Advertisment

ମହାପ୍ରଭୁଙ୍କର ୫୯୨ କୋଟି ଟଙ୍କା ହଡ଼ପ ପାଇଁ ହୋଇଥିଲା ଷଡ଼ଯନ୍ତ୍ର : ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଟଙ୍କା ଟଙ୍କା ୟେସ୍‌ ବ୍ୟାଙ୍କରେ ରଖାଯିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି। ଜଗନ୍ନାଥଙ୍କର ୫୯୨ କୋଟି ଟଙ୍କା ହଡ଼ପ କରିବା ପାଇଁ ଚକ୍ରାନ୍ତ ହୋଇଥିଲା ବୋଲି ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ୨୦୧୭ରେ ଉନ୍ନୟନ କମିଶନରଙ୍କ ରିପୋର୍ଟ ଅନୁସାରେ ୨୫ଟି ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏହି ତାଲିକାରେ ୟେସ୍‌ ବ୍ୟାଙ୍କ ନା ନଥିଲା। କିନ୍ତୁ ମାର୍ଚ୍ଚ ୨୦୧୯ରେ ଶ୍ରୀମନ୍ଦିର […]

ମହାପ୍ରଭୁଙ୍କର ୫୯୨ କୋଟି ଟଙ୍କା ହଡ଼ପ ପାଇଁ ହୋଇଥିଲା ଷଡ଼ଯନ୍ତ୍ର : ବିଜେପି

n-765

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଟଙ୍କା ଟଙ୍କା ୟେସ୍‌ ବ୍ୟାଙ୍କରେ ରଖାଯିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି ବିଜେପି। ଜଗନ୍ନାଥଙ୍କର ୫୯୨ କୋଟି ଟଙ୍କା ହଡ଼ପ କରିବା ପାଇଁ ଚକ୍ରାନ୍ତ ହୋଇଥିଲା ବୋଲି ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

Advertisment

୨୦୧୭ରେ ଉନ୍ନୟନ କମିଶନରଙ୍କ ରିପୋର୍ଟ ଅନୁସାରେ ୨୫ଟି ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏହି ତାଲିକାରେ ୟେସ୍‌ ବ୍ୟାଙ୍କ ନା ନଥିଲା। କିନ୍ତୁ ମାର୍ଚ୍ଚ ୨୦୧୯ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୟେସ୍‌ ବ୍ୟାଙ୍କରେ ଟଙ୍କା ରଖାଯାଇଥିଲା।

ଏହାପରେ ଜୁଲାଇ ୨୦୧୯ରେ ୟେସ୍‌ ବ୍ୟାଙ୍କର ନାମ ତାଲିକାକୁ ଆସିଥିଲା। ତେଣୁ ଜଗନ୍ନାଥଙ୍କ ଟଙ୍କା ହଡ଼ପ କରିବା ପାଇଁ ଏପରି ଯୋଜନା ହୋଇଥିଲା ପୃଥ୍ୱୀରାଜ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

Advertisment

ଏହା ସହିତ ଦେବୋତ୍ତୋର ବିଭାଗ କିମ୍ୱା ମନ୍ତ୍ରୀ ସ୍ୱାପିଂରେ ଅନିୟମିତତା କରିଥିବା ଅଭିଯୋଗ କରି ଶ୍ୱେତପତ୍ର ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe