Advertisment

ଧାନକିଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧାନ ଗଚ୍ଛିତ ରଖିବାକୁ ଆବଶ୍ୟକ ପରିମାଣର ଗୋଦାମଘର ନଥିବାବେଳେ ରାଜ୍ୟ ସରକାର ସଂଗୃହୀତ ୬୫ଲକ୍ଷ ମେଟ୍ରିକ ଟନ୍ ଧାନ କେଉଁଠି ରଖିଲେ ବୋଲି ବିଜେପି ପ୍ରଶ୍ନ କରିଛି। ଦଳର ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଧାନକିଣାକୁ ନେଇ ସରକାରଙ୍କ ଦାୟିତ୍ୱହୀନତାର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଚାଷ ଓ ଚାଷୀବିରୋଧୀ ବିଜେଡି ସରକାର କେବଳ କାଗଜପତ୍ରରେ ଧାନ କିଣନ୍ତି। ରାଜ୍ୟ ସରକାରଙ୍କ ପାଖରେ ଥିବା […]

ଧାନକିଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

golak-mohapatra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧାନ ଗଚ୍ଛିତ ରଖିବାକୁ ଆବଶ୍ୟକ ପରିମାଣର ଗୋଦାମଘର ନଥିବାବେଳେ ରାଜ୍ୟ ସରକାର ସଂଗୃହୀତ ୬୫ଲକ୍ଷ ମେଟ୍ରିକ ଟନ୍ ଧାନ କେଉଁଠି ରଖିଲେ ବୋଲି ବିଜେପି ପ୍ରଶ୍ନ କରିଛି।

Advertisment

ଦଳର ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଧାନକିଣାକୁ ନେଇ ସରକାରଙ୍କ ଦାୟିତ୍ୱହୀନତାର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଚାଷ ଓ ଚାଷୀବିରୋଧୀ ବିଜେଡି ସରକାର କେବଳ କାଗଜପତ୍ରରେ ଧାନ କିଣନ୍ତି। ରାଜ୍ୟ ସରକାରଙ୍କ ପାଖରେ ଥିବା ଗୋଦାମ ଗୃହର କ୍ଷମତା ଠାରୁ ଅଧିକ ଧାନ ସଂଗ୍ରହ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ ୫୫ ଲକ୍ଷ ମେଟ୍ରିକ୍ ଟନ ଧାନ ଶସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ମାତ୍ର ୬୫ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ପରେ ଆଉ ଧାନ ସଂଗ୍ରହ କରାଯିବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ବିଧାନସଭାରେ କହିବା ଅତ୍ୟନ୍ତ ହାସ୍ୟାସ୍ପଦ।

ସମବାୟ ବିଭାଗର ଏକ ରିପୋର୍ଟ ଅନୁସାରେ ସର୍ବମୋଟ ୧୪ ଲକ୍ଷ ମେଟ୍ରିକ୍ ଟନ ଧାନ ରଖିବା ପାଇଁ ଆବଶ୍ୟକ ଗୋଦାମ ଘର ରାଜ୍ୟ ସରକାରଙ୍କ ପାଖରେ ଅଛି। ଗୋଦାମରେ ୧୪ ଲକ୍ଷ ମେଟ୍ରିକ୍ ଧାନ ରହିଥିବାବେଳେ ବାକି ୫୧ ଲକ୍ଷ ମେଟ୍ରିକ୍ ଧାନ ସରକାର କେଉଁଠି ରଖିଛନ୍ତି? ଏହି ୫୧ ଲକ୍ଷ ମେଟ୍ରିକ୍ ଧାନକୁ ସରକାର ସତରେ କିଣିଛନ୍ତି ତ? ମିଲରମାନଙ୍କ ମଧୁଚନ୍ଦ୍ରିକାରେ ଏହି ଧାନ ସଂଗ୍ରହ କରାଯାଇଛି କି ବୋଲି ବିଜେପି ପ୍ରଶ୍ନ କରିବା ସହ ପୂର୍ବରୁ ମିଲର ଏବଂ ରାଜ୍ୟ ସରକାର ମିଶି ଚାଷୀମାନଙ୍କ ସବସିଡ଼ି ଅର୍ଥ ଆତ୍ମସାତ୍ କରିଥିବା ସେ କହିଛନ୍ତି। ଏତେ କମ୍ ଗୋଦାମ ଗୃହ ଥାଇ ବାକି ଧାନକୁ ସରକାର କିଭଳି ସଂଗ୍ରହ କଲେ ଓ କେଉଁଠି ରଖିଲେ ସେ ନେଇ ସ୍ପଷ୍ଟ ମତ ରଖନ୍ତୁ ବୋଲି ବିଜେପି ଦାବି କରିଛି।

Advertisment

ଶ୍ରୀ ମହାପାତ୍ର କହିଛନ୍ତି, ରାଜ୍ୟରେ ଧାନ ମଣ୍ଡି ନଖୋଲିବା, ମଣ୍ଡିରେ ଅବ୍ୟବସ୍ଥା, ମଣ୍ଡିରେ ଧାନ ପଡ଼ି ରହି ଗଜା ହେବା, ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ କିଣା ନଯିବା ଆଦି ଅନେକ ପ୍ରସଙ୍ଗରେ ରାଜ୍ୟ ବିଜେପି ବାରମ୍ବାର ଅଭିଯୋଗ କରି ଆସିଛି। ଏହା ସତ୍ତେ୍ୱ ଏପଟେ ସବୁ ଧାନ କିଣି ଦେଇଛୁ ବୋଲି ରାଜ୍ୟ ସରକାର ଘୋଷଣା କରି ନିଜର ଦାୟିତ୍ୱହୀନତାର ପରିଚୟ ଦେଇଛନ୍ତି। ଚାଷ ଓ ଚାଷୀ ବିରୋଧୀ ବିଜେଡି ସରକାର କେବଳ କାଗଜପତ୍ରରେ ଧାନ କିଣନ୍ତି ଓ ମିଥ୍ୟା ତଥ୍ୟ ଗୃହରେ ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe