Advertisment

ମିଥ୍ୟାତଥ୍ୟର ସୌଦାଗର ବିଜେଡି ସରକାର: ବିଜେପି

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ନିଯୁକ୍ତି କ୍ଷେତ୍ରରେ ନିଜ ଅପାରଗତା ଓ ଦୋଷକୁ ଲୁଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି। ନିଯୁକ୍ତି ପ୍ରସଙ୍ଗରେ ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ପରେ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳର ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଆରଟିଆଇ ତଥ୍ୟ ଅନୁସାରେ ୨୦୦୦-୨୦୧୭ ମସିହା ଭିତରେ ରାଜ୍ୟରେ […]

ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍ ଖୋଲି ଟ୍ୟାମ୍ପରିଂ ଷଡ଼ଯନ୍ତ୍ର କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ : ବିଜେପି

golak_mohapatra_bjp final

Advertisment

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ନିଯୁକ୍ତି କ୍ଷେତ୍ରରେ ନିଜ ଅପାରଗତା ଓ ଦୋଷକୁ ଲୁଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।
ନିଯୁକ୍ତି ପ୍ରସଙ୍ଗରେ ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ପରେ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦଳର ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ଆରଟିଆଇ ତଥ୍ୟ ଅନୁସାରେ ୨୦୦୦-୨୦୧୭ ମସିହା ଭିତରେ ରାଜ୍ୟରେ ୩୫ ଲକ୍ଷ ୪୨ ହଜାର ୩୮୫ ଜଣ ବିଭିନ୍ନ
ନିୟୋଜନ ଅଫିସରେ ନାଁ ପଞ୍ଜିକରଣ କରିଛନ୍ତି । ଏଥି ମଧ୍ୟରୁ ରାଜ୍ୟ ସରକାର ମାତ୍ର ୧.୩ ପ୍ରତିଶତ ଲୋକଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହୋଇଛନ୍ତି। ସବୁଠୁ ପରିତାପର ବିଷୟ ହେଉଛି ଯେ, ପୁରୀ ଓ ବୌଦ୍ଧ ଜିଲ୍ଲାରୁ ଜଣକୁ ବି ନିଯୁକ୍ତି ମିଳିନାହିଁ । ରୋଜଗାର ଦେଉଛୁ କହି ଆତ୍ମ ପ୍ରଚାର କରୁଥିବା ଶାସକ ବିଜେଡିର ଏହା ଅସଲ ଚରିତ୍ର।ବିଜେଡି ସରକାର ମିଥ୍ୟାତଥ୍ୟର ସୌଦାଗର ବୋଲି ସେ କଟାକ୍ଷ କରି କହିଛନ୍ତି।

Advertisment

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ବିଭିନ୍ନ ଶିଳ୍ପ ସଂସ୍ଥାରେ ୧୮୮୧ଟି ଅନୁମୋଦିତ ପଦବୀ ଥିବାବେଳେ ସେଥିରେ ୯୨୯ଟି ପଦବୀ ଏବେ ବି ଖାଲି ପଡ଼ିଛି । ଓଡ଼ିଶାରେ ୬୨୦୦ ପଦବୀରୁ ୨,୪୦୦ ପଦବୀ ଏବେବି ଖାଲି ପଡ଼ିଛି । ଶିକ୍ଷା ବିଭାଗରେ ୩୮ହଜାର ପଦବୀ ଖାଲି ପଡ଼ିଛି । ୧୫,୩୧୫ ପଞ୍ଜୀକୃତ ସୁକ୍ଷ୍ମ, ମଧ୍ୟମ ଓ ଲଘୁ ଉଦ୍ୟୋଗ ବନ୍ଦ ହୋଇ ପଡ଼ିଛି । ୧,୨୯,୯୫୦ ଲୋକ ସୋମାନଙ୍କ ଜୀବିକା ହରାଇଛନ୍ତି ଓ ୪୫୬ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।

୨୦୧୫-୧୮ ମସିହା ଭିତରେ କେନ୍ଦ୍ରସରକାର ଓଡ଼ିଶାରେ ୬୩.୩୦ଲକ୍ଷ ଲୋକଙ୍କ ପାଇଁ ମୁଦ୍ରା ଯୋଜନା ମାଧ୍ୟମରେ ଆତ୍ମନିଯୁକ୍ତି ସୃଷ୍ଟି କରିଛନ୍ତି । ଏହି ତଥ୍ୟ ଆଧାରରେ କେତେ ପିଲାଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି, ତା'ର ଉତ୍ତର ରଖନ୍ତୁ ବୋଲି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe