Advertisment

ମୁଖ୍ୟ ସଚିବଙ୍କୁ ଫେରାଦ ହେଲା ରାଜ୍ୟ ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଥିବା ପକ୍କାଘରକୁ ରାଜ୍ୟ ସରକାର ‘ବିଜୁ ପକ୍କା ଘର’ ଯୋଜନାରେ ନିର୍ମିତ ହେଉଛି ବୋଲି କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି। କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଖୋଲାଖୋଲି ହଡ଼ପ କରି ନିଜସ୍ୱ ନାଁରେ କିଭଳି ବିଜ୍ଞାପନ ଦେଉଛନ୍ତି ବୋଲି ରାଜ୍ୟ ବିଜେପି ପ୍ରଶ୍ନ କରିବା ସହ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ଭେଟି ଆପତ୍ତି ଉଠାଇଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ […]

ଅଦ୍ୟତନ ହୋଇଛି
ମୁଖ୍ୟ ସଚିବଙ୍କୁ ଫେରାଦ ହେଲା ରାଜ୍ୟ ବିଜେପି

bjp-complaint-against-bjd-in-front-of-chief-secretary

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଥିବା ପକ୍କାଘରକୁ ରାଜ୍ୟ ସରକାର ‘ବିଜୁ ପକ୍କା ଘର’ ଯୋଜନାରେ ନିର୍ମିତ ହେଉଛି ବୋଲି କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି। କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ଖୋଲାଖୋଲି ହଡ଼ପ କରି ନିଜସ୍ୱ ନାଁରେ କିଭଳି ବିଜ୍ଞାପନ ଦେଉଛନ୍ତି ବୋଲି ରାଜ୍ୟ ବିଜେପି ପ୍ରଶ୍ନ କରିବା ସହ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ଭେଟି ଆପତ୍ତି ଉଠାଇଛି।

Advertisment

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ସଚିବାଳୟରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କିଭଳି ହଡ଼ପ କରାଯାଉଛି ଓ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା ଭଳି ବିଜ୍ଞାପନ ଦିଆଯାଉଛି ସେ ସମ୍ପର୍କରେ ଅବଗତ କରିଥିଲେ।

ଶ୍ରୀ ମହାନ୍ତି କହିଛନ୍ତି ଯେ କେନ୍ଦ୍ରୀୟ ଯୋଜନାର ନାଁକୁ ରାଜ୍ୟରେ ବଦଳାଇ ଏଠିକାର ସରକାର ବାହାବା ନେବାକୁ ଉଦ୍ୟମ କରୁଛି। ଏହା ସଂଘୀୟ ବ୍ୟବସ୍ଥାର ବିରୋଧାଚରଣ କରୁଛି। ରାଜ୍ୟ ସରକାର ହୀନ ରାଜନୀତିରୁ ନିବୃତ୍ତ ରହି କେନ୍ଦ୍ର ସରକାରଙ୍କ ଅନୁଦାନକୁ ସ୍ୱୀକାର କରିବା ସହ ସମସ୍ତ ବିଜ୍ଞପ୍ତି ଓ ବିଜ୍ଞାପନରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଲେଖିବା ଏବଂ ନିର୍ମାଣ ହେଉଥିବା ପକ୍କାଘରରେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖନ୍ତୁ ବୋଲି ବିଜେପି ଦାବି କରୁଛି।

Advertisment

ରାଜ୍ୟ ସରକାର ପୂର୍ବରୁ ୧୦୮ ଆମ୍ବୁଲାନ୍ସ ଯୋଜନାକୁ ନିଜ ନାଁ ଓ ଲୋଗୋ ଲଗାଇ ଆତ୍ମପ୍ରଚାର କରିବା ସହ ହଡ଼ପ କରିଥିଲେ। ଏବେ ସୁକନ୍ୟା ସମୃଦ୍ଧି ଯୋଜନାକୁ ମଧ୍ୟ ଅନୁରୂପ ଭାବେ ହଡ଼ପ କରୁଛନ୍ତି। ତେଣୁ ପରଘର ତିଅଣରେ ଏଭଳି ଅତିଥି ସକ୍ରାର ବନ୍ଦ କରି କେନ୍ଦ୍ରସରକାରଙ୍କ ଯୋଜନା ଓ ଅନୁଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦିଅନ୍ତୁ ବୋଲି ରାଜ୍ୟ ବିଜେପି ଦାବି କରୁଛି। ମୁଖ୍ୟ ସଚିବ ଏହି ପ୍ରସଙ୍ଗ ଉପରେ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଏହି ପ୍ରତିିନିଧି ଦଳରେ ବିଜେପିର ପୂର୍ବତନ ବିଧାୟକ ଦଳ ନେତା କେଭି ସିଂହଦେଓ, ପୂର୍ବତନ ସାଂସଦ ଅନନ୍ତ ନାୟକ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧାର ମହାପାତ୍ର ଓ ଜୟନ୍ତୀ ଷଡ଼ଙ୍ଗୀ, ଦଳର ନେତା ଯତୀନ ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe