କୋଟିଏ କର୍ମୀଙ୍କୁ ବିଜେଡିର ପ୍ରତାରଣା : ପ୍ରତିଷ୍ଠା ଦିବସ ପାଳିଲାନି, ‘ଯୋଡ଼ାବର୍ଷ’ହେଲା ଅଡ଼ୁଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସର୍ବବୃହତ ଆଂଚଳିକ ଦଳ ତଥା ଓଡ଼ିଶାବାସୀଙ୍କ ଦଳ ବୋଲି ଦାବି କରୁଥିବା ବିଜେଡି ନିଜର ୧କୋଟିରୁ ଊର୍ଦ୍ଧ୍ୱ କର୍ମୀଙ୍କ ସମେତ ରାଜ୍ୟବାସୀଙ୍କୁ ପ୍ରତାରଣା କରିଛି। ଦୁଇଦିନ ତଳେ ନିଜର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିଥିବା ବିଜେଡି ନିଜର ବୟସକୁ ବି ଭୁଲିଯାଇଛି। ୧୯୯୭ ଡିସେମ୍ବର ୨୬ରେ ଆତ୍ମପ୍ରକାଶ କରିଥିବା ବିଜେଡିକୁ ପ୍ରକୃତରେ ଏବେ କେତେବର୍ଷ ତାକୁ ନେଇ ଦଳ ଭିତରେ ଓ ବାହାରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ ସବୁଠୁ ସଙ୍ଗୀନ […]

7nb

7nb

Tapas Behera
  • Published: Monday, 28 December 2020
  • Updated: 28 December 2020, 10:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସର୍ବବୃହତ ଆଂଚଳିକ ଦଳ ତଥା ଓଡ଼ିଶାବାସୀଙ୍କ ଦଳ ବୋଲି ଦାବି କରୁଥିବା ବିଜେଡି ନିଜର ୧କୋଟିରୁ ଊର୍ଦ୍ଧ୍ୱ କର୍ମୀଙ୍କ ସମେତ ରାଜ୍ୟବାସୀଙ୍କୁ ପ୍ରତାରଣା କରିଛି। ଦୁଇଦିନ ତଳେ ନିଜର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିଥିବା ବିଜେଡି ନିଜର ବୟସକୁ ବି ଭୁଲିଯାଇଛି। ୧୯୯୭ ଡିସେମ୍ବର ୨୬ରେ ଆତ୍ମପ୍ରକାଶ କରିଥିବା ବିଜେଡିକୁ ପ୍ରକୃତରେ ଏବେ କେତେବର୍ଷ ତାକୁ ନେଇ ଦଳ ଭିତରେ ଓ ବାହାରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ ସବୁଠୁ ସଙ୍ଗୀନ କଥା ହେଉଛି, ଦୀର୍ଘ ୨୦ବର୍ଷ ଧରି କ୍ଷମତାରେ ଥିବା ସତ୍ତ୍ୱେ ଦଳ ନିଜର ୨୨ତମ ପ୍ରତିଷ୍ଠା ଦିବସକୁ ପାଳିବାକୁ ଉଚିତ୍ ମଣିନି। ଦଳ କୌଣସି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜର ୨୨ତମ ଜନ୍ମଦିବସ(ଯୋଡ଼ାବର୍ଷ)କୁ ପାଳିଲାନି ନା ଅଭିଜ୍ଞତା ଅଭାବରୁ ଅଜାଣତରେ ଏଭଳି ଏକ ଗୁରୁଚଣ୍ଡାଳ ତ୍ରୁଟି କରି ବସିଛି ତାକୁ ନେଇ ଦଳ ନିରବତା ଅବଲମ୍ବନ କରିଛି।

ମିଳିଥିବା ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ଅର୍ଥାତ ଡିସେମ୍ବର ୨୬ତାରିଖରେ ବିଜେଡି ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ନିଜର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦଳର ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହୋଇ ଆଗାମୀ ଦିନରେ ମହିଳା ସଂରକ୍ଷଣକୁ ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସନ୍ଦେଶ ମଧ୍ୟ ଦେଇଥିଲେ। ରାଜ୍ୟବ୍ୟାପୀ ବିଜେଡି ନେତାମାନେ ମଧ୍ୟ ଦଳକୁ ୨୩ ପୁରି ୨୪ବର୍ଷ ଚାଲିଲା ବୋଲି କହି ବିଜେଡି ଗଠନ ଓ ୨୩ବର୍ଷର ସଫଳତାର ସ୍ମୃତିଚାରଣ କରିବାକୁ ପଛାଇ ନଥିଲେ। ତେବେ ୨୦୧୭ ଡିସେମ୍ବର ୨୬ତାରିଖରେ ଭୁବନେଶ୍ୱର ବାହାରେ ପ୍ରଥମଥର ପାଇଁ ପୁରୀରେ ଦଳ ୨୦ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସକୁ ବଡ଼ ଆକାରରେ ପାଳନ କରି ନିଜର ଶକ୍ତି ମଧ୍ୟ ପ୍ରଦର୍ଶନ କରିବାକୁ ଭୁଲି ନଥିଲା। ୨୦୧୮ ମସିହା ଡିସେମ୍ବର ୨୬ରେ ୨୧ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳିଥିବା ବିଜେଡି ୨୦୧୯ରେ ପଂଚମଥର କ୍ଷମତାସୀନ ହେବାପରେ ସେହିବର୍ଷ ଡିସେମ୍ବର ୨୬ରେ ୨୩ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳିଲା। ତେବେ ୨୦୧୮ ମସିହାରେ ୨୧ତମ ଓ ୨୦୧୯ରେ ୨୩ତମ ପ୍ରତିଷ୍ଠା ଦିବସ ଦଳ କେମିତି ପାଳିଲା ଏବଂ ୨୨ତମ ପ୍ରତିଷ୍ଠା ଦିବସକୁ କାହିଁକି ଭୁଲିଗଲା, କେହି ତା’ର ଟେର ପାଉନାହାନ୍ତି। ୨୧ରୁ ୨୩କୁ ଡିଆଁ ମାରିବା ପଛରେ କ’ଣ ଉଦ୍ଦେଶ୍ୟ ରହିଲା, ଦଳ ଅଜାଣତରେ ଏଭଳି ଭୁଲ୍ କରିବସିଲା ନା ‘ଯୋଡ଼ାବର୍ଷ’କୁ ଅଶୁଭ ବୋଲି ମାନି ୨୨ତମ ପ୍ରତିଷ୍ଠା ଦିବସ ପାଳିଲାନି ତାକୁ ନେଇ ଚର୍ଚ୍ଚା ହୋଇଛି। ଯଦି ୨୦୧୯ରେ ଦଳ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳିବା ଠିକ୍ ତା’ହେଲେ କ’ଣ ତା’ପୂର୍ବରୁ ଯେତେଥର ପ୍ରତିଷ୍ଠା ଦିବସ ପାଳିଛି ସେସବୁ ଭୁଲ୍ ଥିଲା କି, ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ?

ରାଜନୀତିକ ବିଶ୍ଲେଷକଙ୍କ ମତରେ, ସର୍ବବୃହତ୍ ଆଂଚଳିକ ଦଳ ତଥା କୋଟିଏ ସଦସ୍ୟଙ୍କ ଦଳ ବିଜେଡି ନିଜର ପ୍ରତିଷ୍ଠା ଦିବସକୁ ନେଇ ଏଭଳି ଅକ୍ଷମଣୀୟ ତ୍ରୁଟି କରିବା ନିଶ୍ଚିତ ଭାବେ ଦଳୀୟ କର୍ମୀଙ୍କ ଭାବାବେଗକୁ ଧକ୍କା ଓ ସେମାନଙ୍କ ପ୍ରତି ପ୍ରତାରଣା ମଧ୍ୟ। ଯିଏ ଯେତେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୁଅନ୍ତୁ ନା କାହିଁକି ଗୋଟିଏ ଆଂଚଳିକ ଦଳ କିଭଳି ନିଜର ବୟସକୁ ଲୁଚାଇବ ଅବା ସେ ନେଇ ଭ୍ରମାତ୍ମକ ତଥ୍ୟ ଦେବ। ଯଦି ୨୦୧୯ ମସିହାରେ କୌଣସି କାରଣବଶତଃ ଭୁଲ୍ ହୋଇଥିଲା, ତାକୁ ଏଥର ସଂଶୋଧନ କରିବାର ଆବଶ୍ୟକତା ରହିଥିଲା, ମାତ୍ର ତାହା ଦଳ କରିନାହିଁ । ଯଦି ବରିଷ୍ଠ ଓ ବୟସ୍କ ନେତାମାନଙ୍କର ମତାମତ ନିଆଯାଉଥାନ୍ତା ତା’ହେଲେ ହୁଏତ ଏଭଳି ସମସ୍ୟା ଉପୁଜୁନଥାନ୍ତା କି ଦଳକୁ ହାସ୍ୟାସ୍ପଦ ହେବାକୁ ପଡ଼ୁନଥାନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos