Advertisment

ବିଜେଡିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ଅରୁଣ ସିଂହ

ଭୁବନେଶ୍ୱର: ବିଜେଡିର ୧୫ ବର୍ଷର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ। କେନ୍ଦ୍ର ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ  ଓଡିଶାରେ ଗତ ୧୫ ବର୍ଷ ଧରି ଅପାରଗ ସରକାର ଚାଲିଥିବା କହିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କର ଏକ ବର୍ଷର ଶାସନ ଓ ରାଜ୍ୟରେ ବିଜେଡିର ୧୫ ବର୍ଷର ଶାସନର ତୁଳନା କରି ସେ କହିଛନ୍ତି ଯେ, ଓଡିଶାରେ ଏପର୍ଯ୍ୟନ୍ତ ଲୋକଙ୍କୁ ଶୁଦ୍ଧ ପାନୀୟ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବିଜେଡିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ଅରୁଣ ସିଂହ

arun

ଭୁବନେଶ୍ୱର: ବିଜେଡିର ୧୫ ବର୍ଷର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ। କେନ୍ଦ୍ର ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ  ଓଡିଶାରେ ଗତ ୧୫ ବର୍ଷ ଧରି ଅପାରଗ ସରକାର ଚାଲିଥିବା କହିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କର ଏକ ବର୍ଷର ଶାସନ ଓ ରାଜ୍ୟରେ ବିଜେଡିର ୧୫ ବର୍ଷର ଶାସନର ତୁଳନା କରି ସେ କହିଛନ୍ତି ଯେ, ଓଡିଶାରେ ଏପର୍ଯ୍ୟନ୍ତ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳର ସୁବିଧା ଦିଆଯାଇନାହିଁ। ଫଳରେ ସାଧାରଣଲୋକ ନାହିଁ ନଥିବା ଅସୁବିଧା ଭୋଗୁଥିବା ସେ କହିଛନ୍ତି। ସମ୍ୱଲପୁର, ବଲାଙ୍ଗିର, ନୟାଗଡ ଆଦିରେ ଜଣ୍ଡିସ ବ୍ୟାପିବା ଘଟଣାକୁ ସେ ଦୁର୍ଭାଗ୍ୟଜନକ କହିଛନ୍ତି। ଏଥିସହ ଏବେ ସରକାରଙ୍କ ଦକ୍ଷତା ପ୍ରଦର୍ଶନ କରିବା ରାଜ୍ୟସରକାରଙ୍କ ସମୟ ଆସିଛି। ଆଗକୁ କେନ୍ଦ୍ର ସରକାର ମଧ୍ୟ ରାଜ୍ୟର ପ୍ରଦର୍ଶନକୁ ନେଇ ନିଶ୍ଚିତ ରୁପେ ମାପିବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ,ବିଜେଡି ଓଡିଶାରେ ଗତ ୧୫ ବର୍ଷରେ ଯେତିକି କାମ କରିଛି କେନ୍ଦ୍ରର ଭାଜପା ସରକାର ଆସନ୍ତା ୫ ବର୍ଷ କ’ଣ ୧୦ ବର୍ଷରେ ମଧ୍ୟ ସେତିକି କାର୍ଯ୍ୟ କରିପାରିବ ନାହିଁ। ଭାଜପା ନେତୃତ୍ୱାଧୀନ ସରକାର  ଏଥର ରେଳ ବଜେଟରେ ଓଡିଶାକୁ ସାମାନ୍ୟ ଅଧିକ ଅନୁଦାନ ଦେଇଛନ୍ତି। ତାହାଛଡା ଓଡିଶା ପାଇଁ ଆଉ କିଛି କରି ନାହାନ୍ତି। ବରଂ କେନ୍ଦ୍ରୀୟ ଯୋଜନା ଗୁଡିକରେ ଆସୁଥିବା ଅନୁଦାନକୁ କାଣ୍ଟଛାଣ୍ଟ୍ କରିଦେଇଛନ୍ତି। ଗତ୧ ବର୍ଷରେ ମୋଦି ସରକାର ଯାହା କରିଥିବେ ତାହା ଦେଶ ପାଇଁ କରିଥିବେ। ଓଡିଶା ପାଇଁ ସ୍ୱତନ୍ତ୍ର ଭାବେ କିଛି କରି ନାହାନ୍ତି।  ରାଜ୍ ପ୍ରଭାରୀ ଭାବେ ନିଜେ ଅରୁଣ ସିଂହ ଓଡିଶା ପାଇଁ କଣ କରିଛନ୍ତି ତାହା ପ୍ରଥମେ କୁହନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି।