Advertisment

‘ବିଜେଡିକୁ ଭୋଟ ନ ଦେବାରୁ ଆମକୁ ହାଣି ଦେଲେ’

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ):  ଆମକୁ ଜୋରଜବରଦସ୍ତି କହିଲେ ବିଜେଡିରେ ଭୋଟ ଦିଅ। ନ ଦେବାରୁ ଶାବଳ, ଭୁଜାଲିରେ ହାଣି ଦେଲେ।  ଏପରି ସାଂଘାତିକ ଘଟଣା ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରହାଡମଲ ପଞ୍ଚାୟତ  ନିଶୀମହର ଗାଁରେ ଘଟିଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ ଏପରି କହିଛନ୍ତି ଗୁରୁତର ହୋଇଥିବା ଗ୍ରାମବାସୀ। ସୂଚନା ଅନୁଯାୟୀ, ଆଜି ସକାଳୁ ନିଶୀମହର ଗାଁସ୍ଥିତ ବୁଥ୍‌ରେ ମତଦାନ ଚାଲିଥିଲା। ସେଠାରେ ନିଜକୁ ବିଜେଡି କର୍ମୀ କୁହାଉଥିବା କିଛି ଯୁବକ ଛିଡ଼ା ହୋଇଥିଲେ। ଏଥିସହ ଭୋଟ […]

author-image
Niharika Rout
ଅଦ୍ୟତନ ହୋଇଛି
‘ବିଜେଡିକୁ ଭୋଟ ନ ଦେବାରୁ ଆମକୁ ହାଣି ଦେଲେ’

attack

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ):  ଆମକୁ ଜୋରଜବରଦସ୍ତି କହିଲେ ବିଜେଡିରେ ଭୋଟ ଦିଅ। ନ ଦେବାରୁ ଶାବଳ, ଭୁଜାଲିରେ ହାଣି ଦେଲେ।  ଏପରି ସାଂଘାତିକ ଘଟଣା ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରହାଡମଲ ପଞ୍ଚାୟତ  ନିଶୀମହର ଗାଁରେ ଘଟିଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ ଏପରି କହିଛନ୍ତି ଗୁରୁତର ହୋଇଥିବା ଗ୍ରାମବାସୀ।

Advertisment

ସୂଚନା ଅନୁଯାୟୀ, ଆଜି ସକାଳୁ ନିଶୀମହର ଗାଁସ୍ଥିତ ବୁଥ୍‌ରେ ମତଦାନ ଚାଲିଥିଲା। ସେଠାରେ ନିଜକୁ ବିଜେଡି କର୍ମୀ କୁହାଉଥିବା କିଛି ଯୁବକ ଛିଡ଼ା ହୋଇଥିଲେ। ଏଥିସହ ଭୋଟ ଦେବାକୁ ଆସୁଥିବା ଗ୍ରାମବାସୀଙ୍କୁ ବିଜେଡିରେ ଭୋଟ ଦେବାକୁ ଧମକାଉଥିଲେ। ନଚେତ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ କହିଥିଲେ।

ହେଲେ ଗ୍ରାମର କିଛି ଜଣ  ବିଜେଡି କର୍ମୀଙ୍କ କଥାରେ ରାଜି ହୋଇ ନ ଥିଲେ। ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ବିଜେଡି କର୍ମୀମାନେ ଲୁଚାଇ ରଖିଥିବା ଶାବଳ, ଭୁଜାଲିରେ  ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହାକୁ କେନ୍ଦ୍ର କରି ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେବାରୁ ପୁଲିସ୍‌ ଫୋର୍ସ ମୁତୟନ ହୋଇଛି ।

Advertisment
Panchayat Election Violence Odisha Panchayat Election 2022