Advertisment

ବିଜେପି ଛାଡ଼ିଲେ ବିଧାୟକ ଦୁର୍ଯ୍ୟୋଧନ ମାଝୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ବିଧାୟକ ଦୁର୍ଯ୍ୟୋଧନ ମାଝୀ ଶୁକ୍ରବାର ରାତିରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। ଶ୍ରୀ ମାଝୀ ଏବେ ଖଡ଼ିଆଳ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ୨୦୧୪ ମସିହାରେ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ୫ଥରର ବିଧାୟକ ଶ୍ରୀ ମାଝୀଙ୍କ ବଦଳରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀଙ୍କ ପତ୍ନୀ ରୀତାରାଣୀଙ୍କୁ ବିଜେପି ଚଳିତଥର […]

author-image
Sampad Mahapatra
ଅଦ୍ୟତନ ହୋଇଛି
ବିଜେପି ଛାଡ଼ିଲେ ବିଧାୟକ ଦୁର୍ଯ୍ୟୋଧନ ମାଝୀ

Duryodhan Majhi MLA

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ବିଧାୟକ ଦୁର୍ଯ୍ୟୋଧନ ମାଝୀ ଶୁକ୍ରବାର ରାତିରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି।

Advertisment

ଶ୍ରୀ ମାଝୀ ଏବେ ଖଡ଼ିଆଳ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ୨୦୧୪ ମସିହାରେ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ୫ଥରର ବିଧାୟକ ଶ୍ରୀ ମାଝୀଙ୍କ ବଦଳରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀଙ୍କ ପତ୍ନୀ ରୀତାରାଣୀଙ୍କୁ ବିଜେପି ଚଳିତଥର ପ୍ରାର୍ଥୀ କରିଛି। ଶ୍ରୀ ମାଝୀ ଏହାକୁ ବିରୋଧ କରି ଦଳରୁ ଇସ୍ତଫା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀ ମାଝୀ ଏଥର ନିଜ ପୁଅଙ୍କୁ ବିଜେପିରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ।