Advertisment

‘ଚୁମ୍ବନରେ ବି ଜିଏସ୍‌ଟି ଲଗାଇବାକୁ ବସିଲାଣି ମୋଦି ସରକାର’

ଭୁବନେଶ୍ୱର : “ ନରେନ୍ଦ୍ର ମୋଦି ସରକାର ଟ୍ୟାକ୍ସ ନାଁରେ ସବୁଥିରେ ଜିଏସ୍‌ଟି ଲଗାଇ ସାରିଲେଣି। ଏବେ ଚୁମ୍ବନରେ ବି ଜିଏସଟି ଲଗାଇବାକୁ ବସିଲେଣି। ଆମେ କରିବୁ କ’ଣ?” ବିଜେଡି ମହିଳା ୱିଙ୍ଗ୍‌ର ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୀତିକ ପ୍ରସ୍ତାବ ଆଗତ କରିବାବେଳେ ଗୋଟିଏ ଜିଲ୍ଲାର ସମ୍ପାଦିକା ଏଭଳି ଢଙ୍ଗରେ ମୋଦି ସରକାରର ଜିଏସ୍‌ଟିକୁ ନେଇ ମନ୍ତବ୍ୟ ଦେଇଥିଲେ। ସେ ପୁଣି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ଜଣେ ସକ୍ରିୟ ଦଳୀୟ କର୍ମୀ ବୋଲି ଜଣାପଡ଼ିଛି। ଏବେ ଏହା ରାଜନୀତିକ ମହଲରେ […]

ଅଦ୍ୟତନ ହୋଇଛି
‘ଚୁମ୍ବନରେ ବି ଜିଏସ୍‌ଟି ଲଗାଇବାକୁ ବସିଲାଣି ମୋଦି ସରକାର’

Gst

Advertisment

ଭୁବନେଶ୍ୱର : “ ନରେନ୍ଦ୍ର ମୋଦି ସରକାର ଟ୍ୟାକ୍ସ ନାଁରେ ସବୁଥିରେ ଜିଏସ୍‌ଟି ଲଗାଇ ସାରିଲେଣି। ଏବେ ଚୁମ୍ବନରେ ବି ଜିଏସଟି ଲଗାଇବାକୁ ବସିଲେଣି। ଆମେ କରିବୁ କ’ଣ?”

Advertisment

ବିଜେଡି ମହିଳା ୱିଙ୍ଗ୍‌ର ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୀତିକ ପ୍ରସ୍ତାବ ଆଗତ କରିବାବେଳେ ଗୋଟିଏ ଜିଲ୍ଲାର ସମ୍ପାଦିକା ଏଭଳି ଢଙ୍ଗରେ ମୋଦି ସରକାରର ଜିଏସ୍‌ଟିକୁ ନେଇ ମନ୍ତବ୍ୟ ଦେଇଥିଲେ। ସେ ପୁଣି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ଜଣେ ସକ୍ରିୟ ଦଳୀୟ କର୍ମୀ ବୋଲି ଜଣାପଡ଼ିଛି। ଏବେ ଏହା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଶୁକ୍ରବାର ବିଜେଡି ମୁଖ୍ୟାଳୟରେ ଦଳର ମହିଳା ୱିଙ୍ଗ୍‌ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ୬ଟି ରାଜନୀତିକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା। ଦଳର ନେତ୍ରୀମାନେ ଜଣକ ପରେ ଜଣେ ଗୋଟିଏ ଲେଖାଏ ରାଜନୀତିକ ପ୍ରସ୍ତାବ ଆଗତ କରିଥିଲେ।

Advertisment

ତେବେ ମହିଳାଙ୍କ ଅର୍ଥନୀତିକ ସ୍ୱାବଲମ୍ବନ ପ୍ରସ୍ତାବ ଆଗତ କରିଥିବା ଏହି ଜିଲ୍ଲା ସମ୍ପାଦିକା କହିଥିଲେ, "ମୋଦି ସରକାର ଗ୍ୟାସଠାରୁ ଆରମ୍ଭ କରି ଖାଇବା, ହ୍ୟାଣ୍ଡଲୁମ୍ ଓ ସବୁଥିରେ ଜିଏସଟି  ଲଗାଇ ସାରିଛନ୍ତିି। ଏବେ ଚୁମ୍ବନରେ ବି ଜିଏସଟି ଲଗାଇବାକୁ ବସିଲେଣି। ଏବେ ଆମେ କରିବୁ କ’ଣ?" ଜିଲ୍ଲା ସଭାନେତ୍ରୀଙ୍କ ଏଇ ପଦେ କଥାକୁ ନେଇ ସଭାସ୍ଥଳରେ ହାସ୍ୟରୋଳସୃଷ୍ଟି ହୋଇଥିଲା।ମାତ୍ର ରାଜନୀତିକ ପ୍ରସ୍ତାବ ଆଗତ କରିବା ବେଳେ ଜଣେ ଦଳୀୟ ପଦାଧିକାରୀଙ୍କ ଏଭଳି ହାଲୁକା ବୟାନର ଓଲଟା ପରିଣାମ ହୋଇପାରେ ବୋଲି ଅନୁଭବ କରି ଦଳ ପକ୍ଷରୁ ତାଳିପକା ଉଦ୍ୟମ କରାଯାଇଥିବା ଜଣାପଡ଼ିଛି।

ସେହି ତାଳିପକା ଉଦ୍ୟମର ଅଂଶବିଶେଷ ଭାବେ ଦଳର ଜଣେ ଉପସଭାପତି କହିଛନ୍ତି, 'ଜିଏସ୍‌ଟିକୁ ଓଡ଼ିଶା ସରକାରଙ୍କ ସହିତ ବିଜେଡି ମଧ୍ୟ ସମର୍ଥନ କରିଛି। ତେଣୁ ଏଭଳିଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିବାବେଳେ ନେତାନେତ୍ରୀମାନେ ସାବଧାନତା ଅବଲମ୍ବନ କରିବା ଉଚିତ୍ ଥିଲା।'

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe