Advertisment

‘ଦିବ୍ୟଶଙ୍କର ସାଧାରଣ ବ୍ୟକ୍ତି ନୁହନ୍ତି, ତେଣୁ ଇସ୍ତଫା ଦେଇ ତଦନ୍ତର ସମ୍ମୁଖୀନ ହୁଅନ୍ତୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିବ୍ୟଶଙ୍କର ମିଶ୍ର ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି । ସେ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀ। ମମିତା ହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆସୁଛି । ତେଣୁ ମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା । ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଭି. ଶ୍ରୀନିବାସନଙ୍କ ନେତୃତ୍ୱରେ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡର ଅନୁଧ୍ୟାନ ପାଇଁ ଗତକାଲି ବିଜେପିର କେନ୍ଦ୍ରୀୟ ଟିମ୍‌ ପହଞ୍ଚିଥିଲା। […]

‘ଦିବ୍ୟଶଙ୍କର ସାଧାରଣ ବ୍ୟକ୍ତି ନୁହନ୍ତି, ତେଣୁ ଇସ୍ତଫା ଦେଇ ତଦନ୍ତର ସମ୍ମୁଖୀନ ହୁଅନ୍ତୁ’

bjp press meet

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିବ୍ୟଶଙ୍କର ମିଶ୍ର ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି । ସେ ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀ। ମମିତା ହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆସୁଛି । ତେଣୁ ମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା ।

Advertisment

ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଭି. ଶ୍ରୀନିବାସନଙ୍କ ନେତୃତ୍ୱରେ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡର ଅନୁଧ୍ୟାନ ପାଇଁ ଗତକାଲି ବିଜେପିର କେନ୍ଦ୍ରୀୟ ଟିମ୍‌ ପହଞ୍ଚିଥିଲା। ବିଜେପି ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି.ଶ୍ରୀନିବାସନ, ସାଂସଦ ସୁନିତା ଦୁଗଲ ଓ ବିଧାୟିକା ରୁପା ମିତ୍ର ଏହି ଟିମ୍‌ରେ ଥିବା ବେଳେ ମମିତା ମେହେରଙ୍କ ପରିବାରକୁ  ଭେଟିଥିଲେ।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀଙ୍କ ଅନୁଯାୟୀ, ଏନସିଆରପି ରିପୋର୍ଟ ମୁତାବକ, ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ କ୍ଷେତ୍ରରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଗତ୨, ୩ ବର୍ଷରେ ଏହା ୨୬ ପ୍ରତିଶତ ବଢ଼ିଛି।  ଓଡ଼ିଶା ସରକାର ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉ ନ ଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି।

Advertisment

ଏନେଇ ବିଜେପି ଟିମ୍‌ ସଦସ୍ୟା କହିଛନ୍ତି, ମମିତା ହତ୍ୟା ମାମଲାରେ ଅପରାଧୀଙ୍କର ଗୃହ ମନ୍ତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ରହିଥିବା ଜଣାପଡ଼ୁଛି। ଉକ୍ତ ସ୍କୁଲକୁ ମନ୍ତ୍ରୀ ବାରମ୍ବାର ଯିବା, ସରକାରୀ ଅନୁଦାନ ଦେବା, ଅଭିଯୁକ୍ତ ଥାନା ବାରାକୁ ଚମ୍ପଟ ମାରିବା, ଫୋରେନସିକ୍‌ ରିପୋର୍ଟ ଆସି ନ ଥିବା ବେଳେ ଉଦ୍ଧାର ଜିନିଷ ପରିବାର ଲୋକଙ୍କୁ ଦେଇଦେବା ଆଦି ଘଟଣା ସମ୍ପୂର୍ଣ୍ଣ ମାମଲାକୁ ରହସ୍ୟାବୃତ୍ତ କରୁଛି ।  ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ । ସିବିଆଇ ତଦନ୍ତ ହେଲେ ଏହା ପଛରେ ଥିବା ଷଡଯନ୍ତ୍ର ପଦାକୁ ଆସିପାରିବ ।

କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କଂଗ୍ରେସ ଓ ବିଜେପି ରାସ୍ତାକୁ ଓହ୍ଲାଇଥିବା ବେଳେ ବିଜେଡି ମଧ୍ୟ ଖୁବ୍‌ ଶୀଘ୍ର ରାସ୍ତାକୁ ଓହ୍ଲାଇବା ବୋଲି ଆଜି ଘୋଷଣା କରିଛି। ହେଲେ ବିଜେଡି ପକ୍ଷରୁ ଦରଦାମ ବୃଦ୍ଧି  ପ୍ରତିବାଦରେ ଆନ୍ଦୋଳନ କରାଯିବ । ଆଜି ଏନେଇ ଏକ ପ୍ରେସ ମିଟ୍‌ରେ ସୂଚନା ଦେଇଛନ୍ତି ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ଓ ପ୍ରତାପ ଦେବ ।

ବିଜେଡି ପକ୍ଷରୁ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାଜଭବନ ଆଗରେ ଧାରଣା ଦିଆଯିବ। ଏହାପରେ ନଭେମ୍ବର ୧ରୁ ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ଆନ୍ଦୋଳନ କରାଯିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ମଧ୍ୟ ଆନ୍ଦୋଳନ କରିବ ମହିଳା ବିଜେଡି; ୫ରୁ ୭ ଯାଏଁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆଜି ପ୍ରେସ ମିଟ୍‌ରେ ଘୋଷଣା କରାଯାଇଛି।

ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ସବୁବେଳେ  କ୍ରିୟା ହେଲେ ପ୍ରତିକ୍ରିୟା ହେବ । ମହିଳାଙ୍କ ପ୍ରତି ବଢ଼ୁଥିବା ଅପରାଧକୁ ନେଇ  ଏବେ ପୁରା ରାଜ୍ୟ ଜଳୁଛି। ବିଜେଡି କରିବ କଣ । ଆମେ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ଚାହୁଁଛୁ। ପରିବାରର ମୁଖିଆ ହିସାବରେ ସେ ନିଜ ବିବୃତି ଦେବା ଉଚିତ । ଘଟଣାର ସିବିଆଇ ତଦନ୍ତ ନିମନ୍ତେ ରାଜି ହେବା ଉଚିତ ।

ଓଡ଼ିଶାବାସୀଙ୍କ ଆଖିକୁ ଦେଖି ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ। ସାଢେ ୪ କୋଟି ଓଡ଼ିଆଙ୍କ ମଧ୍ୟରୁ ଅଧା ମହିଳା। ଏହି ସମଗ୍ର ଘଟଣା  ପରେ ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ନେଇ ବିଜେପି ମହିଳା ଟିମ୍‌ ବି ଖୁବ୍‌  ଅସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି ସାଂସଦ ଷଡଙ୍ଗୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe