ଆୟୁଷ୍ମାନ ବନାମ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ,  ବିଜେପିର ୭ ଦିନକୁ ବିଜେଡିର ୩ ମାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ’ ଓ ରାଜ୍ୟ ସରକାରଙ୍କ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନାର ଆଳ ଦେଖାଇ ଏବେ ଗ୍ରାମାଞ୍ଚଳରେ ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ହେବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଥିବାରୁ ବିଜେପି ଚଳିତମାସ ୩୦ରୁ ୭ତାରିଖ ପର୍ଯ୍ୟନ୍ତ ଗାଁ ଗହଳିରେ ବୁଲି ଓଡ଼ିଶା ସରକାରଙ୍କ ଜନମାରଣ ନୀତି ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ରର ଆୟୁଷ୍ମାନ ଯୋଜନାର ସଫଳତା କଥା […]

FINAL CARTOON

FINAL CARTOON

Sampad Mahapatra
  • Published: Saturday, 29 September 2018
  • Updated: 29 September 2018, 08:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ’ ଓ ରାଜ୍ୟ ସରକାରଙ୍କ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନାର ଆଳ ଦେଖାଇ ଏବେ ଗ୍ରାମାଞ୍ଚଳରେ ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ହେବାକୁ ଯାଉଛନ୍ତି।

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଥିବାରୁ ବିଜେପି ଚଳିତମାସ ୩୦ରୁ ୭ତାରିଖ ପର୍ଯ୍ୟନ୍ତ ଗାଁ ଗହଳିରେ ବୁଲି ଓଡ଼ିଶା ସରକାରଙ୍କ ଜନମାରଣ ନୀତି ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ରର ଆୟୁଷ୍ମାନ ଯୋଜନାର ସଫଳତା କଥା ବିଜେପି ନେତାମାନେ ଗାଁ ଗହିଳରେ ଲୋକଙ୍କୁ ଅବଗତ କରାଇ ରାଜ୍ୟ ସରକାର ବିରୋଧରେ ଜନମତ ସୃଷ୍ଟି ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

ଏପଟେ ନିଜସ୍ୱ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଥିବା ରାଜ୍ୟ ସରକାର ଆସନ୍ତା ୩ମାସ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତ ଓ ସହରାଞ୍ଚଳରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଚାର ରଥ’କୁ ବୁଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଗାଇଡଲାଇନ୍ ଜାରି ହୋଇଛି।

ସଚେତନତା ରଥରେ ଜିଲ୍ଲା କଳା ସଂସ୍କୃତି ସଂଘ, ବ୍ଲକ୍ କଳାସଂସ୍କୃତି ସଂଘ ଓ ନଗର କଳା ସଂସ୍କୃତି ସଂଘର କଳାକାରମାନେ ରହିବା ସହ ଉଭୟ ଗାଁ ଓ ସହର ପରିକ୍ରମା କରିବେ। ଯୋଜନାର ସଫଳତା ସମ୍ପର୍କରେ ସ୍ଥାନୀୟ କଳାକାରମାନଙ୍କ ସହ ମିଶି ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିବେ।

ଏହି କାର୍ଯ୍ୟକ୍ରମଗୁଡ଼ିକ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ। ପ୍ରତ୍ୟେକ ଟିମରେ ଅତିକମରେ ୧ଜଣ କଳାକାର ରହିବେ। ସ୍ଥାନୀୟ କଳାକାରମାନେ ନିଜେ ପଞ୍ଚାୟତକୁ ଯାଇ ଏସବୁ କଳା ପ୍ରଦର୍ଶନ କରିବେ। ସେମାନଙ୍କୁ ଖାଇବା ଓ ଗମନାଗମନ ଭତ୍ତା ସହ ଦୈନିକ ୨୦୦ଟଙ୍କା ମିଳିବ। ସଚେତନତା ରଥ ଯିବାର ୨-୩ଦିନ ପୂର୍ବରୁ ଗାଁ ଗହଳିର ଲୋକଙ୍କୁ ସେ ସମ୍ପର୍କରେ ଅବଗତ କରାଯିବ।

ନିର୍ବାଚନୀ ବର୍ଷରେ ବିଜେଡି ସରକାର ଏଭଳି ଯୋଜନାର ପ୍ରଚାର ଆଳରେ ଗାଁ-ଗହଳିରେ ସରକାରୀ କଳ ଓ ଅର୍ଥ ବିନିଯୋଗ କରି ନିଜ ଦଳର ପ୍ରଚାରପ୍ରସାରର କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ପଛାଇ ନାହିଁ।

ଅନ୍ୟପକ୍ଷରେ ବିଜେପି ଆସନ୍ତାକାଲିଠୁ ନିଜର ୱାର୍ଡକମିଟି ଓ ବ୍ଲକ୍ କମିଟି ସଦସ୍ୟମାନଙ୍କୁ ଗାଁ ଗହଳିରେ ବୁଲାଇ ଲୋକଙ୍କୁ ଆୟୁଷ୍ମାନ ଯୋଜନା ସମ୍ପର୍କରେ ଅବଗତ କରାଇବ। ଏହି ଅଭିଯାନରେ ବିଜେପି ନେତାମାନେ ମୁଖ୍ୟତଃ ଗାଁ ଓ ସହରର ସାହି-ବସ୍ତିକୁ ଯାଇ ଲୋକଙ୍କୁ ଆୟୁଷ୍ମାନ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝାଇବେ। ଏହା ମାଧ୍ୟମରେ ଲୋକଙ୍କ ମଧ୍ୟରେ ଜନମତ ସୃଷ୍ଟି ପାଇଁ ଦଳ ପ୍ରୟାସ କରିବ।

ତେବେ ପ୍ରଶ୍ନ ଉଠୁଛି, ବିଜେପିର ମାତ୍ର ୭ଦିନର ଅଭିଯାନକୁ ବିଜେଡି ସରକାରର ୩ମାସର ଅଭିଯାନ ଚାପି ଦେବାରେ ସମର୍ଥ ହେବନି ତ ? ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରଚାରପ୍ରସାର ମଧ୍ୟରେ କେନ୍ଦ୍ରର ଆୟୁଷ୍ମାନ ଯୋଜନାର ବାସ୍ତବତାକୁ ବିଜେପି କେତେଦୂର ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇ ପାରୁଛି, ତା'କୁ ନେଇ ଚାଲିଛି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story