Advertisment

ପୁଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଦୁଷ୍କର୍ମ ଓ ମୃତ୍ୟୁ, କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ କ୍ୟାଣ୍ଟିନରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ତାଙ୍କର ମୃତ୍ୟୁ ହେବା ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଜେପି ଦାବି କରିଛି। କରୋନାର ବାହାନା ଦେଖାଇ ପୁଲିସ ନିଜର ପ୍ରମୁଖ ଦାୟିତ୍ୱରୁ ଓହରି ପାରିବ ନାହିଁ। ରାଜ୍ୟ ସରକାର ଓ ପୁଲିସ ପ୍ରଶାସନର ଅବହେଳା ଯୋଗୁ ମହିଳାଙ୍କ ମୃତ୍ୟୁ ଘଟିଲା ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ବେବିନା, ଇତିଶ୍ରୀ, କୁନ୍ଦୁଲି […]

ଅଦ୍ୟତନ ହୋଇଛି
ପୁଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଦୁଷ୍କର୍ମ ଓ ମୃତ୍ୟୁ, କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

uiopm

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଲକାନଗିରି ପୁଲିସ କ୍ୟାଣ୍ଟିନରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ତାଙ୍କର ମୃତ୍ୟୁ ହେବା ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଜେପି ଦାବି କରିଛି। କରୋନାର ବାହାନା ଦେଖାଇ ପୁଲିସ ନିଜର ପ୍ରମୁଖ ଦାୟିତ୍ୱରୁ ଓହରି ପାରିବ ନାହିଁ। ରାଜ୍ୟ ସରକାର ଓ ପୁଲିସ ପ୍ରଶାସନର ଅବହେଳା ଯୋଗୁ ମହିଳାଙ୍କ ମୃତ୍ୟୁ ଘଟିଲା ବୋଲି ବିଜେପି ଅଭିଯୋଗ କରିଛି।

Advertisment

ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ବେବିନା, ଇତିଶ୍ରୀ, କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତା ପରି ରାଜ୍ୟ ସରକାର ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି। ମାଲକାନଗିରି ପୁଲିସ କ୍ୟାଣ୍ଟିନରେ କାର୍ଯ୍ୟରତ ମହିଳା ଦୁଷ୍କର୍ମର ଶୀକାର ହୋଇ ମୃତ୍ୟୁ ସହ ୫ ଦିନ ସଂଗ୍ରାମ କରିବାପରେ ଆଜି ପ୍ରାଣ ହରାଇଛନ୍ତି। ପୀଡ଼ିତାଙ୍କ ଦେହରେ ଦୁଷ୍କର୍ମର ଚିହ୍ନ ଥିଲାବେଳେ ଡାକ୍ତରଖାନା କିମ୍ବା ପୁଲିସ ବିଭାଗ ପକ୍ଷରୁ କିଛି ତଦନ୍ତ କରାଗଲା ନାହିଁ। ଏତଲା ପରେ ମଧ୍ୟ ପୁଲିସ ତାଙ୍କ ନିଜ ବିଭାଗରେ କାମ କରୁଥିବା ମହିଳାଙ୍କୁ ସୁରକ୍ଷା ଦେଇପାରିଲା ନାହିଁ। ପୁଲିସ ତା’ର ମୂଳ କାମ ଭୁଲି ଅନ୍ୟ କାର୍ଯ୍ୟ କରୁଛି। ଘଟଣାର ତଦନ୍ତ ନକରି ଘଟଣାକୁ ଚାପି ଦେବାକୁ ଅପଚେଷ୍ଟା କରାଯାଉଥିବା ସନ୍ଦେହ ସୃଷ୍ଟି ହୋଇଛି। ପୁଲିସ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଡା. ସାମନ୍ତସିଂହାର ଦାବି କରିଛନ୍ତିା

ରାଜ୍ୟରେ ଦୁଷ୍କର୍ମ ଭଳି ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି। ପୀଡ଼ିତାମାନେ ନ୍ୟାୟ ନପାଇ ଆତ୍ମହତ୍ୟା କରୁଛନ୍ତି। ପୁଲିସ କେବଳ ରାଜ୍ୟ ସରକାରଙ୍କ ଇଙ୍ଗିତରେ କାମ କରୁଛି। ତେବେ ପୁଲିସ ଏସବୁ କାମରୁ ବାହାରି ଲୋକଙ୍କ ସୁରକ୍ଷା କାମରେ ଲାଗୁ। ରାଜ୍ୟ ସରକାର ମଧ୍ୟ ତୁରନ୍ତ ମୃତ ପୀଡ଼ିତାଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ କରନ୍ତୁ ବୋଲି ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe