନିର୍ବାଚନ ଫଳାଫଳ; ‍ବାଜିଲାଣି ଶଙ୍ଖ, ପଛରେ ପଡ଼ିଲେ ପଦ୍ମ, ହାତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ କ୍ଲିନ୍‌ ସୁଇପ୍‌ କରି ଜନମତକୁ ନିଜ ସପକ୍ଷରେ ନେଇଥିବା ବିଜେଡି ପୌର ନିର୍ବାଚନରେ ନିଜ ବିଜୟଧାରା ଆରମ୍ଭ କରି ଦେଇଛି। ସକାଳୁ ଗଣତି ଆରମ୍ଭ ହେଉ ହେଉ ଆଗୁଆ ଥିବା ବିଜେଡି ଏବେ ବହୁ ଆସନରେ ଉଡ଼ାଇଲାଣି ନିଜ ବିଜୟ ବାନା।  ଗଣତି ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଆସିଲାଣି ଫଳାଫଳ । ମ୍ୟୁନିସିପାଲିଟି ସମେତ ବହୁ ଏନଏସି ଆସନ ବିଜେଡି ହାତେଇବାରେ ସକ୍ଷମ ହୋଇଥିବା […]

author-image
Niharika Rout
ଅଦ୍ୟତନ ହୋଇଛି
ବିଜେଡିକୁ ମିଳିଲା ୭୬୬ ଆସନ, ବିଜେପି ଓ କଂଗ୍ରେସ ମିଶି ୮୦ ଛୁଇଁଲେନି

bjd flag

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ କ୍ଲିନ୍‌ ସୁଇପ୍‌ କରି ଜନମତକୁ ନିଜ ସପକ୍ଷରେ ନେଇଥିବା ବିଜେଡି ପୌର ନିର୍ବାଚନରେ ନିଜ ବିଜୟଧାରା ଆରମ୍ଭ କରି ଦେଇଛି। ସକାଳୁ ଗଣତି ଆରମ୍ଭ ହେଉ ହେଉ ଆଗୁଆ ଥିବା ବିଜେଡି ଏବେ ବହୁ ଆସନରେ ଉଡ଼ାଇଲାଣି ନିଜ ବିଜୟ ବାନା।  ଗଣତି ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଆସିଲାଣି ଫଳାଫଳ । ମ୍ୟୁନିସିପାଲିଟି ସମେତ ବହୁ ଏନଏସି ଆସନ ବିଜେଡି ହାତେଇବାରେ ସକ୍ଷମ ହୋଇଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ କଂଗ୍ରେସ।

Advertisment

ତାଳଚେର ମ୍ୟୁନିସିପାଲିଟିରେ ବିଜେଡିର ପବିତ୍ର ଭୂତିଆ ବିଜୟୀ ହୋଇଥିବା ବେଳେ ସୋନପୁର ମ୍ୟୁନିସିପାଲିଟିରେ ତାମସି ତାମସ୍ମିତା ନାଏକ, ଦେବଗଡ଼ ମ୍ୟୁନିସିପାଲିଟିରେ  ବିଜେଡି ପ୍ରାର୍ଥୀ ଶାନ୍ତିମଞ୍ଜରୀ,  ବ୍ୟାସନଗର ମ୍ୟୁନିସିପାଲିଟିରେ ବିଜେଡିର ସଙ୍ଗୀତା ପିଙ୍ଗୁଆ  ବିଜୟୀ ହୋଇଛନ୍ତି।

ଢେଙ୍କାନାଳନବରଙ୍ଗପୁର ମ୍ୟୁନିସିପାଲିଟି ଆସନ କିନ୍ତୁ ହାତେଇ ନେଇଛି ବିଜେପି। ଢେଙ୍କାନାଳରେ ବିଜେପିର ଜୟନ୍ତୀ ପାତ୍ର ୪୧୪୫ ଭୋଟରେ ବିଜୟୀ ହୋଇଥିବା ବେଳେ  ନବରଙ୍ଗପୁର ମ୍ୟୁନିସିପାଲିଟିରେ ବିଜେପିର କୁନୁ ନାୟକ ବିଜୟୀ  ହୋଇଛନ୍ତି।

Advertisment

[caption id="attachment_722912" align="aligncenter" width="650"]celebration ବୌଦ୍ଧରେ ଚାଲିଛି ସେଲିବ୍ରେଶନ ।[/caption]

ଏନଏସି ନିର୍ବାଚନରେ ବିଜୟ ଟ୍ରେଣ୍ଡ ବଜାୟ ରଖିଛି ବିଜେଡି।  ବିନିକା ଏନ୍ଏସିରେ  ବିଜେଡିର ସୁବାସ ଭୋଇ ବିଜୟୀ ହୋଇଥିବା ବେଳେ ତରଭା ଏନ୍ଏସିରେ  ବିଜେଡିର ବନ୍ଦିତା ନାଏକ, ପଦ୍ମପୁର ଏନ୍ଏସିରେ ବିଜେଡିର ସାବିତ୍ରୀ ବାଗ , କରଞ୍ଜିଆ ଏନ୍ଏସିରେ  ବିଜେଡିର  ପପି ପୃଷ୍ଟି ବିଜୟୀ, ଗୁଡାରୀ ଏନ୍ଏସିରେ ବିଜେଡିର ଶର୍ମିଷ୍ଠା ଶବର, ସୋରଡ଼ା ଏନ୍ଏସିରେ  ବିଜେଡିର ଶିବଶଙ୍କର ପଣ୍ଡା, ଚିକିଟି ଏନ୍ଏସିରେ ବିଜେଡିର ଦୀପା ସାହୁ,  କାମାକ୍ଷାନଗର ଏନ୍ଏସିରେ ବିଜେଡିର ଧର୍ମାନନ୍ଦ ପରିଡ଼ା ଓ  କେସିଙ୍ଗାରେ ବିଜେଡିର ନୃପରାଜ ଯାଦବ ବିଜୟୀ ହୋଇଛନ୍ତି।

ପାଟଣାଗଡ଼ରେ ବିଜେଡିର ମାନସୀ ବିଶ୍ୱାଳ ବିଜୟୀ ହୋଇଥିବା ବେଳେ  କୁଚିଣ୍ଡା ଏନଏସିରେ ବିଜେଡିର ପ୍ରଦ୍ୟୁତ ମହାନ୍ତି ୯୮୮ ଭୋଟରେ ବିଜୟୀ  ହୋଇଛନ୍ତି। ରାଜଗାଙ୍ଗପୁରରେ ବିଜେଡିର ମାଧୁରୀ ଲୁଗୁନ, ଖଲ୍ଲିକୋଟ୍ ଏନ୍ଏସିରେ ବିଜେଡିର ନିରଞ୍ଜନ ବେହେରା, ଭୁବନ ଏନ୍ଏସିରେ ବିଜେଡି  ବିଜେଡିର ଶୁଭେନ୍ଦୁ ସାହୁ, ଗୋପାଳପୁର ଏନ୍ଏସିରେ  ବିଜେଡିର ଜେ. ଜାନକୀରାମ ବିଜୟୀ  ହୋଇଛନ୍ତି।

[caption id="attachment_722916" align="aligncenter" width="650"]dharmagada ଧର୍ମଗଡ଼ରେ ବିଜେପିର ମହିଳା କର୍ମୀ ସେଲିବ୍ରେଶନରେ ମାତିଛନ୍ତି ।[/caption]

ବାଣପୁର ଏନ୍ଏସିରେ ବିଜେଡିର ମିଟୁ ନାୟକ ବିଜୟୀ ହୋଇଥିବା ବେଳେ ଗଞ୍ଜାମର ବେଲଗୁଣ୍ଠା ଏନ୍ଏସିରେ ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବିଜୟୀ ଅଧ୍ୟକ୍ଷ ପ୍ରାର୍ଥୀ ଫିରୋଜ ସେଠୀ ଓ  ବଲାଙ୍ଗିର ଜିଲ୍ଲା ତୁଷୁରା ଏନ୍ଏସିରେ ବିଜେଡିର  ଅଜୟ ଜୟସ୍ୱାଲ ବିଜୟୀ  ହୋଇଛନ୍ତି।

ଉଦଳା ଏନ୍ଏସିରେ  ବିଜେପି ପ୍ରାର୍ଥୀ ପ୍ରମିଳା ପଣ୍ଡା ବିଜୟୀ ହୋଇଥିବା ବେଳେ ରେଢ଼ାଖୋଲରେ  ବିଜେପି ପ୍ରାର୍ଥୀ ଶିବରାମ ସାହୁ , ଜୁନାଗଡ଼ ଏନ୍ଏସିରେ   ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରଓ୍ୱାଲ ବିଜୟୀ ହୋଇଛନ୍ତି । ବାଲିମେଳା ଏନଏସିରେ  ବିଜୟୀ  ହୋଇଛନ୍ତି ବିଜେପିର ପ୍ରଦୀପ ନାୟକ ।

ଏହାବାଦ ସବୁଠୁ ପଛରେ ପଡ଼ି ଯାଇଥିବା କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇଛି।  ଦିଗପହଣ୍ଡି ଏନ୍ଏସିରେ କଂଗ୍ରେସର ପ୍ରଫୁଲ୍ଲ ପଣ୍ଡା ବିଜୟୀ ହୋଇଛନ୍ତି।

Municipal Election Result 2022