Advertisment

ତୃତୀୟ ରାଉଣ୍ଡ ଗଣତି ଶେଷ: ବଢ଼ି ଚାଲିଛି ବ୍ୟବଧାନ, ଆଗରେ ଚାଲିଛନ୍ତି ସୂର୍ଯ୍ୟବଂଶୀ

ଧାମନଗର (ଓଡ଼ିଶା ରିପୋର୍ଟର): ପ୍ରଥମ ରାଉଣ୍ଡରେ ୭୭୯। ଦ୍ୱିତୀୟ ରାଉଣ୍ଡରେ ୧୩୭୯। ଆଉ ତୃତୀୟ ରାଉଣ୍ଡରେ ୨୦୩୩। ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଥିବା ବେଳେ ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କ ଠାରୁ ଏହି ଭଳି ବ୍ୟବଧାନ ରଖି ଆଗେଇ ଚାଲିଛନ୍ତି ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ। ମୋଟ ୧୮ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ୩ଟି ରାଉଣ୍ଡ ଗଣତି ଶେଷ ହୋଇଛି। ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ […]

ପ୍ରଥମ ରାଉଣ୍ଡରେ ବିଜେପି ଆଗୁଆ

Dhamnagar

Advertisment

ଧାମନଗର (ଓଡ଼ିଶା ରିପୋର୍ଟର): ପ୍ରଥମ ରାଉଣ୍ଡରେ ୭୭୯। ଦ୍ୱିତୀୟ ରାଉଣ୍ଡରେ ୧୩୭୯। ଆଉ ତୃତୀୟ ରାଉଣ୍ଡରେ ୨୦୩୩। ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଥିବା ବେଳେ ନିକଟତମ ପ୍ରାର୍ଥୀ ବିଜେଡିର ଅବନ୍ତୀ ଦାସଙ୍କ ଠାରୁ ଏହି ଭଳି ବ୍ୟବଧାନ ରଖି ଆଗେଇ ଚାଲିଛନ୍ତି ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ।

Advertisment

ମୋଟ ୧୮ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ୩ଟି ରାଉଣ୍ଡ ଗଣତି ଶେଷ ହୋଇଛି। ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୧୨,୮୯୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ଅବନ୍ତୀ ଦାସ ୧୦,୮୫୦ ଖଣ୍ଡ ଭୋଟ୍ ପାଇଛନ୍ତି।

ସେହିପରି ବିଜେଡିରୁ ଟିକେଟ୍ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ୧୦୯୨ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୪୨୭ ଖଣ୍ଡ ଭୋଟ୍ ପାଇଛନ୍ତି।

Advertisment

ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀ ୮୭୩୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ଅବନ୍ତୀ ଦାସ ୭୩୫୮ ଖଣ୍ଡ ଭୋଟ୍ ପାଇଥିଲେ। ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୫୯୭ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୩୦୦ ଖଣ୍ଡ ଭୋଟ୍ ପାଇଥିଲେ।

Dhamnagar Result Dhamnagar Byelection Bjp Dhamnagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe