golak
ଭୁବନେଶ୍ୱର: ଛତ୍ରପୁର ଏନ୍ଏସି କାଉନ୍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାର ଦୁଇ ଷଡ଼ଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡିଙ୍କୁ ଡେରାଡୁନ୍ ଫେରାର କରାଇବାରେ ବିଜେପିର ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସହଯୋଗ କରିଥିଲେ ବୋଲି ଅଭିଯୋଗ ହୋଇଛି। ଦୁଇ ଷଡ଼ଯନ୍ତ୍ରକାରୀ ନିଜେ ଏକଥା କହିଛନ୍ତି। ଆଜି ଏନେଇ ଗୋଲକ ମହାପାତ୍ର ତାଙ୍କ ମତମତ ରଖିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏ ଘଟଣାରେ ତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର କରାଯାଉଛି। ଏ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।
ସ୍ପଷ୍ଟୀକରଣ ଦେଇ ଗୋଲକ କହିଛନ୍ତି,“ଗଞ୍ଜାମ ଜିଲ୍ଲାର ଦଳୀୟ ପ୍ରଭାରୀ ଭାବେ ମୋତେ ବହୁ ଲୋକ ଫୋନ୍ କରନ୍ତି। କେତେ ବେଳେ କିଏ ଫୋନ୍ କରନ୍ତି ମୁଁ ଜାଣିନି। ମୋର ଏ ଘଟଣା ସହିତ କିଛି ସଂପୃକ୍ତି ନାହିଁ। ମୁଁ କାହାକୁ କେଉଁଠି ରଖେଇ ନାହିଁ।”
ସେ କହିଛନ୍ତି,“ମୋତେ ଫସାଇବାକୁ ଷଡ଼ଯନ୍ତ୍ର ହୋଇଛି। ଏହାର ନିରପେକ୍ଷ ତଦନ୍ତ କରାଯାଉ। ସିବିଆଇ ଅବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ତଦନ୍ତ କରାଯାଉ। ମୁଁ ସବୁ ପ୍ରକାର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛି।”
ସେ ପୋଲିସ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ଆଇନ ଉଲ୍ଲଂଘନ କରି ପୋଲିସ୍ କେମିତି ଭିଡିଓ ରିଲିଜ୍ କଲା?”
ସୂଚନାଯୋଗ୍ୟ, ଗତକାଲି ଗିରଫ ଏହି ଦୁଇ ଅଭିଯୁକ୍ତଙ୍କ ଏକ ଭିଡିଓ ଜାରି କରାଯାଇଥିଲା ଯେଉଁଥିରେ ସେମାନେ ଗୋଲକଙ୍କ ନାଁ ନେଉଛନ୍ତି।
ଗତକାଲି ବିଜେପି ନେତା ସଜ୍ଜନ ଶର୍ମା କହିଥିଲେ ଯେ ବିଜେଡିକୁ ଖୁସି କରିବାକୁ ଗଞ୍ଜାମ ଏସ୍ପି ଏମିତି କରୁଛନ୍ତି।
<h3><span style="color: #ff0000;">ଭିଡିଓରେ କ’ଣ କହିଥିଲେ ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ? </span></h3>
ଦୁର୍ଯ୍ୟୋଧନ କହିଥିଲେ- “କଲେଜ ସମୟରୁ ମୁଁ ରାଜନୀତି କରୁଛି। ସେଦିନ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ହେବାର ଥିଲା। ଆମେ ସେଠାକୁ ଯାଇଥିଲୁ। ତେବେ ସେଠାରେ ଦୁଇଟି ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଦେଖି ଆମେ (ମୁଁ ଓ କୃଷ୍ଣ) ପଳାଇ ଆସୁଥିଲୁ। ସେଠାରୁ ଆସିବାର ପ୍ରାୟ ଦେଢ଼ ଘଣ୍ଟା ପରେ ଜାଣିବାକୁ ପାଇଲୁ ଲକ୍ଷ୍ମୀଙ୍କୁ ହାଣି ଦିଆଯାଇଛି। ଏଥିରେ ଆମେ ଭୟଭୀତ ହୋଇ ଏକ ଟାକ୍ସିରେ କଟକ ପଳାଇ ଆସିଲୁ। ସେଠାରେ ଦୁଇ ଦିନ ରହିବା ପରେ କଲିକତା ପଳାଇଗଲୁ। ସେଠାରେ ୧୦ରୁ୧୨ ଦିନ ରହିବା ପରେ କୃଷ୍ଣ ବିଜେପି ନେତା ଗୋଲକଙ୍କୁ ଫୋନ୍ କରିଥିଲା।”
ଭିଡିଓରେ କୃଷ୍ଣଚନ୍ଦ୍ର ନାୟକ କହିଥିଲେ- “ଘଟଣା ଘଟିବା ଦିନ ଆମେ କଟକ ପଳାଇ ଆସିଲୁ। ପରେ ସେଠାରୁ ଆମେ କଲିକତା ଚାଲିଗଲୁ। ସେଠାରେ ଆମେ ୧୦ରୁ ୧୨ ଦିନ ରହିଥିଲୁ। ସେଠାରେ ରହଣି ସମୟରେ ମୁଁ ଗୋଲକ ଭାଇନା (ବିଜେପି ନେତା ଗୋଲକ ମହାପାତ୍ର)ଙ୍କୁ ଫୋନ୍ କରି ସାହାଯ୍ୟ ମାଗିଥିଲି। ସେ ଆମକୁ ଡେରାଡୁନ୍ ଯିବାକୁ କହିଥିଲେ। ତା’ପରେ ଆମେ ଡେରାଡୁନ ଚାଲି ଯାଇଥିଲୁ। ସେଠାରେ ଜଣେ ବ୍ୟକ୍ତି ଆମ ପାଇଁ ଲଜ୍ ଠିକ୍ କରିଥିଲେ। ଆମେ ସେଠାରେ ରହିଥିଲୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
