Advertisment

ସନ୍ଥ କବି ଭୀମଭୋଇଙ୍କୁ ଅପମାନ, ଏତଲା ଦେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍ଥ କବି ଭୀମ ଭୋଇଙ୍କ ପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବା ଲେଖକ କେଦାର ମିଶ୍ରଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ ରେଢ଼ାଖୋଲ ଥାନାରେ ଏତଲା ଦିଆଯାଇଛି। ସନ୍ଥ କବି ଭୀମ ଭୋଇ ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବ। ମହିମା ଧର୍ମର ପ୍ରଚାରପ୍ରସାର ମାଧ୍ୟମରେ ସେ ଘରେଘରେ ପରିଚିତ। ମାତ୍ର ଲେଖକ କେଦାର ମିଶ୍ର ନିଜ ପୁସ୍ତକ ‘ଭୀମ ଭୋଇ ଆଣ୍ଡ ହିଜ୍ ଫିମେଲ୍ କନସର୍ଟସ’ ପୁସ୍ତକରେ ଭୀମ ଭୋଇଙ୍କ ଚରିତ୍ର […]

ଅଦ୍ୟତନ ହୋଇଛି
ସନ୍ଥ କବି ଭୀମଭୋଇଙ୍କୁ ଅପମାନ, ଏତଲା ଦେଲା ବିଜେପି

bhima

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସନ୍ଥ କବି ଭୀମ ଭୋଇଙ୍କ ପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବା ଲେଖକ କେଦାର ମିଶ୍ରଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ ରେଢ଼ାଖୋଲ ଥାନାରେ ଏତଲା ଦିଆଯାଇଛି। ସନ୍ଥ କବି ଭୀମ ଭୋଇ ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବ। ମହିମା ଧର୍ମର ପ୍ରଚାରପ୍ରସାର ମାଧ୍ୟମରେ ସେ ଘରେଘରେ ପରିଚିତ। ମାତ୍ର ଲେଖକ କେଦାର ମିଶ୍ର ନିଜ ପୁସ୍ତକ ‘ଭୀମ ଭୋଇ ଆଣ୍ଡ ହିଜ୍ ଫିମେଲ୍ କନସର୍ଟସ’ ପୁସ୍ତକରେ ଭୀମ ଭୋଇଙ୍କ ଚରିତ୍ର ହନନ ସହ ଅନେକ ଖରାପ ଶବ୍ଦ ଉପଯୋଗ କରିବାକୁ ବିଜେପି ପକ୍ଷରୁ କଡ଼ା ଭାଷାରେ ନିନ୍ଦା କରାଯାଇଛି।

Advertisment

ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ରେଙ୍ଗାଳି ବିଧାୟକ ନାଉରୀ ନାୟକ, ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ, ବିଜେପି ନେତା ଦେବେନ୍ଦ୍ର ମହାପାତ୍ର, ବିଚିତ୍ରାନନ୍ଦ ସାହୁ, ଶିବନାରାୟଣ ସାହୁ, ରାମାନୁଜ ମହାପାତ୍ର, ଅଶ୍ୱିନୀ ମାଝୀ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଏହି ଏତଲା ଦେଇଛନ୍ତି।

ଏତଲାରେ ବିଜେପି ଦର୍ଶାଇଛି ଯେ, ସମଗ୍ର ଓଡିଆ ଜାତି ପାଇଁ ଗର୍ବ ଓ ଗୌରବ ହେଉଛନ୍ତି ସନ୍ଥ ଭୀମଭୋଇ। ଗରିବ ଘରେ ଜନ୍ମିତ ଭୀମଭୋଇ ଜନ୍ମରୁ ଅନ୍ଧ ଥାଇ ମଧ୍ୟ ଦିବ୍ୟଜ୍ଞାନ ମିଳିବାପରେ ସେ ମହିମା ଧର୍ମର ପ୍ରଚାରପ୍ରସାର କରିଥିଲେ। ଏବେ ମହିମା ଧର୍ମକୁ ଅନେକ ରାଜ୍ୟରେ ଧାର୍ମିକ ମାନ୍ୟତା ମିଳିଛି। ମହିଳା ଧର୍ମାବଲମ୍ବୀଙ୍କ ପାଇଁ ଭୀମ ଭୋଇ ହେଉଛନ୍ତି ଭଗବାନ ସଦୃଶ। କିନ୍ତୁ ଓଡ଼ିଶାର ଲେଖକ ଶ୍ରୀ ମିଶ୍ର ତାଙ୍କ ପୁସ୍ତକରେ ଭୀମ ଭୋଇଙ୍କର ଅନେକ ମହିଳାଙ୍କ ସହିତ ଖରାପ ସମ୍ପର୍କ ଥିଲା। ଏପରିକି ଭୀମ ଭୋଇ ତାଙ୍କ ଯୁବ ସମୟରେ ଜଣେ ଲେଡି କିଲର ଥିଲେ ବୋଲି ଶ୍ରୀ ମିଶ୍ର ନିଜ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ତାଙ୍କ ଚରିତ୍ର ଉପରେ ଅତ୍ୟନ୍ତ ଅରୁଚିକର, ମିଥ୍ୟା ଓ ମହିମା ଧର୍ମକୁ ନିଚ୍ଚା ଦେଖାଇବା ପାଇଁ ଶ୍ରୀ ମିଶ୍ର ଘୃଣିତ ପ୍ରୟାସ କରିଛନ୍ତି। ଏହା ମହିମା ଧର୍ମର କୋଟି କୋଟି ଶ୍ରଦ୍ଧାଳୁଙ୍କ ସମେତ ସମଗ୍ର ଓଡିଶା ପାଇଁ ଓ ସମଗ୍ର ସନ୍ଥ ସମାଜ ପାଇଁ ଅପମାନ। ଏପରି ଅରୁଚିକର ଲେଖା ଆଦୌ ଗ୍ରହଣୀୟ ନୁହେଁ। ଏହା ମହିମା ଧର୍ମ, ଭୀମ ଭୋଇ ଓ ସମଗ୍ର ଓଡ଼ିଆ ସମାଜ ବିରୋଧରେ ଚାଲିଥିବା ଏକ ଷଡ଼ଯନ୍ତ୍ରର ପ୍ରମାଣ। ବିଦେଶୀ ସଂସ୍ଥା ବିଶେଷ ଭାବେ ଭାରତ ବିରୋଧୀ ଶକ୍ତିମାନଙ୍କର ଏଭଳି ଲେଖାରେ ସଂପୃକ୍ତ ରହିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଜେପି ଦାବି କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe