Advertisment

ମହିଳାଙ୍କୁ ଶାଢ଼ି ବାଣ୍ଟି ରାଣ ଦେଉଛନ୍ତି ବିଜେଡି ନେତା!

ଜଳେଶ୍ୱର (ଅଜିତ କୁମାର ଦାସ): ଭୁଲ୍‌ କରିବନି… ରାଣ ରହିଲା…। ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେବା ପାଇଁ ମହିଳାଙ୍କୁ ଶାଢ଼ି ବାଣ୍ଟି ରାଣ ଦେଉଛନ୍ତି ନେତା। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ଶାଢ଼ି ବାଣ୍ଟୁଥିବା ନେତା ଜଣକ ବିଜେଡିର ବୋଲି ଅଭିଯୋଗ ହେଉଛି। କିନ୍ତୁ ବିଜେଡି ଏହାକୁ ଖଣ୍ଡନ କରିଛି। ରାତି ପାହିଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ୍‌ ଟୁକୁରିହାଜିରା ପଞ୍ଚାୟତରେ ମତଦାନ ହେବ। ସେଥିପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏହା […]

ଅଦ୍ୟତନ ହୋଇଛି
ମହିଳାଙ୍କୁ ଶାଢ଼ି ବାଣ୍ଟି ରାଣ ଦେଉଛନ୍ତି ବିଜେଡି ନେତା!

Balasore

Advertisment

ଜଳେଶ୍ୱର (ଅଜିତ କୁମାର ଦାସ): ଭୁଲ୍‌ କରିବନି... ରାଣ ରହିଲା...। ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେବା ପାଇଁ ମହିଳାଙ୍କୁ ଶାଢ଼ି ବାଣ୍ଟି ରାଣ ଦେଉଛନ୍ତି ନେତା। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ଶାଢ଼ି ବାଣ୍ଟୁଥିବା ନେତା ଜଣକ ବିଜେଡିର ବୋଲି ଅଭିଯୋଗ ହେଉଛି। କିନ୍ତୁ ବିଜେଡି ଏହାକୁ ଖଣ୍ଡନ କରିଛି।

Advertisment

ରାତି ପାହିଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ୍‌ ଟୁକୁରିହାଜିରା ପଞ୍ଚାୟତରେ ମତଦାନ ହେବ। ସେଥିପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏହା ସତ୍ତ୍ୱେ ଆଜି ସକାଳେ ଟୁକୁରିହାଜିରା ପଞ୍ଚାୟତର ୧୦ ନମ୍ୱର ୱାର୍ଡରେ ଶାଢ଼ି ବଣ୍ଟା ଯାଉଥିବା ଦେଖିବାକୁ ମିଳିଛି। ଶାଢ଼ି ବାଣ୍ଟିବା ବେଳେ ମହିଳାଙ୍କ ରାଣ ଦିଆଯାଇଛି। ...ଭୁଲ୍‌ କରିବନି... ରାଣ ରହିଲା...ବୋଲି ମହିଳା ଭୋଟଙ୍କୁ ନେତା କହୁଛନ୍ତି। ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶାସକ ବିଜେଡି ନେତାମାନେ ଏପରି ପନ୍ଥା ଆପଣାଇଥିବା ଆଲୋଚନା ହେଉଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମୋବାଇଲରୁ ମୋବାଇଲ୍‌ ଘୂରି ବୁଲୁଛି।

ଶାଢ଼ି ବାଣ୍ଟିବାକୁ ନେଇ ଗାଁ ଜଣେ ଲୋକ ଅରବିନ୍ଦ ରଣା କହିଛନ୍ତି, “ବିଜେଡି ନେତାମାନେ ମହିଳାମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଶାଢ଼ି ବାଣ୍ଟୁଛନ୍ତି। ପଇସା ମଧ୍ୟ ଦେଉଛନ୍ତି। ଭୋଟ ଦେବା ପାଇଁ ପ୍ରଲୋଭନ ଦେଖାଉଛନ୍ତି।”

Advertisment

ଭୋଟ୍‌ ହାତେଇବା ପାଇଁ ବିଜେଡି ନେତା ଶାଢ଼ି ବାଣ୍ଟିବାକୁ ବିଜେପି ସମାଲୋଚନା କରିଛି। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କୁ  ଜଣାଇବେ ବୋଲି କହିଛନ୍ତି। କିନ୍ତୁ ବିଜେଡି ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଭୋଗରାଇ ବିଧାୟକ ଅନନ୍ତ ଦାସ କହିଛନ୍ତି, “ମୁଁ ଜାଣିନି। କୌଣସି ବିଜେଡି ଲୋକ ବାଣ୍ଟୁନଥିଲେ। ଯଦି ଭାଇରାଲ୍‌ ହୋଇଛି ବିଡିଓଙ୍କୁ କୁହ। ମୁଁ ଜାଣିନି କଣ ପ୍ରତିକ୍ରିୟା ଦେବି।”

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe