Advertisment

ପ୍ରଥମ ଦିନ ଗଣତି: ୨୮୧ ଆସନ ଜିତିଲା ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ଶାସକ ବିଜେଡି ବୃହତ ବିଜୟ ଆଡ଼କୁ ଅଗ୍ରସର ହୋଇଛି। ନିର୍ବାଚନର ପ୍ରଥମ ଦିନ ଗଣତିର ଫଳାଫଳ ସାମ୍ନାକୁ ଆସିଛି। ପ୍ରଥମ ଦିନରେ ୩୧୫ ଜୋନ୍ ମଧ୍ୟରୁ ୩୧୪ଟି ଫଳାଫଳ ବାହାରିଛି। ସେଥିମଧ୍ୟରୁ ବିଜେଡି ୨୮୧ଟି ଆସନରେ ବିଜୟୀ ହୋଇଛି। ଅର୍ଥାତ୍ ବିରୋଧୀ ବିଜେପି ଓ କଂଗ୍ରେସକୁ ମାତ୍ ଦେଇ ବିଜେଡି ପାଖାପାଖି ୯୦ ପ୍ରତିଶତ ଆସନରେ ଆଗରେ ରହିଛି। ତେବେ ଗୋଟିଏର ଫଳାଫଳ ଆସିନାହିଁ। ସେହିପରି ବିଜେପି ଓ କଂଗ୍ରେସ ବହୁ […]

ବିଜେଡିକୁ ମିଳିଲା ୭୬୬ ଆସନ, ବିଜେପି ଓ କଂଗ୍ରେସ ମିଶି ୮୦ ଛୁଇଁଲେନି

bjd flag

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ଶାସକ ବିଜେଡି ବୃହତ ବିଜୟ ଆଡ଼କୁ ଅଗ୍ରସର ହୋଇଛି। ନିର୍ବାଚନର ପ୍ରଥମ ଦିନ ଗଣତିର ଫଳାଫଳ ସାମ୍ନାକୁ ଆସିଛି। ପ୍ରଥମ ଦିନରେ ୩୧୫ ଜୋନ୍ ମଧ୍ୟରୁ ୩୧୪ଟି ଫଳାଫଳ ବାହାରିଛି। ସେଥିମଧ୍ୟରୁ ବିଜେଡି ୨୮୧ଟି ଆସନରେ ବିଜୟୀ ହୋଇଛି। ଅର୍ଥାତ୍ ବିରୋଧୀ ବିଜେପି ଓ କଂଗ୍ରେସକୁ ମାତ୍ ଦେଇ ବିଜେଡି ପାଖାପାଖି ୯୦ ପ୍ରତିଶତ ଆସନରେ ଆଗରେ ରହିଛି। ତେବେ ଗୋଟିଏର ଫଳାଫଳ ଆସିନାହିଁ।

Advertisment

ସେହିପରି ବିଜେପି ଓ କଂଗ୍ରେସ ବହୁ ପଛରେ ପଡ଼ି ଯାଇଛନ୍ତି। ବିଜେପି ୧୫ ଓ କଂଗ୍ରେସ ମାତ୍ର ୧୪ଟି ଆସନରେ ବିଜୟ ଲାଭ କରିଛନ୍ତି। ସେହିପରି ସ୍ୱାଧୀନ ପ୍ରାର୍ଥୀ ୨ଟି ଓ ଅନ୍ୟାନ୍ୟ ୨ଟିରେ ବିଜୟୀ ହୋଇଛନ୍ତି।

ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ୱିତୀୟ ଦିନରେ ବି ବିଜେଡି ବହୁ ଆଗରେ ରହିଛି। ଏପର୍ଯ୍ୟନ୍ତ ୬୨୦ ଜିଲ୍ଲା ପରିଷଦ ଜୋନ୍ ଗଣତି ଚାଲିଥିବା ବେଳେ ସେଥିରୁ କେବଳ ବିଜେଡି ୫୫୪ରେ ବିଜୟୀ/ଆଗୁଆ ରହିଛି। ସେହିପରି ବିଜେପି ୩୦, କଂଗ୍ରେସ ୨୯ଟି ଜୋନରେ ବିଜୟୀ/ଆଗୁଆ ରହିଛି। ଅନ୍ୟାନ୍ୟ ଦଳ ୭ଟି ଆଗୁଆ ବା ବିଜୟୀ ହୋଇଛନ୍ତି।

Advertisment

ପ୍ରଥମ ଦିନରେ ୨୮୧ ଆସନ ଜିତିବା ପରେ ବିଜେଡି ଦ୍ୱିତୀୟ ଦିନ ୨୭୩ ଆସନରେ ଆଗୁଆ ରହିଛି। ମୋଟ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୬୨୦ ଆସନର ଗଣତି ଚାଲିଥିବା ବେଳେ ଆହୁରି ୨୩୧ ଆସନ ପାଇଁ ଗଣତି ହେବ। ତେବେ ବାକି ଆସନ ଗୁଡ଼ିକରେ ମଧ୍ୟ ବିଜେଡିର ଦବଦବା ରହିବା ଏକପ୍ରକାର ନିଶ୍ଚିତ।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe