Advertisment

ସିଟ୍‌ ବେଲ୍‌ଟ ପିନ୍ଧି ନ ଥିଲେ ବିଧାୟକ, ପୁଲିସ ଅଟକାଇବାରୁ ରାଗି ଗଲେ ବିଜେଡି ଜିଲ୍ଲା ଉପସଭାପତି

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ଶାସକ ବିଜେଡି ନେତା। କର୍ତ୍ତବ୍ୟରତ ପୁଲିସକୁ ଦୁର୍ବ୍ୟବହାର କରୁଛନ୍ତି। ତାହା ପୁଣି ବିଧାୟକଙ୍କ ଉପସ୍ଥିତିରେ ବୋଲି ଅଭିଯୋଗ ହେଉଛି। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏମିତି ଏକ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ଘଟଣାଟି ଏମିତି। ଗତକାଳି ରାତି ପ୍ରାୟ ୧୦ଟା ହେବ। ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିଲେ। ମାତ୍ର ସେ ସିଟ୍‌ ବେଲ୍‌ଟ୍‌ ବାନ୍ଧି ନଥିଲେ। ବେଲ୍‌ପାହାଡ଼ ଫାଟକ ନିକଟରେ କାର୍ଯ୍ୟରତ […]

ଅଦ୍ୟତନ ହୋଇଛି
ସିଟ୍‌ ବେଲ୍‌ଟ ପିନ୍ଧି ନ ଥିଲେ ବିଧାୟକ, ପୁଲିସ ଅଟକାଇବାରୁ ରାଗି ଗଲେ ବିଜେଡି ଜିଲ୍ଲା ଉପସଭାପତି  

bjd

Advertisment

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ଶାସକ ବିଜେଡି ନେତା। କର୍ତ୍ତବ୍ୟରତ ପୁଲିସକୁ ଦୁର୍ବ୍ୟବହାର କରୁଛନ୍ତି। ତାହା ପୁଣି ବିଧାୟକଙ୍କ ଉପସ୍ଥିତିରେ ବୋଲି ଅଭିଯୋଗ ହେଉଛି। ଯାହା ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଏମିତି ଏକ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି।

Advertisment

ଘଟଣାଟି ଏମିତି। ଗତକାଳି ରାତି ପ୍ରାୟ ୧୦ଟା ହେବ। ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିଲେ। ମାତ୍ର ସେ ସିଟ୍‌ ବେଲ୍‌ଟ୍‌ ବାନ୍ଧି ନଥିଲେ। ବେଲ୍‌ପାହାଡ଼ ଫାଟକ ନିକଟରେ କାର୍ଯ୍ୟରତ ବେଲପାହାଡ଼ ଥାନାର ଏଏସ୍ଆଇ ଅର୍ଜୁନ ଓରାମ ଓ ଜଣେ କନଷ୍ଟେବଲ ବିଧାୟକଙ୍କ ଗାଡ଼ିକୁ ଅଟକାଇ ଥିଲେ। ସିଟ୍‌ ବେଲ୍‌ଟ କାହିଁକି ବାନ୍ଧିନ ବୋଲି ପଚାରିଥିଲେ। ବିଧାୟକ ମହାଶୟ ନିଜର ପରିଚୟ ଦେବା ପରେ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା।

ତେବେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଝାରସୁଗୁଡ଼ା ବିଜେଡି ଜିଲ୍ଲା ଉପ-ସଭାପତି ଶମ୍ଭୁ ମହାନ୍ତି ପୁଲିସର ଏପରି କାର୍ଯ୍ୟକୁ ବିରୋଧ କରିଥିଲେ। କାର୍ଯ୍ୟରତ ଦୁଇ ପୁଲିସ କର୍ମଚାରୀଙ୍କୁ ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଏପରିକି ଜେଲ୍ ପଠାଇବାର ଧମକ ମଧ୍ୟ ଦେଇଥିଲେ। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Advertisment

ମାତ୍ର ଏନେଇ ବିଧାୟକ କିଶୋର ମହାନ୍ତି କିମ୍ୱା ଶମ୍ଭୁ ମହାନ୍ତିଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe