Advertisment

ନବ ଦାସ ମର୍ଡ଼ରକୁ ନେଇ ବିଜୟ ମହାପାତ୍ରଙ୍କ ଚାଞ୍ଚଲ୍ୟ କର ବୟାନ୍‌

ହତ୍ୟାକାଣ୍ଡର ଦୁଇ ଦିନ ପୂର୍ବରୁ ଗୋପାଳ ଦାସ ରାତିରେ କେଉଁଠି ଥିଲେ? ସେ କେଉଁଠି କେଉଁଠିକି ଯାଉଥିଲେ? କାହା କାହା ସହିତ ମିଶୁଥିଲେ?

BJP

Bijay Mohapatra

Advertisment

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ କିଶୋର ଦାସଙ୍କୁ ହତ୍ୟା କରିବା ପାଇଁ କିଏ ତିଆରି କରିଥିଲା ମଡର୍‌ ପ୍ଲଟ୍‌? ଗୋପାଳ ଦାସ ନିଜେ ଷଡ଼ଯନ୍ତ୍ର ରଚିଥିଲା ନା ସେ କେବେଳ ଏକ ମୋହରା? ମର୍ଡର ପ୍ଲାନ୍‌ ପଛରେ ଆଉ କିଏ ରହିଛି କି? ଏପରି ନାନା ପ୍ରଶ୍ନକୁ ନେଇ ଗତ ୪ ଦିନ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି। ହେଲେ ଏହାରି ଭିତରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଆଜି ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ୍‌।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ହତ୍ୟାକାଣ୍ଡର ଦୁଇ ଦିନ ପୂର୍ବରୁ ଗୋପାଳ ଦାସ ରାତିରେ କେଉଁଠି ଥିଲେ? ସେ କେଉଁଠି କେଉଁଠିକି ଯାଉଥିଲେ? କାହା କାହା ସହିତ ମିଶୁଥିଲେ? କେଉଁଠି ବୈଠକ ବସୁଥିଲା? ଏହା ଉପରେ କିଛି ତଦନ୍ତ ହୋଇଛି କି? ନବ ଦାସ ଓ ଗୋପାଳ ଦାସଙ୍କ କଲ୍‌ ରେକର୍ଡ ଯାଞ୍ଚ ହୋଇଛି କି? ହତ୍ୟାକାଣ୍ଡର ୨ରୁ ୩ ଦିନ ପୂର୍ବରୁ କେଉଁ ଅବସରପ୍ରାପ୍ତ ଅଫିସ୍‌ରମାନେ ସେଠାକୁ ଯାଇଥିଲେ? କେଉଁ ନେତା ଓ ଅଫିସ୍‌ର କେଉଁଠାରେ ଭେଟଘାଟ ହେଉଥିଲେ? କଣ ପାଇଁ ହେଉଥିଲେ। ଏହା ଉପରେ ତଦନ୍ତ ହୋଇଛି କି ବୋଲି ବିଜୟ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ନବ ଦାସ ହତ୍ୟା ମାମଲାରେ ଏଫ୍‌ଆଇର କିଏ କରିଛନ୍ତି? ସାଧାରଣତଃ ନବ ଦାସଙ୍କ ପାଖରେ ଥିବା ପିଏସ୍‌ଓ କରିବା କଥା। ଭାରତବର୍ଷ ଯେତେ ବଡ଼ ବଡ଼ ଘଟଣା ଘଟିଛି, ସେଥିରେ ପିଏସ୍‌ଓମାନେ ଏଫ୍‌ଆଇଆର୍‌ ଦେଇଛନ୍ତି। କିନ୍ତୁ ସେଠାରେ ଏଫ୍‌ଆଇଆର୍‌ ନିଜେ ଇନ୍ସପେକ୍ଟର ଦେଲେ ଓ ତଦନ୍ତ ମଧ୍ୟ କଲେ। ଯେଉଁ ଇନ୍ସପେକ୍ଟର ସାକ୍ଷୀ ଅଛନ୍ତି, ସେ ଦେଇଛନ୍ତି ଏଫ୍‌ଆଇଆର୍‌। ପିଏସ୍‌ଓ କାହିଁକି ଏଫ୍‌ଆଇଆର୍‌ ଦେଲେନି? ଏସବୁର ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଖାଲି ଏତିକି ନୁହେଁ, ବିଜୟ ମହାପାତ୍ର ପୁଲିସ୍‌ ଡିଜିଙ୍କୁ ଟାର୍ଗେଟ କରିବା ସହ ନବ ଦାସ ଓ ଗୋପାଳ ଦାସଙ୍କ କଲ୍ ରେକର୍ଡ ଯାଞ୍ଚ ପାଇଁ ଦାବି କରିଛନ୍ତି।

Advertisment

ଅନ୍ୟପକ୍ଷରେ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ କ୍ରାଇମବ୍ରାଞ୍ଚର ସୂଚନା ଦେଇଛି। ଗୁଳି ମାଡ଼ରେ ହୃତପିଣ୍ଡ ନଷ୍ଟ ହେବାରୁ ମୃତ୍ୟୁ ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ଗୁଳି ମାଡ଼ରେ ଆଘାତ ଯୋଗୁ ହୃତପିଣ୍ଡ ବନ୍ଦ ହୋଇଯିବାରୁ ମୃତ୍ୟୁ ହୋଇଛି।

ନବ ଦାସ ହତ୍ୟାର ତଦନ୍ତ ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚର ସୂଚନା ଦେଇଛି। କେନ୍ଦ୍ରୀୟ ଫୋରେନସିକ ଲ୍ୟାବର ସାହାଯ୍ୟ ନେବ କ୍ରାଇମବ୍ରାଞ୍ଚ। ଅପରାଧୀର ମନସ୍ତତ୍ତ୍ୱ ଯାଞ୍ଚ ପାଇଁ CFSL ଏକ୍ସପର୍ଟ ସାହାଯ୍ୟ ନିଆଯିବ। CFSL ଏକ୍ସପର୍ଟଙ୍କ ଦ୍ୱାରା ଅଭିଯୁକ୍ତର ଲେୟର୍ଡ ଭଏସ୍‌ ଆନାଲିସ ଟେଷ୍ଟ ହେବ ବୋଲି କାଇମବ୍ରାଞ୍ଚ ସୂଚନା ଦେଇଛି।

ଗତ ରବିବାର ଦିନ ସଭାରେ ଯୋଗଦେବା ପାଇଁ ନବ ଦାସଙ୍କ ବ୍ରଜରାଜନଗର ଯାଉଥିଲେ। ତେବେ ରାସ୍ତାରେ ବିଜେଡି କର୍ମୀମାନେ ତାଙ୍କୁ ସ୍ୱାଗତ କରୁଥିଲେ। ଠିକ୍‌ ସେତିକି ବେଳେ ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ ନିଜ ନିର୍ଭରଭରରେ ଗୁଳି କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Odisha Police BjD State Bjp Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe