Advertisment

୩୦ ଜିଲ୍ଲାରେ ବିଜେପି ପାଳିବ ରାଷ୍ଟ୍ରୀୟ ଏକତା ଅଭିଯାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରର ଏକତାରେ ବାଧା ସୃଷ୍ଟି କରିଥିବା ଜାମ୍ମୁ କାଶ୍ମୀରର ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ବିଜେପି ରାଷ୍ଟ୍ରୀୟ ଏକତା ଅଭିଯାନ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଦଳ ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ କରାଇ ଧାରା-୩୭୦ ପ୍ରସଙ୍ଗରେ ଲୋକମାନଙ୍କ ସହ ଆଲୋଚନା କରାଯିବା ସେହିପରି ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ମଧ୍ୟ କରାଯିବା ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ଉପ ସଭାପତି […]

୫ ପ୍ରମୁଖ ବିରୋଧୀଙ୍କ ଆୟଠୁଁ ଦୁଇ ଗୁଣା ଅଧିକ ଚାନ୍ଦା ପାଇଛି ବିଜେପି

BJP_Flag

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରର ଏକତାରେ ବାଧା ସୃଷ୍ଟି କରିଥିବା ଜାମ୍ମୁ କାଶ୍ମୀରର ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ବିଜେପି ରାଷ୍ଟ୍ରୀୟ ଏକତା ଅଭିଯାନ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଦଳ ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ କରାଇ ଧାରା-୩୭୦ ପ୍ରସଙ୍ଗରେ ଲୋକମାନଙ୍କ ସହ ଆଲୋଚନା କରାଯିବା

Advertisment

ସେହିପରି ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ମଧ୍ୟ କରାଯିବା ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ପ୍ରସଙ୍ଗରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ଧାରା- ୩୭୦ ହଟିବା ପରେ ଜାମ୍ମୁକାଶ୍ମୀର ଏବଂ ଲଦାଖରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଏବେ ଦେଶର ସମସ୍ତ ନାଗରିକମାନଙ୍କର ଅଧିକାର ସମାନ, ଦାୟିତ୍ୱ ମଧ୍ୟ ସମାନ। ଅନୁଚ୍ଛେଦ-୩୭୦ ଏବଂ ୩୫-ଏ ଜାମ୍ମୁ କାଶ୍ମୀରକୁ ବିଚ୍ଛିନ୍ନତାବାଦ, ଆତଙ୍କବାଦ ପରିବାରବାଦ ଏବଂ ବ୍ୟବସ୍ଥାରେ ବ୍ୟାପକ ପରିମାଣରେ ବ୍ୟାପିଥିବା ଭ୍ରଷ୍ଟାଚାର ବ୍ୟତୀତ କିଛି ଦେଇନାହିଁ। ଏହି ଦୁଇଟି ଅନୁଚ୍ଛେଦକୁ ଦେଶ ବିରୋଧରେ, କିଛି ଲୋକଙ୍କ ଭାବନାକୁ ଉତ୍ତେଜିତ କରିବା ଲାଗି ପାକିସ୍ତାନ ପକ୍ଷରୁ ଏକ ଅସ୍ତ୍ର ଭାବେ ଉପଯୋଗ କରାଯାଉଥିଲା। ଏହି କାରଣରୁ ଗତ ତିନି ଦଶନ୍ଧି ମଧ୍ୟରେ ପାଖାପାଖି ୪୨ହଜାର ନିର୍ଦ୍ଦୋଷ ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିଛି ବୋଲି କର୍ମଶାଳାରେ ବିଜେପି ନେତାମାନେ ମତବ୍ୟକ୍ତ କରିଥିଲେ।

ଏହି କର୍ମଶାଳାରେ ରାଜ୍ୟରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଅନନ୍ତ ନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ବୁଦ୍ଧିଜୀବୀ ପ୍ରକୋଷ୍ଠର ଆବାହକ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe