Advertisment

ବହୁ ଆଗରେ ବିଜେଡି, ଆଖପାଖରେ ନାହାନ୍ତି ବିଜେପି ଓ କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୪ ତାରିଖରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଚାଲିଛି ଗଣତି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଗଣତି ଚାଲିଛି। ଆସିଥିବା ସୂଚନା ଅନୁଯାୟୀ, ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୨୭୮ଟିରେ ବିଜେଡି ଆଗୁଆ ରହିଛି। ବିଜେପି ମାତ୍ର ୧୮ଟିରେ ଆଗୁଆ ରହିଥିବା ବେଳେ କଂଗ୍ରେସର ସ୍ଥିତି ଆହୁରି ଖରାପ। କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ପ୍ରାର୍ଥୀ ୪ଟି ଆସନରେ ଆଗୁଆ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ବହୁ ଆଗରେ ବିଜେଡି, ଆଖପାଖରେ ନାହାନ୍ତି ବିଜେପି ଓ କଂଗ୍ରେସ

Vote Box

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୪ ତାରିଖରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଚାଲିଛି ଗଣତି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଗଣତି ଚାଲିଛି। ଆସିଥିବା ସୂଚନା ଅନୁଯାୟୀ, ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୨୭୮ଟିରେ ବିଜେଡି ଆଗୁଆ ରହିଛି। ବିଜେପି ମାତ୍ର ୧୮ଟିରେ ଆଗୁଆ ରହିଥିବା ବେଳେ କଂଗ୍ରେସର ସ୍ଥିତି ଆହୁରି ଖରାପ। କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ପ୍ରାର୍ଥୀ ୪ଟି ଆସନରେ ଆଗୁଆ ରହିଛନ୍ତି।

Advertisment

ଏହି ୩୧୫ଟି ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ରହିଥିବା ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ନିମନ୍ତେ ମଧ୍ୟ ଭୋଟ୍ ଗଣତି ହୋଇଛି। ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ସେହିପରି ୨୭ରେ ୩୦୭ଟି ଓ ୨୮ରେ ବାକି ୨୨୯ଟି ଜୋନ୍‌ର ଫଳାଫଳ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ପାଞ୍ଚ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ଚଳିତ ମାସ ୧୬ରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟର ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬%, ଚତୁର୍ଥ ପର୍ଯ୍ୟାୟରେ ୭୯% ଓ ପଞ୍ଚମ ପର୍ଯ୍ୟାୟରେ ୭୬% ମତଦାନ ରେକର୍ଡ କରାଯାଇଥିଲା। ମାତ୍ର ଏଥର ପଞ୍ଚାୟତ ନିର୍ବାଚନରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଭଳି ହିଂସାକାଣ୍ଡ, ବୁଥ ରିଗିଂ ଓ ଅନ୍ୟାନ୍ୟ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା, ତାହା ଓଡ଼ିଶା ନିର୍ବାଚନ ଇତିହାସରେ ପୂର୍ବରୁ କେବେ ହୋଇ ନଥିଲା ବୋଲି କୁହାଯାଉଛି।

Advertisment
Odisha Panchayat Election 2022