Advertisment

ଆଖି ବୁଜିଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ତଥା  ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ଆଜି ସକାଳେ ପରଲୋକ ହୋଇଛି। ମାତ୍ର ୬୧ ବର୍ଷ ବୟରେ ଆଖି ବୁଜିଛନ୍ତି ଏହି ଟାଣୁଆ ନେତା। ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେଲା କିଡନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କର ନିୟମିତ ଡାଇଲିସିସ୍ ଚାଲିଥିଲା। ତେବେ ମାସକ ତଳେ ତାଙ୍କର ଲଙ୍ଗ୍ସ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ […]

ଅଦ୍ୟତନ ହୋଇଛି
ଆଖି ବୁଜିଲେ ବିଜେପି ବିଧାୟକ ବିଷ୍ଣୁ ସେଠୀ

bishnu-sethi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଧାମନଗରର ବିଜେପି ବିଧାୟକ ତଥା  ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କର ଆଜି ସକାଳେ ପରଲୋକ ହୋଇଛି। ମାତ୍ର ୬୧ ବର୍ଷ ବୟରେ ଆଖି ବୁଜିଛନ୍ତି ଏହି ଟାଣୁଆ ନେତା।

Advertisment

ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ହେଲା କିଡନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କର ନିୟମିତ ଡାଇଲିସିସ୍ ଚାଲିଥିଲା। ତେବେ ମାସକ ତଳେ ତାଙ୍କର ଲଙ୍ଗ୍ସ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ICUରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଛି ।

ଆଜି ସକାଳେ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ପ୍ରାୟ ୭ଟା ୪୫ ମିନିଟ୍‌ରେ ସେ ଆଖି ବୁଜିଥିଲେ। ଏନେଇ ଏମ୍ସର ଆଡିସନାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ବିଷ୍ଣୁ ସେଠୀଙ୍କ ପତ୍ନୀଙ୍କ ସମେତ ପୁଅ ଓ ଝିଅ ଅଛନ୍ତି ।

Advertisment

ବିଷ୍ଣୁ ସେଠୀ ବିଜେପି ବିଧାୟକ ଭାବେ ପ୍ରଥମେ ଚାନ୍ଦବାଲି ଓ ପରେ ଧାମନଗରରୁ  ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ। ରାଜ୍ୟ ରାଜନୀତିରେ ସେ ବିଜେଡି ସରକାରଙ୍କର ଜଣେ କଡା ସମାଲୋଚକ ଭାବେ ପରିଚିତ ଥିଲେ। ଜଣେ ରାଜନେତା ବାଦ୍‌ ସେ ଜଣେ ସାହିତ୍ୟିକ ଭାବେ ମଧ୍ୟ ବେଶ୍‌ ପରିଚିତ ଥିଲେ।

ବିଷ୍ଣୁ ସେଠୀଙ୍କ ମରଶରୀରକୁ ପ୍ରଥମେ ବିଧାନସଭା ନିଆଯିବ। ସେଠାରେ ମାନ୍ୟଗଣ୍ୟ ବ୍ୟକ୍ତ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାପରେ ସେଠାରୁ ତାଙ୍କ ମରଶରୀରକୁ ବିଜେପି ପାର୍ଟି କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ପାର୍ଟିର ନେତା ଓ କର୍ମୀମାନେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। 

ବିଷ୍ଣୁ ସେଠୀ ଏକାଧାରରେ ଜଣେ ରାଜନେତା ଓ  ସାହିତ୍ୟିକ ଥିଲେ ।  ସେ ୨୦୦୦ରୁ ୨୦୦୪ଯାଏ ଚାନ୍ଦବାଲି ବିଧାନସଭା ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ । ୨୦୦୬ରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ କରାଯାଇଥିଲା।  ୨୦୧୯ରେ ସେ ଧାମନଗର ଆସନରୁ ଜିତି ବିଧାୟକ ହୋଇଥିଲେ ।

ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିଲେ ବିଷ୍ଣୁ । ରାଜନୈତିକ ଜୀବନ ପୂର୍ବରୁ ଆରଏସଏସରେ ସକ୍ରିୟ ସଦସ୍ୟ ଥିବା ବିଷ୍ଣୁ ପରବର୍ତ୍ତୀ ସମୟରେ ବିଜେପି ଯୁବମୋର୍ଚ୍ଚାରେ ସାମିଲ ହୋଇଥିଲେ । ପରେ ବିଜେପି ଜାତୀୟ କାଉନସିଲର ସଦସ୍ୟ, ଭଦ୍ରକ ଜିଲ୍ଲା ବିଜେପି ସଭାପତି, ଜନଜାତି ମୋର୍ଚ୍ଚାର ଉପସଭାପତି, ବିରୋଧୀ ଦଳ ଉପନେତା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ ବିଷ୍ଣୁ । ଏତିକିରେ ସୀମିତ ନଥିଲା ବିଷ୍ଣୁଙ୍କ ପରିଚୟ  ।

ସାମ୍ବାଦିକତା ଓ ସାହିତ୍ୟିକ କ୍ଷେତ୍ରରେ ମଧ୍ୟ ତାଙ୍କର ଥିଲା ସୁନାମ । ବିଶେଷ ଖବର, ଘାସଫୁଲ, ଶିରୋନାମା ଶିରୋଧାର୍ଯ୍ୟ ଭଳି ଏକାଧିକ ମାଗାଜିନର ଦାୟିତ୍ୱ ସମ୍ଭାଳିଛନ୍ତି ବିଷ୍ଣୁ  ।  ‘ନିରାମୟ ଆକାଶ ତଳେ’ ଓ ‘ନିଶ୍ୱ ମାଟିର ସ୍ୱର’ ନାମକ ଦୁଇଟି କାବ୍ୟ ପୁସ୍ତକର ରଚୟିତା ଥିଲେ ବିଷ୍ଣୁ  ।

୧୯୬୧ ମସିହା ଜୁନ୍ ୫ରେ ସେ, ଭକ୍ରକ ଜିଲ୍ଲା ତିହିଡିରେ ଜନ୍ମଗ୍ରହଣ କରିଥିଲେ  । ପିଲାଟି ଦିନରୁ ମା’ଙ୍କୁ ହରାଇଥିବା ବିଷ୍ଣୁଙ୍କୁ ବାପା ଗୟାଧର ସେଠୀ ମଣିଷ କରିଥିଲେ । ଭଦ୍ରକ ଜିଲ୍ଲା ତିହିଡି ହାଇସ୍କୁଲରୁ ମାଟ୍ରିକ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ କରିଥିଲେ ।  ପରେ ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ ବିଷ୍ଣୁ । ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସୁଦ୍ଧା ଜନସେବାକୁ ନିଜ ଜୀବନର ବ୍ରତ କରିଥିଲେ ବିଷ୍ଣୁ ସେଠୀ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe