Advertisment

ନିର୍ଦ୍ଦଳୀୟ ନିର୍ବାଚନରେ ଦଳୀୟ ଘୋଷଣା; ବିଜେଡି ଲେଟରପ୍ୟାଡ଼ ଓ ଭିଡିଓରେ ସରପଞ୍ଚ, ୱାର୍ଡମେମ୍ବର ପ୍ରାର୍ଥୀଙ୍କ ନାଁ

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ। ଭୋଟରଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆଚରଣବିଧିର ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି ତୁଙ୍ଗ ନେତା। କେଉଁଠି ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ପ୍ରାର୍ଥୀଙ୍କ ନାଁ ଦଳୀୟ ପ୍ୟାଡରେ ଲେଖା ଯାଉଛି ତ କେଉଁଠି ଭିଡିଓରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ନିବେଦନ କରୁଛନ୍ତି ଟାଣୁଆ ବିଧାୟକ। କେତେବେଳେ ଏହାର ଭିଡିଓ ଭାଇରାଲ ହେଉଛି ତ କେଉଁଠି […]

author-image
Niharika Rout
ଅଦ୍ୟତନ ହୋଇଛି
ନିର୍ଦ୍ଦଳୀୟ ନିର୍ବାଚନରେ ଦଳୀୟ ଘୋଷଣା; ବିଜେଡି ଲେଟରପ୍ୟାଡ଼ ଓ ଭିଡିଓରେ ସରପଞ୍ଚ, ୱାର୍ଡମେମ୍ବର ପ୍ରାର୍ଥୀଙ୍କ ନାଁ

mla

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ। ଭୋଟରଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆଚରଣବିଧିର ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି ତୁଙ୍ଗ ନେତା। କେଉଁଠି ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ପ୍ରାର୍ଥୀଙ୍କ ନାଁ ଦଳୀୟ ପ୍ୟାଡରେ ଲେଖା ଯାଉଛି ତ କେଉଁଠି ଭିଡିଓରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ନିବେଦନ କରୁଛନ୍ତି ଟାଣୁଆ ବିଧାୟକ। କେତେବେଳେ ଏହାର ଭିଡିଓ ଭାଇରାଲ ହେଉଛି ତ କେଉଁଠି ଭାଇରାଲ ହେଉଛି ଚିଠି। ଏପରି ଅଭିଯୋଗ ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରେ ବିଜେଡି ନାଁରେ ହୋଇଥିବା ବେଳେ ଏହାକୁ ନେଇ ଜୋର ଧରିଛି ରାଜନୀତି। ହେଲେ ଏପରି ଅଭିଯୋଗକୁ ସଫା ସଫା ଫାଙ୍କି ଦେଇଛନ୍ତି ଦଳୀୟ ନେତା।

Advertisment

ନିୟମ ଅନୁସାରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ପ୍ରାର୍ଥୀଙ୍କର କୌଣସି ଦଳୀୟ ଚିହ୍ନ ନ ଥାଏ। କିନ୍ତୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଶଙ୍ଖ ଚିହ୍ନ ଥିବା ବିଜେଡିର ଲେଟର ପ୍ୟାଡରେ ଲେଖା ଯାଇଛି ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାଁ ।

ତିର୍ତ୍ତୋଲ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, କିଛି ପ୍ରାର୍ଥୀଙ୍କୁ ଦଳ ମନୋନୀତ କରିଥିବା ସମ୍ପର୍କରେ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବିଜେଡିର ଦଳୀୟ ପ୍ୟାଡରେ ଲେଖି ଜଣାଇଛନ୍ତି। ଯାହା ସୋଶାଲ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଉଭୟ ତିର୍ତ୍ତୋଲ ବିଧାୟକ ଓ ତିର୍ତ୍ତୋଲ ବିଜେଡି ସଭାପତି। ଉଭୟ ଏହାକୁ ଫେକ୍ ବୋଲି କହିଛନ୍ତି।

Advertisment

ଅପରପକ୍ଷେ, କେନ୍ଦୁଝର ଜିଲ୍ଲାରୁ ଆସିଛି ଏମିତି ଏକ ଭିଡିଓ, ଯେଉଁଥିରେ ଜିଲ୍ଲାର ଟାଣୁଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ର ସିଧାସଳଖ ପ୍ରାର୍ଥୀ ଚୟନରେ ସମ୍ପୃକ୍ତ ରହୁଛନ୍ତି। ମୁକୁନ୍ଦପୁର ପାଟଣା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାଁ ନିଜେ ଘୋଷଣା କରୁଛନ୍ତି ବଦ୍ରି ପାତ୍ର। ତା ସହ ସେମାନଙ୍କୁ ଭୋଟ୍ ଦେଇ ଜିତାଇବାକୁ ଖୋଲାଖୋଲି କହୁଛନ୍ତି। ସରପଞ୍ଚ ଓ ସମିତି ସଭ୍ୟଙ୍କର କୌଣସି ଦଳୀୟ ଚିହ୍ନ ନଥିବା ସତ୍ତ୍ୱେ ବିଜେଡିର ଜଣେ ଟାଣୁଆ ବିଧାୟକ କିପରି ନିର୍ବାଚନ କମିଶନଙ୍କ ଆଚରଣ ବିଧି ଉଲଂଘନ କରୁଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି।