Advertisment

‘ଏଏସ୍‌ଆଇ ଡିଜି ପ୍ରଥମ ଅଭିଯୁକ୍ତ, ପରିକ୍ରମା ପ୍ରକଳ୍ପର ସିବିଆଇ ତଦନ୍ତ ହେଲେ ଧରାପଡ଼ିବେ’

ଭୁବନେଶ୍ୱ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଚାଲିଥିବା ବେଆଇନ ନିର୍ମାଣ କାମର ପ୍ରଥମ ଅଭିଯୁକ୍ତ ଏଏସ୍ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ) ଡିଜି। ଏଏସ୍ଆଇ ଡିଜି କଣ୍ଡିସନାଲ ପରମିସନ ଦେଇ ପ୍ରଥମ ଭୁଲ କରିଛନ୍ତି। ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପ୍ରତି ସବୁଠୁ ବେଶି ଦାୟିତ୍ୱହୀନ ହୋଇ କାମ କରୁଛି। ସିବିଆଇ ତଦନ୍ତ ହେଲେ ଏ ସମସ୍ତେ ବନ୍ଧା ହେବେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ ତାଙ୍କ […]

ଅଦ୍ୟତନ ହୋଇଛି
‘ଏଏସ୍‌ଆଇ ଡିଜି ପ୍ରଥମ ଅଭିଯୁକ୍ତ, ପରିକ୍ରମା ପ୍ରକଳ୍ପର ସିବିଆଇ ତଦନ୍ତ ହେଲେ ଧରାପଡ଼ିବେ’

Bijaya-mohapatra

Advertisment

ଭୁବନେଶ୍ୱ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଚାଲିଥିବା ବେଆଇନ ନିର୍ମାଣ କାମର ପ୍ରଥମ ଅଭିଯୁକ୍ତ ଏଏସ୍ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ) ଡିଜି। ଏଏସ୍ଆଇ ଡିଜି କଣ୍ଡିସନାଲ ପରମିସନ ଦେଇ ପ୍ରଥମ ଭୁଲ କରିଛନ୍ତି। ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପ୍ରତି ସବୁଠୁ ବେଶି ଦାୟିତ୍ୱହୀନ ହୋଇ କାମ କରୁଛି। ସିବିଆଇ ତଦନ୍ତ ହେଲେ ଏ ସମସ୍ତେ ବନ୍ଧା ହେବେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ ତାଙ୍କ ବାସଭବନ ଠାରେ ଆହୁରି କହିଛନ୍ତି,  ଠିକ ଯେମିତି ଗତବର୍ଷ ସେପ୍ଟେମ୍ବର ମାସରେ ଗୁଜୁରାଟ ଗାନ୍ଧିନଗର ସ୍ଥିତ ଏକ ମସଜିଦ ପାଖରେ ଚାଲିଥିବା ଖନନ କାର୍ଯ୍ୟ ନେଇ ଏଏସ୍ଆଇ ମିଛ ଅନୁମତି ଦେଇ ଧରାପଡ଼ିଥିଲା, ଏଠି ସେମିତି ଶ୍ରୀମନ୍ଦିର କ୍ଷେତ୍ରରେ ମଧ୍ୟ ତଦନ୍ତ ହେଲେ ସବୁ ଧରାପଡ଼ିବେ। ସିବିଆଇ ଏହି ମାମଲାର ତଦନ୍ତ କରି ଏଏସ୍ଆଇ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ବାନ୍ଧିଥିଲା। ସେଠାରେ ଆମସାର ଆକ୍ଟର ୨୦ଏ ସେକ୍ଟନ ପାଳନ ହୋଇ ନ ଥିଲା। କେନ୍ଦ୍ର ସରକାର ତୁରନ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କ୍ଷେତ୍ରରେ ସିବିଆଇ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।

Advertisment

ଏହି ପ୍ରକଳ୍ପ ନେଇ ବିବାଦ  ବଢ଼ିବାରେ ଲାଗିଛି। ଯୋଜନା ବିଧିବଦ୍ଧ ଭାବ କରାଗଲାନି। ଫଳରେ ସନ୍ଦେହ ଓ ଅଲୋଚନା ବଢ଼ିଚାଲିଛି। ହାଇକୋର୍ଟରେ କେସ ବିଚାରଧିନ ଥିବା ବେଳେ ଏଏସ୍‌ଆଇ ପକ୍ଷରୁ ଉପସ୍ଥିତ ଆଇନଜୀବୀ ଦୁଇଟି ତାରିଖରେ ଚୁପ୍ ବସିଲେ। ମୁହଁଖୋଲିଲେନି। କୋର୍ଟ ଯୁଗ୍ମସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏଏସ୍‌ଆଇ ତଦନ୍ତ କରି ରିପୋର୍ଟ ଦେଲା। ତେଣୁ ଏସଆଏଇର ସଠିକ ଭାବେ ଦାଇତ୍ୱ ତୁଲାଉନି। ବିଭାଗୀୟ ଅଧିକାରୀମାନେ ହିଁ ଆସମୀ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉ। ୧୯୭୫ ଓ ୧୯୭୯ ମସିହାରେ ରାଜ୍ୟ ସରକାର ଏଏସ୍ଆଇ ସାଙ୍ଗେ ଏମ୍ଓୟୁ କରିଥିଲେ। ଆମସର ଆକ୍ଟ ଅନୁଯାୟୀ ମନ୍ଦିର ଭିତର ଓ ବାହାର ନିଷିଦ୍ଧାଞ୍ଚଳରେ କାମ ଏଏସ୍ଆଇ କରିବ। ହେଲେ ଏହା ହେଉନି। ଏଏସ୍ଆଇ ଓ ରାଜ୍ୟ ପ୍ରଶାସନ ଭିତରେ ସମନ୍ୱୟ ନ ରହିବାରୁ ଏଭଳି ହେଲା। ମଠ ଉଚ୍ଛେଦ  ବି ବେଆଇନ ଥିଲା। ଯାହାକି ଆମସାର ଆକ୍ଟର ଉଲଘଂନ। ଏହି ଆକ୍ଟର ସେକ୍ସନ ୩୦ରେ ମଠ ଓ ଐତିହ୍ୟ ଉଚ୍ଛେଦ ଏଏସ୍‌ଆଇ ଅନୁମତି କ୍ରମେ ହେବା କଥା।

ଟେକନିକାଲ କମିଟି ଓ ଏକ୍ସପଟ କମିଟି କରି ନିର୍ମାଣ କରିବା ଏଏସ୍ଆଇର ଦାୟିତ୍ୱ। ହେଲେ ଏଏସ୍ଆଇ ତାହା କଲାନି। ରାଜ୍ୟ ସରକାର ମଧ୍ୟ ଏହା କରିବାକୁ ଆଗ୍ରହ ଦେଖାଇଲେ ନାହିଁ। ୧୯୯୨ ମସିହାରେ ଏକ୍ସପଟ କମିଟି ବସି ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ ହୋଇଥିଲା। ଏବେ କାହିଁକି ହେଉନି। ବିନା ସିମେଣ୍ଟ ଓ ରଡରେ ହଜାର ହଜାର ବର୍ଷ ଧରି ତିଷ୍ଠି ରହିଥିବା ଶ୍ରୀମନ୍ଦିର ସମ୍ପର୍କରେ ଅନୁଧ୍ୟାନ ହୋଇସାରି ପରବର୍ତ୍ତି କାମ ହେବା ଉଚିତ। ସେପଟେ ରାମନୁଜଙ୍କ ପ୍ରତିମୂର୍ତ୍ତି ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରୁଥିବା ବେଳେ ଅନ୍ୟପଟେ ପୁରୀରେ ରାମାନୁଜଙ୍କ ଏମାର ମଠ ଭଙ୍ଗା ଗଲା। କେହି ପ୍ରତିବାଦ କଲେନି। ସମସ୍ତେ ରାଜନୀତି ବାୟାନବାଜୀ କରୁଛନ୍ତି। ଜଗନ୍ନାଥଙ୍କୁ କାଖେଇ ମୁଣ୍ଡାଇ ଯେଉଁମାନେ ମନ୍ତବ୍ୟ ଦେଉଛନ୍ତି, ସେମାନେ ଜଗନ୍ନାଥଙ୍କୁ ଖେଳନା ନକରନ୍ତୁ।

Advertisment

ଜିପିଆର, ଇପ୍ୟାକ୍ଟ ଆସେସମେଣ୍ଟ ଓ ହେରିଟେଜ ସର୍ଭେ କାମ ହେଉଛି। ଯାହା ଏସଆଏଇ କରିବା କଥା। ସେ ବି ତାହା କରୁନି। ବେଆଇନ ଖନନରେ ସିଂହମୂର୍ତ୍ତି ମାଟି ତଳୁ ବାହାରିବା ପରେ ଏଏସ୍‌ଆଇ ଏହାକୁ ଝାଡ଼ିଝୁଡ଼ି ରଖିଦେଇ ଚୁପ ବସିଛି। ପ୍ରକଳ୍ପ ଲାଗି ଏସଆଏଇର ଡିଜି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ତେଣୁ ସେ ମୁଖ୍ୟ ଅଭିଯୁକ୍ତ। ସିବିଆଇ ତଦନ୍ତ ହେଲେ ସବୁ ଠିକ୍, ଭୁଲ ବାହାରିବ।

ଗୁଜୁରାଟରେ ଏକ ମସଜିଦ ପାଇଁ ଯଦି ସିବିଆଇ ତଦନ୍ତ ହୋଇପାରିଲା, ତେବେ ଏଠି  ମଧ୍ୟ ସିବିଆଇ ତଦନ୍ତ ହେଉ। ନିୟମ ବାହାରେ କାମ କରୁଥିବା ଅଧିକାରୀଙ୍କୁ ଧରିବାକୁ ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଜୟ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe