Advertisment

ରକ୍ତମୁଖା ସାଜିଛି ବିଜେଡି: ବିଜେପି, ସିଇଓଙ୍କୁ ଫେରାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି। ବିରୋଧୀଙ୍କୁ ଭୟଭୀତ କରି ବିଜେପୁର ଉପନିର୍ବାଚନ ଜିତିବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଇଙ୍ଗିତରେ ବିଜେଡି ଏଭଳି ଷଡ଼ଯନ୍ତ୍ର କରିଛି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ବିଜେପୁରରେ ଦଳର ଯୁବନେତା ମନୋରଞ୍ଜନ ମେହେରଙ୍କୁ ଛୁରାମାଡ଼ କରିଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ଓ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିଛି। ରାଜ୍ୟ ବିଜେପି ଉପସଭାପତି ସମୀର […]

ରକ୍ତମୁଖା ସାଜିଛି ବିଜେଡି: ବିଜେପି, ସିଇଓଙ୍କୁ ଫେରାଦ

bjp-complained-against-bjp

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି। ବିରୋଧୀଙ୍କୁ ଭୟଭୀତ କରି ବିଜେପୁର ଉପନିର୍ବାଚନ ଜିତିବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଇଙ୍ଗିତରେ ବିଜେଡି ଏଭଳି ଷଡ଼ଯନ୍ତ୍ର କରିଛି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ବିଜେପୁରରେ ଦଳର ଯୁବନେତା ମନୋରଞ୍ଜନ ମେହେରଙ୍କୁ ଛୁରାମାଡ଼ କରିଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ଓ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିଛି।

Advertisment

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଗତକାଲି ଦଳର ଯୁବନେତା ଶ୍ରୀ ମେହେରଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ସମ୍ପର୍କରେ ଲିଖିତ ଭାବେ ଅବଗତ କରିଛନ୍ତି। ତୁରନ୍ତ ଅପରାଧୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ମଧ୍ୟ ଦାବି କରିଛି। ଏ ସମ୍ପର୍କରେ ସୂଚନା ଦେଇ ବିଜେପି ନେତା ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୧୮ ଉପନିର୍ବାଚନ ସମୟରେ ଶ୍ରୀ ମେହେରଙ୍କୁ ଗୁଳିମାଡ଼ କରାଯାଇଥିଲା। ଶାସକ ବିଜେଡି ରକ୍ତମୁଖା ସାଜି ବିରୋଧୀମାନଙ୍କୁ ଭୟ ଦେଖାଇ ନିର୍ବାଚନ ଜିତିବା ପାଇଁ ଅପଚେଷ୍ଟା କରିଛି। ମନ୍ତ୍ରୀ ଶୁଶାନ୍ତ ସିଂହଙ୍କ ଇଙ୍ଗିତରେ ବିଜେପୁରରେ ପୁଣିଥରେ ବିରୋଧୀଙ୍କୁ ଆକ୍ରମଣ କରାଯାଇଛି।

ଗତ ନିର୍ବାଚନରେ ସମାନ ଢଙ୍ଗରେ ବିଜେପିର ନେତା ଓ କର୍ମୀମାନଙ୍କୁ ଆକ୍ରମଣ କରାଯାଇଥିଲା। ଶାସକ ଦଳ ନିର୍ଦ୍ଦେଶରେ ପୁଲିସ କାର୍ଯ୍ୟ କରୁଥିବାରୁ ଅପରାଧୀ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି। ବିଜେପୁରରେ ଭୟର ବାତାବରଣ ସୃଷ୍ଟି କରିଥିବା ଅପରାଧୀଙ୍କ ଉପରେ କଡ଼ା ନଜର ରଖିବା ସହ ଏହି ଉପନିର୍ବାଚନକୁ ମୁକ୍ତ ଅବାଧ ଏବଂ ନିରପେକ୍ଷ କରାଯାଉ ବୋଲି ବିଜେପି ଦାବି କରିଛି।

Advertisment

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ କାଳିନ୍ଦୀ ସାମଲ, ସତ୍ୟ ପଣ୍ଡା, ହିତେଶ ମହାପାତ୍ର ଓ ଠାକୁର ରଞ୍ଜିତ ଦାସ ପ୍ରମୁଖ ସାମିଲ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe