ଫେଡେରାଲ ଫ୍ରଣ୍ଟ ମିଶନରେ କେସିଆର୍‌: ନବୀନ ଓ ମମତାଙ୍କ ପରେ ଆଉ କିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ମିଶନ୍ ଫେଡେରାଲ୍ ଫ୍ରଣ୍ଟକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିବା କେସିଆର ଆଜି ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି। ଏହାକୁ ନେଇ ଜାତୀୟ ରାଜନୀତିରେ ନୂଆ ସମୀକରଣ ଦାନା ବାନ୍ଧୁଥିବା ସ୍ପଷ୍ଟ ହୋଇଛି। ଆଉ କେଉଁ ଦଳ ଏହି ମିଶନ୍‌ରେ ଯୋଡ଼ି ହେଉଛନ୍ତି ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ଏସବୁ ଭିତରେ ପ୍ରଶ୍ନ ସମଦୂରତା କାର୍ଡ ଖେଳି ଆସୁଥିବା ବିଜେଡିକୁ ନେଇ […]

kcr

kcr

Manoranjan Sial
  • Published: Monday, 24 December 2018
  • Updated: 24 December 2018, 10:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ମିଶନ୍ ଫେଡେରାଲ୍ ଫ୍ରଣ୍ଟକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିବା କେସିଆର ଆଜି ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି। ଏହାକୁ ନେଇ ଜାତୀୟ ରାଜନୀତିରେ ନୂଆ ସମୀକରଣ ଦାନା ବାନ୍ଧୁଥିବା ସ୍ପଷ୍ଟ ହୋଇଛି। ଆଉ କେଉଁ ଦଳ ଏହି ମିଶନ୍‌ରେ ଯୋଡ଼ି ହେଉଛନ୍ତି ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ତେବେ ଏସବୁ ଭିତରେ ପ୍ରଶ୍ନ ସମଦୂରତା କାର୍ଡ ଖେଳି ଆସୁଥିବା ବିଜେଡିକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଉଭୟ ବିଜେପି ଓ କଂଗ୍ରେସଠାରୁ ବିଜେଡି ସମଦୂରତା ରଖିଥିବା କହି ଆସୁଛି। ଏପରି ସ୍ଥିତିରେ ହଠାତ୍ କାହିଁକି ଦଳ ଫେଡେରାଲ୍ ଫ୍ରଣ୍ଟକୁ ସବୁଜ ସଂକେତ ଦେଲା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।
ନିର୍ବାଚନ ପୂର୍ବରୁ ନବୀନଙ୍କ ଏହା ଏକ ପଲିଟିକାଲ୍ ଷ୍ଟଣ୍ଟ ନା ମୂଲଚାଲ କରିବାର ଷ୍ଟ୍ରାଟେଜି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମହାଗଠବନ୍ଧନ ହେଉ କି ଫେଡେରାଲ୍ ଫ୍ରଣ୍ଟ, ପୂର୍ବରୁ କୌଣସି ମେଣ୍ଟରେ ବି ସାମିଲ ହୋଇନଥିଲେ ନବୀନ। ଏମିତିକି ବିଭିନ୍ନ ପ୍ରସଙ୍ଗରେ ମମତା ଓ ଅନ୍ୟ ନେତାଙ୍କ ଡାକରା ସତ୍ତ୍ୱେ ସମଦୂରତା ଆଳରେ ଯୋଗ ନଦେଇ ବିଜେଡି ସେଫ୍ କାର୍ଡ ଖେଳୁଥିଲା। ତେବେ ହଠାତ୍ କାହିଁକି ଅଭିମୁଖ୍ୟ ବଦଳାଇଲେ ନବୀନ? କାହିଁକି ଖୋଲାଖୋଲି ଫେଡେରାଲ୍ ଫ୍ରଣ୍ଟକୁ ସବୁଜ ସଙ୍କେତ ଦେଲେ ? ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଜାତୀୟ ରାଜନୀତିରେ ନିଜର ଗୁରୁତ୍ୱ ରଖିବାକୁ ଏହା ବିଜେଡି ସୁପ୍ରିମୋଙ୍କ ପଲିଟିକାଲ୍ ଷ୍ଟଣ୍ଟ ନୁହେଁ ତ ? ସରକାର ବିରୋଧରେ ବଢୁଥିବା ଜନମତରୁ ଫୋକସ୍ ହଟାଇବା ପାଇଁ ଏହା ଆଉ ଏକ୍ ଚାଲ୍ ହୋଇଥାଇ ପାରେ ବୋଲି ବି କୁହଯାଉଛି।

ରାଜ୍ୟରେ ବିଜେପିର ବଢ଼ୁଥିବା ଲୋକପ୍ରିୟତାକୁ ଚେକ୍ ଦେବା ପାଇଁ ଏହା ନବୀନଙ୍କ ପ୍ରେସର୍ ଟାକ୍ଟିସ୍ ବୋଲି ମଧ୍ୟ ପାୱାର କରିଡରରେ ଚର୍ଚ୍ଚା ହେଉଛି।
ନିର୍ବାଚନ ପରେ କେନ୍ଦ୍ରରେ ସରକାର ଗଠନ ପାଇଁ ବିଜେପି କିମ୍ବା କଂଗ୍ରେସର ସଂଖ୍ୟା କମ୍ ହେଲେ ମୂଲଚାଲ ପାଇଁ ଏହା ଏକ ବିକଳ୍ପ ହେବ ବୋଲି ମଧ୍ୟ ଆଲୋଚନା ହେଉଛି। ସେଥିପାଇଁ ନବୀନ, ମମତା, ଅଖିଲେଶ, ମାୟାବତୀଙ୍କୁ ନେଇ ହିଁ ଏବେ ଜାତୀୟ ରାଜନୀତିରେ ଅଙ୍କ କଷାଯାଉ ଥିବା ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।

ସେପଟେ ଫେଡେରାଲ୍ ଫ୍ରଣ୍ଟ ଗଠନ ପ୍ରୟାସକୁ କଡ଼ା ସମାଲୋଚନା କରିଛି କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଏହା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ସନ୍ଦେହ ହେଉଛି। ଧର୍ମନିରପେକ୍ଷ ଶକ୍ତିଙ୍କୁ ଦୂରେଇ ରଖିବା ପାଇଁ ବିଜେପିର ଏହା ଚାଲ।”

ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ କହିଛନ୍ତି, “ଏମାନେ କେହି କାହାରିଙ୍କୁ ମାନିବେ ନାହିଁ। କେସିଆର ନବୀନ ପଟ୍ଟନାୟକଙ୍କୁ ମାନିବେ ନାହିଁ। ନବୀନ, ମମତା ବାନାର୍ଜୀଙ୍କୁ ମାନିବେ ନାହିଁ। ଏମାନଙ୍କ ନେତୃତ୍ୱ କିଏ ନେବ ? ନେତୃତ୍ୱ ନେବା ଭଳି ବ୍ୟକ୍ତି ନଥିଲେ ମେଣ୍ଟ ହୋଇପାରି ନଥାଏ ଓ ଏହା ସଫଳ ହୋଇ ନଥାଏ।”

ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, “ଏଥିରେ କଂଗ୍ରେସର କ୍ଷତି ହେଉଛି। ତେଣୁ ସେ ଆମକୁ ବିଜେପିର ବି ଟିମ୍‌ ବୋଲି କହିବ। ବିଜେଡିର ବି କ୍ଷତି ହେଉଛି। ତେଣୁ କଂଗ୍ରେସ ସହ ଆମର ଭିତିରି ସମ୍ପର୍କ ଥିବା ସେ କହିବେ। ସେମାନେ ଏମିତି କହିଲେ, କାହାର କ’ଣ ହୋଇଯିବ? ଆଞ୍ଚଳିକ ଦଳମାନେ ସ୍ୱର ଉତ୍ତୋଳନ କରିବା ସହ ଏକାଠି ହେଲେ କେନ୍ଦ୍ର ଉପରେ ନିଶ୍ଚିତ ଏହାର ପ୍ରଭାବ ପଡ଼ିବ।”

ଘଡ଼ିକୁ ଘଡ଼ି ବଦଳୁ ଥିବା ରାଜନୈତିକ ପାଣିପାଗ ଭିତରେ ଏବେ ଦେଖିବାର କଥା ମିଶନ୍ ଫେଡେରାଲ୍ ଫ୍ରଣ୍ଟ କେତେ ସଫଳ ହେଉଛି ଓ ଓଡ଼ିଶା ରାଜନୀତି ଉପରେ ଏହାର କ’ଣ ପ୍ରଭାବ ପଡୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos