Advertisment

ମହିଳାଙ୍କ ବିରୁଦ୍ଧରେ ଅତ୍ୟାଚାର ଲୁଚାଇବା ପାଇଁ ରାଜ୍ୟ ସରକାରଙ୍କ ଫାଇଭ୍-ଟି : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ କ୍ଷେତ୍ରରେ ‘ଫାଇଭ୍ -ଟି’ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ‘ଫାଇଭ୍ -ଟି’ର ସଚିବ ଦାୟିତ୍ୱ ଦେଇଛନ୍ତି। ଏହା ସତ୍ତେ୍ୱ ଏବେବି ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଓ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି। ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଲୋକଲୋଚନକୁ ନଆଣିବା ପାଇଁ ରାଜ୍ୟ ସରକାର ‘ଫାଇଭ୍ -ଟି’କୁ ବ୍ୟବହାର କରୁଛନ୍ତି ବୋଲି ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର […]

୨ ଆଦିବାସୀ ଝିଅଙ୍କୁ ଗିରଫ ଏକଛତ୍ରବାଦୀ ଶାସନର ପରିଚୟ: ବିଜେପି

lekhasri-SAMANTSINHAR-FINAL

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ କ୍ଷେତ୍ରରେ ‘ଫାଇଭ୍ -ଟି’ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ‘ଫାଇଭ୍ -ଟି’ର ସଚିବ ଦାୟିତ୍ୱ ଦେଇଛନ୍ତି। ଏହା ସତ୍ତେ୍ୱ ଏବେବି ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଓ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି। ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଲୋକଲୋଚନକୁ ନଆଣିବା ପାଇଁ ରାଜ୍ୟ ସରକାର ‘ଫାଇଭ୍ -ଟି’କୁ ବ୍ୟବହାର କରୁଛନ୍ତି ବୋଲି ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାର ‘ଫାଇଭ୍ -ଟି’ ଯଥା ଟ୍ରାନ୍ସପେରେନ୍ସି, ଟିମୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଓ ଟାଇମ ଉପରେ ଗୁରୁତ୍ୱ ଦେବାକଥା କହୁଛନ୍ତି । ମୋ ସରକାର, ମୋ ବସ, ମୋ ପୁଲିସର କଥା କହୁଛନ୍ତି। କିନ୍ତୁ ମହିଳା ସୁରକ୍ଷା ନେଇ ପୋଲିସ ଓ ପ୍ରଶାସନ ଚୁପ ବସିଛନ୍ତି। ଗୃହ ବିଭାଗର ମୁଖ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ ପୁଲିସର ନିଷ୍କ୍ରିୟତା ଉପରେ ପଦଟିଏ ବି କହୁନାହାନ୍ତି। କୁନ୍ଦୁଲି ପୀଡ଼ିତା, ବେବିନା, ଇତିଶ୍ରୀ, ମାଧବୀଲତାଙ୍କ ଭଳି ଏବେ ନର୍ସ ନିହାରିକା ବି ବଳି ପଡ଼ିଛି। ମୃତ ନିହାରିକା ନିଖୋଜ ହେବାପରେ ନର୍ସିଂହୋମ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଧୁପାଟଣା ଥାନାରେ ଏତଲା ଦେବାପରେ ବି ପୁଲିସ୍ ଘଟଣାକୁ ଗୁରୁତର ସହ ନେଇନଥିଲା। ‘ଫାଇଭ୍ -ଟି’ରୁ ଟାଇମ୍ ଅନୁଯାୟୀ ପୁଲିସ୍ ଘଟଣାର ତଦନ୍ତ କରିଥିଲେ ନିହାରିକା ଆଜି ଜୀବିତ ଥାନ୍ତା। ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନନେବା କାରଣରୁ ୯ ଦିନ ପରେ ବିଲୁଆଖାଇ ନଦୀ ପଠାରୁ ନିହାରିକାର ଶବ ଉଦ୍ଧାର ହୋଇଥିଲା। ଥାନାରେ ଅଭିଯୋଗ ହେବାପରେ ପୁଲିସ୍ କାହିଁକି ଘଟଣାକୁ ଗୁରୁତ୍ୱର ସହ ନେଲା ନାହିଁ ତାହାର ଉତ୍ତର ଗୃହ ବିଭାଗ ଏବଂ ପୁଲିସ୍ ପ୍ରଶାସନ ଦିଅନ୍ତୁ ବୋଲି ବିଜେପି ପ୍ରଶ୍ନ କରିଛି । ସାଢେ ୪ କୋଟି ଲୋକ ମୋ ପରିବାର ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି। ଏଠି ମୃତ ନିହାରିକା ଏବଂ ତାଙ୍କ ମା’ କଅଣ ମୁଖ୍ୟମନ୍ତ୍ରୀଙ୍କ ପରିବାରର ସଦସ୍ୟ ନୁହଁନ୍ତି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତକାଲି ବିଜେପି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମୃତ ନର୍ସ ନିହାରିକା ପାତ୍ରଙ୍କ ଘର, ଶବ ମିଳିଥିବା ବିଲୁଆ ଖାଇ ନଦୀପଠା, ସେ କାର୍ଯ୍ୟରତ ଥିବା ନର୍ସିଂହୋମକୁ ଯାଇ ସରଜମିନ୍ ତଦନ୍ତ କରିବା ସହ ଶେଷରେ ପୁଲିସ୍ ଡିଜିଙ୍କ ଅଫିସଙ୍କୁ ଭେଟି ମୃତ ନିହାରିକାକୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛି । ବିଲୁଆଖାଇ ନଦୀପଠାରେ ୪୦ ବର୍ଷ ତଳେ ଯେପରି ଛବିରାଣୀ ସହ ଦୁର୍ଷ୍କମ କରି ହତ୍ୟା କରାଯାଇଥିଲା, ପୁଣି ଆଜି ସେହି ଘଟଣାର ପୁନରାବୃତ୍ତି ହୋଇଛି। ଗତ ୨୦ବର୍ଷ ଶାସନ କାଳରେ ନବୀନ ବାବୁ କ’ଣ ଟ୍ରାନ୍ସପରେନ୍ସି କାର୍ଯ୍ୟ କରିଛନ୍ତି ତାହାର ଉତ୍ତର ଦେବେ କି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ନେଇ କୌଣସି କାର୍ଯ୍ୟ କରୁନାହାନ୍ତି। ପୁଲିସ୍ କେବଳ ଶାସକ ବିଜେଡି ନେତାଙ୍କୁ ଖୁସି କରିବା ଏବଂ ସୁରକ୍ଷା ଦେବା କାର୍ଯ୍ୟରେ ଲାଗିଛି। ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି । ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଲୋକଲୋଚନକୁ ନଆଣିବା ପାଇଁ ହିଁ ‘ଫାଇଭ୍-ଟି’କୁ ଉପଯୋଗ କରାଯାଉଛି ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମହିଳାମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ଆସ୍କା ବିଜେପି ସାଂସଦ ପ୍ରାର୍ଥୀନୀ ଅନୀତା ଶୁଭଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe