ରାଜ୍ୟ ସରକାର ନିଜେ ୯% ଜିଏସଟି ଛାଡ଼ କରି ଉଦାହରଣ ହୁଅନ୍ତୁ : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦୁପତ୍ର ତୋଳାଳୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ୟାକେଜ୍ ଘୋଷଣା କରିବା ସହ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର ଜିଏସଟି ଛାଡ଼ କରୁନଥିବା ଅଭିଯୋଗ ଆଣିବା ପରେ ବିଜେପି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜକୁ ବିଜେପି କଟା ଘା’ରେ ଲୁଣ ଦେବା ସଦୃଶ କହିବା ସହ ରାଜ୍ୟ ସରକାର ପ୍ରଥମେ ନିଜେ ନେଉଥିବା ୯% ଜିଏସଟି ଛାଡ଼ କରନ୍ତୁ ବୋଲି ଦାବି କରିଛି […]

kendu-leaf

kendu-leaf

Ordigital Desk
  • Published: Wednesday, 23 November 2022
  • Updated: 23 November 2022, 08:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦୁପତ୍ର ତୋଳାଳୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ୟାକେଜ୍ ଘୋଷଣା କରିବା ସହ ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର ଜିଏସଟି ଛାଡ଼ କରୁନଥିବା ଅଭିଯୋଗ ଆଣିବା ପରେ ବିଜେପି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜକୁ ବିଜେପି କଟା ଘା’ରେ ଲୁଣ ଦେବା ସଦୃଶ କହିବା ସହ ରାଜ୍ୟ ସରକାର ପ୍ରଥମେ ନିଜେ ନେଉଥିବା ୯% ଜିଏସଟି ଛାଡ଼ କରନ୍ତୁ ବୋଲି ଦାବି କରିଛି ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଟ୍ୱିଟ୍ କରି ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କେନ୍ଦୁପତ୍ର ତୋଳାଳୀ ଶ୍ରମିକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତା’ହେଲେ ସେମାନେ ଆଗରୁ ବିଜୁ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ନଥିଲେ କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ସେହିପରି ଫସଲ ବୀମା, ଇନପୁଟ ସବସିଡ୍‌, ପଦ୍ମପୁର ରେଳ ଲାଇନ ପ୍ରକଳ୍ପର ମିଥ୍ୟା ପରେ କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ୟାକେଜ ଘୋଷଣା ଆଉ ଏକ ମିଥ୍ୟା । ସେହିପରି ସାଧାରଣ ପିଲାଙ୍କ ପାଇଁ ମିଳୁଥିବା ଛାତ୍ରବୃତ୍ତିରୁ କେନ୍ଦୁପତ୍ର ଶ୍ରମିକଙ୍କ ପିଲାମାନେ ବଂଚିତ ଥିଲେ କି, ନା ଆଜିର ଘୋଷଣା କେବଳ ମିଥ୍ୟା ପ୍ରଚାର ।

ରାଜ୍ୟ ସରକାର କେନ୍ଦୁପତ୍ରରୁ ବାର୍ଷିକ ହାରାହାରି ଦୁଇ ଶହ କୋଟି ଟଙ୍କା ଆୟ କରୁଛନ୍ତି କିନ୍ତୁ କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀଙ୍କ ଦୁଃଖ ବୁଝୁନାହାନ୍ତି । କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଗୋଛା କଟାଳୀ, ସିଜନାଲ ଷ୍ଟାଫଙ୍କୁ ଓଡ଼ିଶା ସରକାର ଅବହେଳିତ, ଅଣଦେଖା ଓ ପ୍ରତାରଣା କରି ଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ୨୦୧୩ ମସିହା ଜାନୁୟାରୀ ୧୩ରେ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତ୍ତାବଳୀ ଲାଗୁ ହେବ ପାଇଁ ଘୋଷଣା କରିଥିଲେ । ସେ ଘୋଷଣା କୁଆଡ଼େ ଗଲା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ଜିଏସଟି ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି କହିବା ପରେ ଶ୍ରୀ ମିଶ୍ର ପାଲଟା ଜବାବ ଦେଇ କହିଛନ୍ତି ଯେ, ଜିଏସଟି କାଉନସିଲରେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କରିବା ନେଇ ରାଜ୍ୟ ଅର୍ଥମନ୍ତ୍ରୀ କାହିଁକି ପ୍ରସ୍ତାବ ରଖିନାହାନ୍ତିି? ଜିଏସଟି କାଉନସିଲ ବୈଠକରେ ସମର୍ଥନ, ଭୁବନେଶ୍ୱରରେ ବିରୋଧ କରିବା ଭଳି ଦୋମୁହାଁ ନୀତି ଆପଣଉଛନ୍ତି । ରାଜ୍ୟ ସରକାର ନିଜେ କେନ୍ଦୁପତ୍ର ଉପରେ ନେଉଥିବା ୯ ପ୍ରତିଶତ ଜିଏସଟି ଟିକସ ଛାଡ କରି ଉଦାହରଣ ସୃଷ୍ଟି କରନ୍ତୁ । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘ ଦ୍ୱାରା ଦାବି କରାଯାଇଥିବା ୨୦୦ କୋଟି ଟଙ୍କାର ପ୍ୟାକେଜ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ? କରୋନା ମହାମାରୀ ସମୟରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀଙ୍କୁ ମିଳୁଥିବା ବୋନସକୁ ୨ ବର୍ଷ ପାଇଁ ସମ୍ପୃର୍ଣ୍ଣ ବନ୍ଦ କରିଥିଲେ । ତୋଳାଳୀଙ୍କ ପାଇଁ ୧୦୦ ପ୍ରତିଶତ ବୋନସ ଲାଗୁ କରିବା, ସିଜନାଲ ଷ୍ଟାଫ୍ ଓ ବନ୍ଧାଳୀଙ୍କୁ ୪୦ ପ୍ରତିଶତ ଇନସେନଟିଭ ଆଲାଉନସ୍ ଲାଗୁ କରିବା, ଝିଅ ବାହାଘର ସହାୟତା କେବେ ଦେବେ ବୋଲି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଆଜି କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos