Advertisment

ବିଜେଡିକୁ ମିଳିଲା ୭୬୬ ଆସନ, ବିଜେପି ଓ କଂଗ୍ରେସ ମିଶି ୮୦ ଛୁଇଁଲେନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସିଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ଜୋନ୍‌ର ସଂପୂର୍ଣ୍ଣ ଫଳାଫଳ। ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୭୬୬ଟିରେ ବିଜେଡି ବିଜୟୀ ହୋଇଛି। ବିଜେପିକୁ ୪୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ହାତେଇଛି ୩୭ଟି ଆସନ। ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନ ପାଇଛନ୍ତି। ସେହିପରି ଅନ୍ୟାନ୍ୟ ଦଳକୁ ମିଳିଛି ୪ଟି ଆସନ। ରାଜ୍ୟରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଆସନ ଥିବା ବେଳେ ୮୫୧ଟି ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ସେଥିରୁ ୭୬୫ଟିରେ […]

ଅଦ୍ୟତନ ହୋଇଛି
ବିଜେଡିକୁ ମିଳିଲା ୭୬୬ ଆସନ, ବିଜେପି ଓ କଂଗ୍ରେସ ମିଶି ୮୦ ଛୁଇଁଲେନି

bjd flag

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସିଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ଜୋନ୍‌ର ସଂପୂର୍ଣ୍ଣ ଫଳାଫଳ। ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୭୬୬ଟିରେ ବିଜେଡି ବିଜୟୀ ହୋଇଛି। ବିଜେପିକୁ ୪୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ହାତେଇଛି ୩୭ଟି ଆସନ। ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନ ପାଇଛନ୍ତି। ସେହିପରି ଅନ୍ୟାନ୍ୟ ଦଳକୁ ମିଳିଛି ୪ଟି ଆସନ।

Advertisment

ରାଜ୍ୟରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଆସନ ଥିବା ବେଳେ ୮୫୧ଟି ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ସେଥିରୁ ୭୬୫ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବରଗଡ଼ ଜିଲ୍ଲା ଅମ୍ବାଭୋନାର ଏକ ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟୀ ହୋଇଥିଲେ। ତେଣୁ ବିଜେଡି ମୋଟ ୭୬୬ଟି ଆସନ ହାତେଇଛି। ସେହିଭଳି କେନ୍ଦୁଝରର ଘସିପୁରାରେ ଏକ ଜିଲ୍ଲା ପରିଷଦ ଆସନରେ ଭୋଟ୍‌ ଗ୍ରହଣ କରାଯାଇ ନାହିଁ। ଏଠାରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଯିବାରୁ ଭୋଟ୍ ଗ୍ରହଣକୁ ବନ୍ଦ ରଖାଯାଇଛି।

୩୦ଟି ଜିଲ୍ଲାର ୩୧୪ଟି ବ୍ଳକ୍‌ର ୮୫୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ମୋଟ ୨ କୋଟି ୧୦ ଲକ୍ଷ ୨୮ ହଜାର ୪୦୩ ବୈଧ ଭୋଟ୍ ପଡ଼ିଥିଲା। ସେଥିରୁ ବିଜେଡି ୧ କୋଟି ୧୦ ଲକ୍ଷ ୮୯ ହଜାର ୭୧୨ ଖଣ୍ଡ ପାଇଥିଲା। ବିଜେପି ୬୩ ଲକ୍ଷ ୨୩ ହଜାର ୭୪୬ଟି ଭୋଟ୍ ପାଇଥିବା ବେଳେ କଂଗ୍ରେସକୁ ମିଳିଥିଲା ୨୮ ଲକ୍ଷ ୫୪ ହଜାର ୩୯୮ ଖଣ୍ଡ ଭୋଟ୍‌। ସେହିପରି ସ୍ୱାଧୀନ ପ୍ରାର୍ଥୀଙ୍କୁ ୨ ଲକ୍ଷ ୮୧ ହଜାର ୨୧୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଥିଲେ ୪ ଲକ୍ଷ ୭୯ ହଜାର ୩୩୪ ଖଣ୍ଡ ଭୋଟ୍‌।

Advertisment

ସୂଚନାଯୋଗ୍ୟ, ଗତ ପଞ୍ଚାୟତ ନିର୍ବାଚନ ଠାରୁ ବିଜେଡି ଖୁବ୍ ଭଲ କରିଥିବା ବେଳେ ବିଜେପି ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି। କଂଗ୍ରେସର ବି ଆସନ ସଂଖ୍ୟା ଗତ ଥର ଠାରୁ କମିଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୭୬ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨୯୭, କଂଗ୍ରେସ ୬୦ ଓ ଅନ୍ୟାନ୍ୟ ପ୍ରାର୍ଥୀ ୧୬ଟି ଆସନରେ ଜିତିଥିଲେ।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe